ଚିଚିଣ୍ଡାରେ ଦୀନଦୟାଲ୍ ଉପାଧ୍ୟାୟ କଂ ସର୍ମପଣ ଦିବସ ପାଳିତ ହୋଇଯାଇଛି।

ଚିଚିଣ୍ଡାରେ ଦୀନଦୟାଲ୍ ଉପାଧ୍ୟାୟ କଂ ସର୍ମପଣ ଦିବସ ପାଳିତ ହୋଇଯାଇଛି।

ବରଗଡ଼ – (ଭବାନୀ ଶଙ୍କର ପାଢ଼ୀ) ଭାରତୀୟ ଜନତା ପାର୍ଟି ର କେନ୍ଦ୍ର ଓ ରାଜ୍ୟ ନେତୃତ୍ୱ ଙ୍କ ନିର୍ଦ୍ଦେଶନାରେ ବରଗଡ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଲୀ ଭେଡେନ ବ୍ଲକ ସଂକ୍ରିଡା ମଣ୍ଡଳ ର ଚିଚିଣ୍ଡା କଲ୍ୟାଣ ମଣ୍ଡପରେ ସଂକ୍ରିଡା ମଣ୍ଡଳ ସଭାପତି ଖିରେଶ ମହାକୁର ଙ୍କ ସଭାପତିତ୍ବରେ ସର୍ମପଣ ଦିବସ, ପାଳନ ହୋଇଯାଇଛି |ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଯୋଗ ଦେଇ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ କଂ ଫଟୋ ଚିତ୍ରରେ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ପଣ୍ଡିତ ଦୀନଦୟାଲ ଜୀବନୀ ଉପରେ ବିସ୍ତୃତ ଭାବରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ସମୟରେ ମଣ୍ଡଳ ସଭାପତି ଧନେଶ୍ଵର ପାଢ଼ୀ, ସ୍ଵାଧୀନ ରଥ,କୌଶିକ ମହାକୁର,ଭିଷ୍ମ ସିଂ ଛନ୍ଦ, ଆଶୁତୋଷ ପାଣିଗ୍ରାହୀ, ଲିଙ୍କନ ହୋତା,ଲିଟୁନ ପଣ୍ଡା,ସୁବୋଧ ପଧାନ,ଲିକଂନ ହେତା କଂ ସମେତ ପୂର୍ବତନ ସଂକ୍ରିଡା ମଣ୍ଡଳ ସଭାପତି ଭୀମସେନ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଥିଲେ। ପରିଶେଷରେ ସଂକ୍ରିଡା ମଣ୍ଡଳ ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *