ଚିକିତ୍ସା ଅଭାବରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ରାସ୍ତା ନଥିବାରୁ ଭାରରେ ବୁହା ହେଲା ଗର୍ଭବତୀ ମହିଳାଙ୍କ ମୃତ ଦେହ ।ଆର,ଉଦୟଗିରି(ମନୋଜ କୁମାର ପାଢୀ/୨୮/୧୦/୨୪ଚିକିତ୍ସା ଅଭାବରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ , ଗାଁକୁ ଭଲ ରାସ୍ତା ନଥିବାରୁ ୨ କିମି ଭାରରେ ବୁହା ହେଲା ଗର୍ଭବତୀ ମହିଳାଙ୍କ ମୃତ ଦେହ l ଗଜପତି ଜିଲ୍ଲା ମୋହନା ବ୍ଲକ ଡ଼ମ୍ବଗୁଡା ପଂଚାୟତ ନିର୍ଲଡ୍ଡୀକିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା l ଗାଁର ବଳାରାମ ମଲ୍ଲିକଙ୍କ ପତ୍ନୀ ମମତା ମଲ୍ଲିକ ୬ ମାସର ଗର୍ଭବତୀ ଥିଲେ l ତାଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ମେଡିକାଲ ନେବାକୁ ଇଛା କରିଥିଲେ l ହେଲେ ରାସ୍ତା ଭଲ ନ ଥିବାରୁ ବାଧ୍ୟ ହୋଇ ଗର୍ଭବତୀ ମହିଳାଙ୍କୁ ଭାରରେ ବୋହି ମୋହନା ମେଡିକାଲ ରେ ଭର୍ତ୍ତି କରିଥିଲେ l ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଡ଼କ୍ଟର ତାଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରିଥିଲେ l ପରିବାର ଲୋକେ ସେଠାରୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରିଥିଲେ l ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି l ଆଜି ଆର.ଡି ମୁଖ୍ୟ ରାସ୍ତା ଠାରୁ ୨ କିମି ଗ୍ରାମବାସୀ ଭାର କରି ଗର୍ଭବତୀ ମହିଳାଙ୍କ ମୃତଦେହକୁ ଗାଁକୁ ନେଇଥିଲେ l ରାସ୍ତା ପାଇଁ ଗ୍ରାମବାସୀ ପୁର୍ବରୁ ବହୁବାର ପ୍ରଶାସନ ନିକଟରେ ଦାବି କରିଥିଲେ ମଧ୍ୟ ଆଜି ଯାଏଁ ରାସ୍ତା ହୋଇ ପାରି ନାହିଁ l
ଚିକିତ୍ସା ଅଭାବରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ରାସ୍ତା ନଥିବାରୁ ଭାରରେ ବୁହା ହେଲା ଗର୍ଭବତୀ ମହିଳାଙ୍କ ମୃତ ଦେହ ।
