ଜଙ୍ଗଲ ଅଧିକାର କମିଟିର ମହିଳାଙ୍କୁ ଜଙ୍ଗଲ ଅଧିକାର ଆଇନ ତାଲିମ ପ୍ରଦାନ

ଜଙ୍ଗଲ ଅଧିକାର କମିଟିର ମହିଳାଙ୍କୁ ଜଙ୍ଗଲ ଅଧିକାର ଆଇନ ତାଲିମ ପ୍ରଦାନ

କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )ରାଜ୍ୟ ସରକାର ଓ ବସୁନ୍ଧରା ଅନୁଷ୍ଠାନ ଆନୁକୁଲ୍ୟରେ ରାଇକିଆ ବ୍ଲକରେ ଜଙ୍ଗଲ ଅଧିକାର କମିଟିର ସଦସ୍ୟାମାନଙ୍କୁ ଜଙ୍ଗଲ ଅଧିକାର ଆଇନ ସମ୍ବନ୍ଧୀୟ ପ୍ରଶିକ୍ଷଣ ଦିଆଯାଇଛି। ସ୍ଥାନୀୟ ବ୍ଲକର ଜଙ୍ଗଲ ଅଧିକାର କମିଟିର ସଦସ୍ୟାମନଙ୍କୁ ଏହି ଶିବିରରେ ଜଙ୍ଗଲ ଅଧିକାର ଆଇନ, ଜଙ୍ଗଲ ଅଧିକାର କମିଟିର ଭୂମିକା, ଗ୍ରାମସଭା, ବ୍ୟକ୍ତିଗତ, ଗୋଷ୍ଠିଗତ, ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର, ଲଘୁବନ ଜାତ ଦ୍ରବ୍ଯ ସଂଗ୍ରହ, ବିକ୍ରୟ ଓ ଜୀବନ ଜୀବିକା ଉପରେ ତାଲିମ ଦେବା ସହ ମୋ ଜଙ୍ଗଲ ଜମି ଏବଂ ଜଙ୍ଗଲ ସୁରକ୍ଷା ବିଷୟରେ ପ୍ରଶିକ୍ଷଣ ଦିଆଯାଇଛି । ମହିଳାମାନଙ୍କର ଗ୍ରାମସଭା ଓ ଜଙ୍ଗଲ ସମ୍ବଳର ସୁପରିଚାଳନାରେ ଭୂମିକା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା । ରାଇକିଆ ବ୍ଲକର ୩୦ ଗୋଟି ଜଙ୍ଗଲ ଅଧିକାର କମିଟିର ସଦସ୍ୟାମାନେ ଏହି ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ଥିଲେ।ଉକ୍ତ କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ତହସିଲଦାର ଦିଲ୍ଲୀପ କୁମାର ବେହେରା,ବସୁନ୍ଧରାର ଆଞ୍ଚଳିକ କାର୍ଯ୍ୟକ୍ରମ ଅଧିକାରିଣୀ ରଞ୍ଜିତା ପଟ୍ଟନାୟକ, ଜୀବନ ଜୀବିକା ଅଧିକାରୀ ମନମୋହନ ବାରିକ, ଜିଲ୍ଲା ସଂଯୋଜକ ଚିତ୍ତରଞ୍ଜନ ଗଣ୍ଡ, ବ୍ଲକ ସଂଯୋଜକ ହୃଷିକେଶ ପ୍ରଧାନ, ଏମ ଆଇ ଆସିଷ୍ଟାଣ୍ଟ ରୋଜାଲିନ ବେହେରା, ଲଘୁ ବନଜାତ ଆବାହିକା ସୁଭଦ୍ରା ଭୂୟାଁ, ମୌସୁମୀ ପ୍ରଧାନ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *