ଜ଼ିଲ୍ଲା ଶ୍ରମ କଲ୍ୟାଣ ବିଭଗ ପକ୍ଷରୁ ନିର୍ମାଣ ଶ୍ରମିକ ସହାୟକ କଲ୍ୟାଣ ଯୋଜନା ଅନୁଷ୍ଠିତ

ଜ଼ିଲ୍ଲା ଶ୍ରମ କଲ୍ୟାଣ ବିଭଗ ପକ୍ଷରୁ ନିର୍ମାଣ ଶ୍ରମିକ ସହାୟକ କଲ୍ୟାଣ ଯୋଜନା ଅନୁଷ୍ଠିତ

ରାୟଗଡା : ଶ୍ରମ କମିଶନର, ଓଡିଶା ଓ ଜିଲ୍ଲାପାଳ, ରାୟଗଡାଙ୍କ ନିର୍ଦ୍ଦେଶ କ୍ରମେ ଅଦ୍ୟ ତା ୨୧.୦୨.୨୦୨୫ରିଖ ରାୟଗଡା ଜିଲ୍ଲା ପ୍ରଶାସନ ଓ ଶ୍ରମ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ଓ ପରିଚୟ ପତ୍ର ବଣ୍ଟନ ଶିବିର ଗୁଣପୁର ପୌରପାଳିକା, ଟାଉନ ହଲ, ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଶ୍ରୀମତି ଝିଲି ଶବର, ଅଧ୍ୟକ୍ଷା, ପଞ୍ଚାୟତ ସମିତି, ଗୁଣପୁର, ମୁଖ୍ୟ ଅତିଥି, ଶ୍ରୀମତୀ ମମତା ଗୌଡ, ଅଧ୍ୟକ୍ଷା, ପୌରପାଳିକା, ଗୁଣପୁର, ଶ୍ରୀ ସୁଦର୍ଶନ ଶବର, ଉପାଧ୍ୟକ୍ଷ, ପଞ୍ଚାୟତ ସମିତି, ଗୁଣପୁର ଓ ଶ୍ରୀ ଶିବଶଙ୍କର ଗୌଡ. ଉପାଧ୍ୟକ୍ଷ, ପୌରପାଳିକା, ଗୁଣପୁର ତଥା ମାନ୍ୟବର ବିଧାୟକ, ଗୁଣପୁରଙ୍କ ପ୍ରତିନିଧି ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ |ଏହି ଶୁଭ ଅବସରରେ ଅନୁନ୍ୟ ୩୦୦ ଜଣ ନିର୍ମାଣ ଶ୍ରମିକ ଭାଇ ଓ ଭଉଣୀ ଯୋଗଦାନ କରି ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ | ଜିଲ୍ଲା ଶ୍ରମ ଅଧିକାରୀ ସମସ୍ତ ଅତିଥି ଓ ଉପସ୍ଥିତ ଶ୍ରମିକମାନଙ୍କୁ ଶିବିରକୁ ସ୍ବାଗତକରି ଅଭିଭାଷଣ କରିଥିବା ବେଳେ, ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀ ସୁବାଷ ଚନ୍ଦ୍ର ମଣ୍ଡଳ ଉପସ୍ଥିତ ଶ୍ରମିକଙ୍କୁ ନିର୍ମାଣ ଶ୍ରମିକଙ୍କ ଅଧିକାର ଓ ସଂପୃକ୍ତ ଆଇନ୍ ବିଷୟରେ ବ୍ୟାପକ ସୂଚନା ପ୍ରଦାନ କରି ଉଦବୋଧନ କରିଥିଲେ । ସହକାରୀ ଶ୍ରମ ଅଧିକାରୀ ଶ୍ରୀ ନିରଞ୍ଜନ ଭୁୟାଁ, ଶ୍ରୀ ସଞ୍ଜୟ କୁମାର ରଇତ, ସୁଶ୍ରୀ ସ୍ବାତୀଲଗ୍ନା ପାଦ୍ରା ଏବଂ ଗୁଣପୁର କାର୍ଯ୍ୟାଳୟର କର୍ମକର୍ତ୍ତା ଯୋଗଦାନ କରିଥିଲେ । ଶିବିରରେ ୪୪ ଜଣ ମୃତ ନିର୍ମାଣ ଶ୍ରମିକଙ୍କ ମନୋନୀତ ବ୍ଯକ୍ତିଙ୍କୁ ମୃତ୍ୟୁ କାଳୀନ ସହାୟତା ଏବଂ ୪୫ ଜଣଙ୍କୁ ଅନ୍ତେଷ୍ଟିକ୍ରିଆ ସହାୟତା ପ୍ରଦାନ କରାଯାଇଛି । ମୃତ୍ୟୁକାଳୀନ ସହାୟତା ବାବଦକୁ ୪୪ ଜଣଙ୍କୁ ₹୮୮,୦୦,୦୦୦/-, ଅନ୍ତେଷ୍ଟିକ୍ରିୟା ସହାୟତା ୪୫ ଜଣଙ୍କୁ ₹୨,୨୫,୦୦୦/-, ଶିକ୍ଷା ସହାୟତା ୪୪ ଜଣଙ୍କୁ ₹୩,୭୦,୦୦୦/-, ବିବାହକାଳିନ ସହାୟତା ୩୫ ଜଣଙ୍କୁ ₹୧୭,୫୦,୦୦୦/- ଏବଂ ପ୍ରସୂତୀ କାଳିନ ସହାୟତା ବାବଦକୁ ୧୮ ଜଣଙ୍କୁ ₹୧,୮୦,୦୦୦/-, ସମୁଦାୟ ୧୮୬ ଜଣଙ୍କୁ ମୋଟ ₹୧,୧୩,୨୫,୦୦୦/- ପ୍ରଦାନ କରାଯାଇଛି । ସେହିପରି ୧୦୦ ଜଣ ନିର୍ମାଣ ଶ୍ରମିକଙ୍କୁ ନୂତନ ଭାବେ ପଞ୍ଜୀକୃତ କରାଯାଇ ପଞ୍ଜୀକରଣ ପତ୍ର ପ୍ରଦାନ କରାଯାଇଛି । ଶେଷରେ ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ରଇତ ଉପସ୍ଥିତ ଅତିଥି ଓ ସମସ୍ତ ଶ୍ରମିକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *