ଜଳିଗଲା ଚଳନ୍ତା କାର୍।
ଗଞ୍ଜାମ:ହିଞ୍ଜିଳି ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା କାର୍ଯ୍ୟକ୍ରମ ସାରି ନିଜ ଗ୍ରାମକୁ ଫେରୁଥିବା ବେଳେ ହିଞ୍ଜିଳି ଆର୍ ସି ଏମ୍ ଛକ ନିକଟରେ ଏକ ଯାତ୍ରୀବାହୀ କାର୍ ର ସମ୍ମୁଖରେ ଧୁଆଁ ବାହାରୁଥିବା ଦେଖି ଡ଼୍ରାଇଭର ଗାଡ଼ି କୁ ଅଟକାଇ ରଖି ପ୍ରଥମେ ଯାତ୍ରୀ ମାନଙ୍କୁ ଓଲ୍ହାଇ ଦେଇଥିଲେ ଓ ପରେ ଦେଖୁ ଦେଖୁ ଇଞ୍ଜିନ ରୁ ନିଆଁ ବାହାରି ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ପରବର୍ତ୍ତୀ ସମୟରେ ହିଞ୍ଜିଳି ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। କିନ୍ତୁ ଡ୍ରାଇଭର ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଗାଡ଼ିରେ ବସିଥିବା ଯାତ୍ରୀ ମାନେ ବିପଦ ମୁକ୍ତ ସୋଇପାରିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!