ଜନସାଧାରଣଙ୍କ ମନରେ ଶ୍ରୀମିନାଝୋଲା ଦ୍ୱତୀୟ ପ୍ରୟାଗରାଜ

ଜନସାଧାରଣଙ୍କ ମନରେ ଶ୍ରୀମିନାଝୋଲା ଦ୍ୱତୀୟ ପ୍ରୟାଗରାଜ

ରାୟଗଡା : ତ୍ରିବେଣୀ ସଙ୍ଗମ କହିଲେ ଆମେ ସାଧାରଣତଃ ପ୍ରୟାଗରାଜ କୁ ବୁଝାଇଥାଏ କାରଣ ଏହି ଠାରେ ପବିତ୍ର ନଦୀ ଗଙ୍ଗା, ଯମୁନା ଓ ସରସ୍ବତୀ ଙ୍କ ଏହି ତିନି ନଦୀର ତ୍ରିବେଣୀ ସଂଗମ ସ୍ଥଳ ଠିକ ସେହିପରି ଓଡିଶା ର ରାୟଗଡା ଜ଼ିଲ୍ଲା ର ଚନ୍ଦ୍ରପୁର ଗୁଡାରି ସୀମାନ୍ତ ହନୁମନ୍ତପୁର ପଞ୍ଚାୟତ ର ମିନାଝୋଲା ଠାରେ ବଂଶଧାରା, ଚାଉଳଧୁଆ ଓ ଫଳପଳିଆ ତିନିଗୋଟି ନଦୀର ତ୍ରିବେଣୀ ସଙ୍ଗମ ସ୍ଥଳ ହେଉଛି ଶ୍ରୀମିନାଝୋଲା ସେଥିପାଇଁ ଏହି ଦୃଶ୍ୟ କୁ ଦେଖି ଜନସାଧାରଣ ଏହି ପବିତ୍ର ଶୈବ କ୍ଷେତ୍ର ଶ୍ରୀମିନାଝୋଲା କୁ ଦ୍ୱତୀୟ ପ୍ରୟାଗରାଜ ଭାବରେ ଭାବନ୍ତି l ଏହିପରି ତିନି ନଦୀ ର ସଙ୍ଗମ ସ୍ଥଳ ତ୍ରିବେଣୀ ସଙ୍ଗମ ପ୍ରୟାଗରାଜ ଓ ଶ୍ରୀମିନାଝୋଲା ବ୍ୟତୀତ ଏହା ଅନ୍ୟ କୌଣସି ସ୍ଥାନ ରେ ଦେଖିପାରିବେ ନାହିଁ l ଏହି ମିନାଝୋଲା ଠାରେ ପ୍ରଭୂ ହରିହର ମାଛ (ମୀନ ରୂପରେ ) ପୂଜା ପାଇ ଆସୁଥିବା ରୁ ଏହାକୁ ମିନାଝୋଲା କୁହାଯାଏ ଭଗବାନ ଶିବ ମୀନ ରୂପରେ ପୂଜା ପାଇବା ଓଡିଶା କାହିଁକି ଭାରତବର୍ଷ ଓ ବିଶ୍ୱରେ ଏହି ଭଳି ଶୈବ ପୀଠ ଦେଖିବା ବିରଳ l ଏହି ଶ୍ରୀମିନାଝୋଲା କ୍ଷେତ୍ର କେଦାରନାଥ ଙ୍କ ସହ ସହିତ ସମ୍ପର୍କ ପରିଲିକ୍ଷିତ ହେଉଛି ପ୍ରଭୁ କେଦାରନାଥ ଙ୍କ ମନ୍ଦିର ଖୋଲା ହେଲେ ଶ୍ରୀମିନାଝୋଲା ବନ୍ଦ ରୁହେ ଶ୍ରୀମୀମାଝୋଲା ଖୋଲିଲେ କେଦାରନାଥ ବନ୍ଦ ରୁହନ୍ତି, ଶ୍ରୀମିନାଝୋଲା ରେ ମୀନକେତନ 6 ମାସ ପୂଜା ପାଇ ଭକ୍ତ ଙ୍କୁ ଦର୍ଶନ ଦିଅନ୍ତି ଠିକ ସେହିପରି କେଦାରନାଥ 6 ମାସ ପୂଜା ପାଇ ଭକ୍ତ ଙ୍କୁ ଦର୍ଶନ ଦିଅନ୍ତି ଓ ବର୍ଷ କୁ 6 ମାସ ମୀନକେତନ ଜଳମଗ୍ନ ରୁହନ୍ତି ବର୍ଷ କୁ 6 ମାସ କେଦାରନାଥ ବରଫାବୃତ୍ତ ରୁହନ୍ତି l କେଦାରନାଥ ଖୋଲାହେଲେ ଶ୍ରୀମିନାଝୋଲା ବନ୍ଦ ରୁହନ୍ତି ଶ୍ରୀମିନାଝୋଲା ଖୋଲିଲେ କେଦାରନାଥ ବନ୍ଦ ରୁହନ୍ତି l ମିନାଝୋଲା ଠାରେ ଜଣକଲ୍ୟାଣ ଆଶ୍ରମ ପ୍ରତିଷ୍ଠା ପର ଠାରୁ ମିନକେତନ ଙ୍କ ଠାରୁ ଆଜ୍ଞାମାଳ ଉପର କୁ ଆସି ପୂଜା ପାଆନ୍ତି ଠିକ ସେହିପରି ସେହିପରି କେଦାରନାଥ ରୁ ଆଜ୍ଞା ମାଳ ଉତ୍ତର କାଶୀ ତଳ କୁ ଆସେ l ରାୟଗଡା ଜ଼ିଲ୍ଲା ସଦର ମୋହକୁମା ଠାରୁ 100 କିଲୋମିଟର ଗୁଡାରି ଠାରୁ 30 ଓ ମୁନିଗୁଡା ଠାରୁ 45 କିଲୋମିଟର ଦୂରରେ ଅବସ୍ଥିତ ଏହି ମିନାଝୋଲା l ମିନାଝୋଲା ଯିବା ପାଇଁ ଉଭୟ ମୁନିଗୁଡା ଓ ଗୁଡାରି ଠାରୁ ପକ୍କା ରାସ୍ତା ରହିଛି l ପ୍ରତିବର୍ଷ ମହାଶିବାତ୍ରୀ ଦିନ ମିନାଝୋଲା କୁ ଲକ୍ଷାଧିକ ଭକ୍ତ ଙ୍କ ସାମଗମ ହେବା ସହିତ ଏହି ସଂଗମ ସ୍ଥଳ ରେ ଭକ୍ତ ବୁଡ଼ ପକାଇଥାନ୍ତି l ଭକ୍ତ ଙ୍କ ମାନସିକ ପୂରଣ ହୋଇଥାଏ ମାନସିକ ପୂରଣ ହେଲେ ଭକ୍ତ ଏହି ଠାରେ ମୁଣ୍ଡନ କରିଥାନ୍ତି ସେଥିପାଇଁ ତ ପୋଡସି ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ଝାରଖଣ୍ଡ, ପଶ୍ଚିମବଙ୍ଗ ଓ ଓଡିଶା ର ପୁର ପଲି ରୁ ଲକ୍ଷାଧିକ ଭକ୍ତ ଛୁଟିଆସନ୍ତି ଭଗବାନ ଙ୍କ ଦର୍ଶନ କରି ନିଜକୁ କୃତାର୍ଥ ମନେ କରେନ୍ତି l ଏହି ମିନାଝୋଲା ଭାରତ ବର୍ଷରେ ଐଶାନ କୋଣ ରେ ଅବସ୍ଥିତ ହୋଇ ଐଶାନେ ଶ୍ୱର ମୀନକେତନ ମହାଦେବ ନାମରେ ପରିଚିତ ହୁଅନ୍ତି l ସ୍ଥାନୀୟ ଆଦିବାସୀ ଦିଶାରୀ ପୂଜକ କୁହନ୍ତି ମାଛ ହେଉଛି ମୀନ ଗତ ହେଉଛି ଝୋଲା ତେଣୁ ଏହାକୁ ଆଦିବାସୀ ପୂଜକ ଦିଶାରୀ ମିନାଝୋଲା କୁହନ୍ତି ବୋଲି ସ୍ଥାନୀୟ ବାସୀଙ୍କ ଠାରୁ ଶୁଣିବାକୁ ମିଳେ l ଭଗବାନ ଶିବ ଏହି ଠାରେ ଏକ ଗାତ କୁଣ୍ଡ ମଧ୍ୟରେ ମୀନ ରୂପରେ ପୂଜା ପାଆନ୍ତି l ଶ୍ରୀମିନାଝୋଲା ମିମକେତନ ସ୍ୱର ତିନୋଟି ନଦୀର ସଂଗମ ସ୍ଥଳ ରେ ଅବସ୍ଥିତ l ବଂଶଧାରା, ଚାଉଳଧୁଆ ଓ ଫଳଫଳିଆ ନଦୀର ସଂଗମ ସ୍ଥଳ ର ପବିତ୍ର ଜଳଧାରା ଶ୍ରୀମୀନକେତନ ସ୍ୱର ଙ୍କ କୁଣ୍ଡ ମଧ୍ୟ୍ୟ ରେ ଜଳ ପଡିବା ସହିତ ଏହି କୁଣ୍ଡ ଦେଇ ଜଳ ପ୍ରବାହିତ ହୁଏ l ବଂଶଧାରା ନଦୀ ରାୟଗଡା କଳାହାଣ୍ଡି ଜ଼ିଲ୍ଲା ର ସୀମାନ୍ତ ନିୟମଗିରି ପାହାଡ଼ ର ପାଦଦେଶରେ ଥିବା ଏକ ବାହାରିଥିବା ବେଳେ ଚାଉଳଧୂଆଁ ଓ ଫଳଫଳିଆ ନଦୀ ଦୁଇଟି ଫୁଲବାଣୀ ଜ଼ିଲ୍ଲା ରୁ ବାହାରି ମିନାଝୋଲା ନିକଟରେ ବଂଶଧାରା ନିଦି ରେ ମିଶି ତ୍ରିବେଣୀ ସଙ୍ଗମ ସୃଷ୍ଟି ହୋଇ ରାୟଗଡା, ଗଜପତି ଜ଼ିଲ୍ଲା ଦେଇ ପ୍ରବାହିତ ହୋଇ ଆନ୍ଧ୍ର ପ୍ରଦେଶ ର ବାଙ୍ଗପୋସାଗର ରେ ମିଶିଅଛି l ଜଣକଲ୍ୟାଣ ଆଶ୍ରମ ର ମୁଖ୍ୟ ବାବା ଶ୍ରୀ ଜନକାନନ୍ଦ ଗିରି କହିଛନ୍ତି ଜେ ଶ୍ରୀ ଐଶାନେସ୍ୱର ହରହରି ଙ୍କ ଚରଣ ରେ କୋଟି କୋଟି ପ୍ରଣାମ ଜଣାଇ ମୁଁ ରୂପକ ବୈତ୍ୟକୁ ବଧ କରି ଜନସମାଜ କୁ ଉଦ୍ଧାର କରନ୍ତୁ ରକ୍ଷା କରନ୍ତୁ ଅଧର୍ମ ର ନାଶ ହେଉ ବସୁଦୈବ କୁଟୁମ୍ଭକମ ଏ ସାର ସଂସାର କୁ ରକ୍ଷା କରନ୍ତୁ ବୋଲି କହିଛନ୍ତି l ସେ ପୁଣି କହିଛନ୍ତୁ ଜେ ମିଟ୍ସ ଗ୍ରୁପ ଜନକଲ୍ୟାଣ ଆଶ୍ରମ ଶ୍ରୀ ମିନାଝୋଲା ଟ୍ରଷ୍ଟ ର ଅଧକ୍ଷ ତଥା ଗାୟତ୍ରୀ ସାଧକ ବଲକୃଷ୍ଣ ପଣ୍ଡା ଓ ଅବସର ପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ତଥା ସମାଜ ସେବି ଉଦୟ ଚନ୍ଦ୍ର ପଣ୍ଡା ଆଗେଇ ଆସି ଶ୍ରୀ ମିନାଝୋଲା ଶୈବ ପୀଠ ର ଉନ୍ନତି କରିବା ନିମନ୍ତେ ଲାଗିପଡିଛନ୍ତି l ଜନକଲ୍ୟାଣ ଆଶ୍ରମ ପ୍ରତିଷ୍ଠା ପର ଠାରୁ ଏହି ଦ୍ୱତୀୟ ପ୍ରୟାଗରାଜ କ୍ଷେତ୍ର ଶ୍ରୀ ମିନାଝୋଲା କୁ ବର୍ଷ ର ପ୍ରତ୍ୟକ ସମବାର, ସଂକ୍ରାନ୍ତି ରେ ବହୁ ଭକ୍ତ ଛୁଟିଆସି ପୂଜା ପାଠ କରିବା ର ଦେଖିବାକୁ ମିଳୁଛି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *