ଜ଼ିଲ୍ଲା ବିଜେଡି ସଭାପତି ପଦ ସୁଧୀର ଓ ଭାସ୍କର ଗୋଷ୍ଠୀ ପାଇଁ ସମ୍ମାନ ର ପ୍ରଶ୍ନ
ରାୟଗଡା : ଗତ ସାଧାରଣ ନିର୍ବାଚନ 2024 ରେ ଓଡିଶା ରେ ବିଜେଡି ସରକାର ଗଠନ ନିମନ୍ତେ ବିଫଳ ହେବା ସହିତ ରାୟଗଡା ଜ଼ିଲ୍ଲା ରେ ଭାସ୍କର ଓ ସୁଧୀର ଙ୍କ ଗୋଷ୍ଠୀ କନ୍ଦଳ ପାଇଁ ତିନିଗୋଟି ବିଧାୟକ ଓ କୋରାପୁଟ ଲୋକସଭା ସାଂସଦ ପ୍ରାର୍ଥୀ ବିଜେଡି ର ଅତି ସଚୋନୀୟ ଭାବେ ପରାଜୟ ବରଣ କରିଲେ l ବର୍ତମାନ ଓଡିଶା ରେ ବିଜେଡି ସରକାର ନାହିଁ କିନ୍ତୁ ଦଳ ର ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ପ୍ରତି ଜନସାଧାରଣ ଙ୍କ ଆସ୍ଥା ରହିଛି ସେ ପୁଣି ମୁଖ୍ୟମନ୍ତ୍ରୀ ନିଶ୍ଚିତ ଭାବେ ହେବେ ବୋଲି ରାୟଗଡା ଜ଼ିଲ୍ଲା ବିଜେଡି ସଭାପତି ପଦବି ପାଇଁ ଲବି ଆରମ୍ବ ହୋଇଥିବା ର ସୂଚନା ମିଳୁଛି l ରାୟଗଡା ଜ଼ିଲ୍ଲା ର ଗୁଣୁପୁର ନିର୍ବାଚନ ମଣ୍ଡଳୀ ରୁ ଗଗନ ଆଚାର୍ଯ୍ୟ, ଦେବୀ ଆଚାର୍ଯ୍ୟ, ରମାକାନ୍ତ ମାଝୀ ବିଷମକଟକ ନିର୍ବାଚନ ମଣ୍ଡଳୀ ରୁ ସୁଧୀର ଦାସ, ଜଗନ୍ନାଥ ସାରକା, ଦେବୀ ପଟ୍ଟନାୟକ, ରାତନଲାଲ ଜୈନ, ତିରୁପତି ବନାଗଡିରାୟଗଡା ନିର୍ବାଚନ ମଣ୍ଡଳୀ ରୁ ଏନ ଭାସ୍କର ରାଓ, ଲାଳବିହାରୀ ହିମରିକା, ଗଙ୍ଗା ଧର ପୁଆଲା, ଅମୀୟ ସ୍ୱାଇଁ,ଏମ ଗଙ୍ଗାଧର ବିଜେଡି ଜ଼ିଲ୍ଲା ସଭାପତି ପଦ ପାଇଁ ଲବିରେ ରହିଥିବା ର ବିଶେଷ ସୂତ୍ରରୁ ଜଣାପଡିଛି l ରାୟଗଡା ଜ଼ିଲ୍ଲା କୁ ବିଜେଡି କୁ ସୁଧୀର ଓ ଭାସ୍କର ପରିଚାଳନା କରିଆସୁଛନ୍ତି l ଜ଼ିଲ୍ଲା ବିଜେଡି ସଭାପତି ପଦ ଭାସ୍କର ଗୋଷ୍ଠୀ କୁ ମିଳିଲେ ଭାସ୍କର ପରିଚାଳନା କରିବେ ଠିକ ସେହିପରି ସୁଧୀର ଗୋଷ୍ଠି କୁ ମିଳେ ସୁଧୀର ପରିଚାଳନା କରିବେ ବୋଲି ଜନସାଧାରଣ ଓ ରାଜନୈତିକ ସମୀକ୍ଷକ ମନେ ଆଲୋଚନା କରିବା ର ଶୁଣିବାକୁ ମିଳୁଛି l ଉଭୟେ ନିଜ ପାଇଁ ଓ ନିଜ ସମର୍ଥକ ଙ୍କ ପାଇଁ ଜ଼ିଲ୍ଲା ବିଜେଡି ସଭାପତି ପଦ ପାଇଁ କଳ ବଳ କୌଶଳ ଆରମ୍ବ କରିଦେଇଥିବା ନେଇ ବିଜେଡି ଦଳ ର କର୍ମୀ ମାନେ ଆଲୋଚନା କରୁଛନ୍ତି l ଗତ ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ ଭାସ୍କର ଓ ସୁଧୀର ଙ୍କୁ ଏକାଠି କରି ନିର୍ବାଚନ ଲଢ଼ିବା ପାଇଁ ରାୟଗଡା ବିଜେଡି ପ୍ର୍ୟବେକ୍ଷକ ଅତୁନ ସବ୍ୟସାଚୀ ନାୟକ ଙ୍କୁ ଦଳୀୟ ସୁପ୍ରିମୋ ବାରମ୍ବାର ରାୟଗଡା ପଠେଇଥିଲେ କିନ୍ତୁ ଅତୁନ ଉଭୟ ଙ୍କୁ ମିଳେଇବା ବଦଳ ରେ ଏକ ପାଖିଆ ନିଷ୍ପତି ନେଇଁ ଉଭୟ ଙ୍କୁ ଦୁରେଇ ରଖିଲେ ସେଥିପାଇଁ ରାୟଗଡା ଜ଼ିଲ୍ଲା ରେ ବିଜେଡି ଶୋଚନୀୟ ପରାଜୟ କରିଲା ସେଥିପାଇଁ କେବଳ ଅତୁନ ସବ୍ୟସାଚୀ ଦାୟୀ ବୋଲି ନିର୍ବାଚନ ଘୋଷଣା ପୋର ଠାରୁ ଆଜିପଯ୍ୟନ୍ତ ଦଳୀୟ କର୍ମୀ ମନେ ଆଲୋଚନା କରୁଛନ୍ତି l ବର୍ତମାନ ରାୟଗଡା ଜ଼ିଲ୍ଲା ରେ ବିଜେଡି ର ପରିସ୍ଥିତି କୁ ସୁଧାର ଆଣିବା ନିମନ୍ତେ ବିଜେଡି ସୁପ୍ରିମୋଙ୍କ ନିର୍ଦେଶ କ୍ରମେ ଗତ ଜାନୁୟାରୀ ମାସ 23 ତାରିଖ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅରୁଣ ସାହୁ, ଭୃଗୁ ବୋକ୍ସିପାତ୍ର ଓ ମୁନ୍ନା ଖାନ ରାୟଗଡା ଗସ୍ତ ରେ ଆସି ଉଭୟ ଙ୍କ ସହିତ ପୃଥକ ପୃଥକ ଆଲୋଚନା କରି ଫରିଛନ୍ତି କିନ୍ତୁ କୌଣସି ସୁଫଳ ମିଳିନଥିବା ଜଣା ପଡିଛି l ଜ଼ିଲ୍ଲା ବିଜେଡି ସଭାପତି ପଦ ଉଭୟ ଭାସ୍କର ଓ ସୁଧୀର ଙ୍କ ପାଇଁ ସମ୍ମାନ ର ପ୍ରଶ୍ନ ସେଥିପାଇଁ ସଭାପତି ପଦ ପାଇଁ ଲାଗି ପଡିଛନ୍ତି l ଜ଼ିଲ୍ଲା ବିଜେଡି ସଭାପତି ପଦ କାହାକୁ ଦେବେ ସେଥି ପାଇଁ ଦଳୀୟ ସୁପ୍ରିମୋ ଚିନ୍ତା ରେ ପଡିଥିବାର ଜଣାପଡିଛି l ଇଭୟ ଗୋଷ୍ଠି ବ୍ୟତୀତ ଅନ୍ୟ କାହାରିକୁ ସଭାପତି ପଦ ମିଳୁଛି ତାହା ଆସନ୍ତା ମାର୍ଚ୍ଚ 5 ତାରିଖ ବିଜୁ ଜୟନ୍ତୀ ପରେ କିଛିଟା ଆଭାସ ମିଳିବ ତାହା ଦେଖିବା କୁ ବାକିରହିଲା l ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ