ଜ଼ିଲ୍ଲା ଶ୍ରମ ବିଭାଗ ସହାୟତା ରେ ରାୟଗଡା ଫେରିଲା ଦୁଇ ମୃତ ଦେହ ରାୟଗଡା : ପୁରୁଣା ବର୍ଷ କୁ ବିଦାୟ ଓ ନୂତନ ବର୍ଷ କୁ ସ୍ୱାଗତ ଦିନ ହି ରାୟଗଡା ଜ଼ିଲ୍ଲା ରେ ଦେଖିବା କୁ ମିଳିଛିବେକ ହୃଦୟ ସ୍ପର୍ଶି ଘଟଣା l ସୂଚନା ଯୋଗ୍ୟ ଯେ ମୁନିଗୁଡା ଓ କୋଳନରା ବ୍ଲକ ଦୁଇ ଇଂ ବ୍ୟକ୍ତି ଦାଦନ ଶ୍ରମିକ ଙ୍କ ମୃତ ଦେହ ଫେରିଛି l ସୂଚନା ଯୋଗ୍ୟଯେ ମୁନିଗୁଡା ବ୍ଲକ ର ଅଗୁଲ ପଂଚାୟତ ର ନିଆଳି ଗ୍ରାମ ର ବିରେନ ହିସଲା ବୟସ 19 ଓ କୋଳନରା ବ୍ଲକ ର କିନାରୀମୋଡା ନିକଟସ୍ଥ କିରଲପଦର ଗ୍ରାମର ଅଶୋକ ନିମାଲ ବୟସ 22 ଙ୍କ ମୃତ ଦେହ ତାଙ୍କରି ଗ୍ରାମର re ପହଂଚିଥିବା ଅତିରିକ୍ତ ଜ଼ିଲ୍ଲା ଶ୍ରମ ଅଧିକାରୀ ସଂଜୟ କୁମାର ରୋଇତ ଯାଇଛନ୍ତି l ନିଆଳି ଗ୍ରାମ ର ବିରେନ କେରଳ ପ୍ରଦେଶ ର ଏରନାକୁଲମ ଠାରେ କାମ କରୁଥିବା ସମୟରେ ତାହାର ମୃତ୍ୟୁ ଗତ 29/12 ରେ କୌଣସି କାରଣ ତୁ ଆତ୍ମା ହତ୍ୟା କରିଥିଲା l ପରିବାର ବର୍ଗଙ୍କ ସ୍ଥାନୀୟ ପ୍ରସାଶନ କୁ ମୃତ ଦେହ ଆଣିବା ନିମନ୍ତେ ଅନୁରୋଧ କରିଥିଲେ l ଗରିବ ପରିବାର କୁ ସାହାଯ୍ୟ ନିମନ୍ତେ ଶ୍ରମ ବିଭାଗ ର ହସ୍ତକ୍ଷେପ ପରେ ସହକାରୀ ଜ଼ିଲ୍ଲା ଶ୍ରମ ଅଧିକାରୀ ଙ୍କ ସହଯୋଗ ରେ ବିରେନ ଯେଉଁଠାରେ କାମ କରୁଥିଲା ସେହିଠାର ମାଲିକ ଙ୍କ ସହିତ କଥାବାର୍ତା ହୋଇ ମୃତ ଦେହକୁ କେରଳ ରୁ ବିଶାଖପାଟନମ ପର୍ଯ୍ୟନ୍ତ ବିମାନ ରର ଅଣାଯାଇଥିଲା ପରେ ଏକ ଆମ୍ବୁଲାନ୍ସ ଯୋଗେ ବିରେନ ଙ୍କ ଗାଁ ନିଆଳି କୁ ନିଆଯାଇଥିଲା l ଠିକ ସେହିପରି କିରଲପଦର ଗାଁ ର ଅଶୋକ କାକିନାଡ଼ା ଠାରେ କାମ କରୁଥିଲେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କରି ମୃତ୍ୟୁ ବରଣ କରିଥିଲା l ଗତ 6 ମାସ ତଳେ ଅଶୋକ ଆନ୍ଧ୍ର ପ୍ରଦେଶ ର ପୂର୍ବ ଗୋଦାବରୀ ଜ଼ିଲ୍ଲା ର ଏରାବରମ ବି 5 ଅଂଚଳ ରେ ଏକ ଅବନ୍ତି ଫ୍ରୋଯେନ ଫୁଡପ୍ରାଇଭେଟ ଲିମିଟେଡ଼ କମ୍ପାନୀ ରେ କାମ କରୁଥିଲା l ଗତ ମାସ 29/12 ରେ ବଜାର ରୁ ସୌଦା କିଣି ଫେରିବା ସମୟରେ ରାତ୍ରି 9 ଘଂଟିକା ସମୟରେ ଏକ ଏକ ଅଜଣା ଗାଡି ଧକ୍କା ଦେଇଥିଲା ଓ ସେ ଗୁରୁତର ହୋଇ ସ୍ଥାନୀୟ ଚିକିତ୍ସାଳୟ ରେ ଚିକିତ୍ସା ସମୟରେ ମୃତ୍ୟୁ ବରଣ କରିଥିଲା l ଜ଼ିଲ୍ଲା ଶ୍ରମ ବିଭାଗ ସହକାରୀ ଜ଼ିଲ୍ଲା ଶ୍ରମ ଅଧିକାରୀ ଅଶୋକ କାମ କରୁଥିବା କମ୍ପାନୀ ର ମାଲିକ ଙ୍କ ସହିତ କଥା ବାର୍ତା ହୋଇ ଏକ ଆମ୍ବୁଲାନ୍ସ ଯୋଗେ ମୃତ ଦେହ ଆଣି ତାଙ୍କରି ଗାଁ ରେ ପହଞ୍ଚାଇ ଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ଗଜପତି(ମନୋଜ ପାଢୀ/୯/୧୨/୨୪ପାରଳାଖେମଣ୍ଡି,ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବୃଷଭ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ…
ଓଡ଼ିଶା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ମନୋଜ ଆହୁଜା
ଓଡ଼ିଶା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ମନୋଜ ଆହୁଜା ଭୁବନେଶ୍ୱର: ମନୋଜ ଆହୁଜା ଆଜି ଓଡ଼ିଶା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ…
ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଦୁଇ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଦୁଇ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରେ…