ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ବନ୍ଧୁ ମିଳନ ଓ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ।

ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ବନ୍ଧୁ ମିଳନ ଓ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ।

ଆର, ଉଦୟଗିରି(ମନୋଜ ପାଢୀ/ ଚିକିଟୀ- ଖେମୁଣ୍ଡି ହଳଦିଆ ବୈଶ୍ୟ ସମାଜ କେନ୍ଦ୍ରୀୟ ପରିଷଦ ତରଫରୁ ଦିଗପହଣ୍ଡି ଚିକିଟୀ ରାସ୍ତାରେ ଅବସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ରତ୍ନେଶ୍ୱେରୀ ମନ୍ଦିର ପ୍ରାଙ୍ଗଣ ରେ ଥିବା କଲ୍ୟାଣ ମଣ୍ଡପରେ ଇଂରାଜୀ ନୂତନ ବର୍ଷ ଆରମ୍ଭରେ ଏକ ବନ୍ଧୁ ମିଳନ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରତିବର୍ଷ ସମାଜ ତରଫରୁ ଏହି ବୈଠକ ସମାଜ ତରଫରୁ ଅନୁଷ୍ଠିତ ହୋଇ ଆସୁଅଛି। ଏହି ବୈଠକ ରେ ସମାଜର ଜାତି ଭାଇ ଭଉଣୀ ଓ ଅସହାୟ ମାନଙ୍କୁ ଶୀତବସ୍ତ୍ର ଓ ଚାଉଳ ବଣ୍ଟନ କରାଯାଇଥିଲା। ଇଂରାଜୀ ବର୍ଷ ୨୦୨୫ ନିମନ୍ତେ କ୍ୟାଲେଣ୍ଡର ଓ ପରିବାର ତାଲିକା ସମାଜର କର୍ମକର୍ତ୍ତା ଙ୍କୁ ବଣ୍ଟନ କରାଯାଇଥିଲା। ଏହି ବୈଠକ ରେ କେନ୍ଦ୍ରୀୟ ପରିଷଦର ସଭାପତି ଶ୍ରୀ ଦଣ୍ଡାସୀ ସାହୁ ସଭାପତିତ୍ବ କରିଥିଲେ।ବୈଠକ ରେ ବିଭିନ୍ନ ପ୍ରକାର ବିଷୟ ବସ୍ତୁ ଆଲୋଚନା କରି ଶ୍ରୀ ଦଣ୍ଡାସୀ ସାହୁ କର୍ମକର୍ତ୍ତା ମାନଙ୍କୁ ସମାଜର ମଙ୍ଗଳ ପାଇଁ ଉପସ୍ଥିତ ସମସ୍ତ ଆଞ୍ଚଳିକ ଓ ଗ୍ରାମ୍ୟ ପରିଷଦର କର୍ମ କର୍ତ୍ତା ଭାଇ ମାନଙ୍କ ସମାଜ ପ୍ରତି ସକାରାତ୍ମକ ମନୋଭାବ କି ଭଳି ରହିବା ଉଚିତଓ ଆଉ କେଉଁ ସବୁ ଦିଗ ଗୁଡ଼ିକୁ ଦୃଷ୍ଟିରେ ରଖିଲେ ସମାଜ ଆଗକୁ ଯାଇ ପାରିବ ସେଥି ପାଇଁ କର୍ମ କର୍ତ୍ତା ମାନଂକ ମଧ୍ୟରେ ଗୁରୁତ୍ଵ ଦେଇ ବୁଝାଇଥିଲେ। ନୂତନ ବର୍ଷ ରେ ନୂତନ ଚିନ୍ତା ଧାରା ସହକାରେ ସମାଜ ପାଇଁ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିଥିଲେ। ଏହି ବନ୍ଧୁ ମିଳନ ବୈଠକରେ କେନ୍ଦ୍ରୀୟ ପରିଷଦର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧର୍ମା ସାହୁ , ଉପଦେଷ୍ଟା ଯୋଗୀ ସାହୁ , ଉପଦେଷ୍ଟା ଶରତ ସାହୁ , ଉପସଭାପତି ପ୍ରଶାନ୍ତ ସାହୁ ( ଚିକିଟି) , ଉପସଭାପତି ପ୍ରଶାନ୍ତ ସାହୁ ( ମୋହନା ) , ଉପସଭାପତି ଅଭିମନ୍ୟୁ ସାହୁ ( ବଡ଼ ଖେମୁଣ୍ଡୀ ) , ସଂଗଠନ ସମ୍ପାଦକ ବୁଲୁ ସାହୁ , ଅଫିସ ସମ୍ପାଦକ ଲକ୍ଷ୍ମଣ କୁମାର ସାହୁ ସମେତ ଛଅ ଗୋଟି ଆଞ୍ଚଳିକ ପରିଷଦର ସଭାପତି ଓ ସମ୍ପାଦକ ମାନେ ,ଗ୍ରାମ ପରିଷଦର ସଭାପତି ଓ ସମ୍ପାଦକ ମାନେ , ସମାଜର ଭାଇଭଉଣୀ, ବୃଦ୍ଧ ବୃଦ୍ଧା ଓ ଅସହାୟ ମାନେ ଯୋଗ ଦେଇଥିଲେ ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ମଧ୍ୟ ଯୋଗ ଦେଇଥିଲେ। ଏହି ଅସହାୟ ମାନଙ୍କୁ ପାଣ୍ଡିରି ଗ୍ରାମ୍ୟ ପରିଷଦର ସଭାପତି ଶ୍ରୀ ପ୍ରଶାନ୍ତ କୁମାର ସାହୁ ଶୀତବସ୍ତ୍ର ଏବଂ କର୍ମକର୍ତ୍ତା ମାନଙ୍କୁ ଉପଢୌକନ ପ୍ରଦାନ କରିଥିଲେ । ପାଣ୍ଡିରି ଆଞ୍ଚଳିକର ଉପଦେଷ୍ଟା ଶ୍ରୀ ଦେବେନ୍ଦ୍ର ସାହୁ ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ ୧୦ k.g ଚାଉଳ ବଣ୍ଟନ କରିଥିଲେ। ବଡଖେମୁଣ୍ଡି ଆଞ୍ଚଳିକର ସଭାପତି ଓ କର୍ମଚାରୀ ମାନେ ସାଜସଜ୍ଜା ଏବଂ ଖାଦ୍ୟ ପାନୀୟର ସୁ ବନ୍ଦୋବସ୍ତ କରିଥିଲେ । ଏଥିରେ ଚାରି ଗୋଟି ଆଞ୍ଚଳିକ ପରିଷଦ ( ପାଣ୍ଡିରି , ଚିକିଟି , ସୋରଡ଼ା , ପଦ୍ମପୁର ) ପ୍ରାୟ ୩୦୦ ଲୋକଙ୍କୁ କ୍ୟାଲେଣ୍ଡର ଓ ସମାଜର ପରିବାର ତାଲିକା ବଣ୍ଟନ କରାଯାଇଥିଲା।ଶେଷରେ ସଭାପତି ସମାଜ ର ମଙ୍ଗଳ କାମନା କରି ଉପସ୍ଥିତ ସମସ୍ତ କର୍ମ କର୍ତ୍ତାଙ୍କୁ ଧନ୍ୟବାଦ ଦେଇ ସଭା ସମାପ୍ତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *