ଜ଼ିଲ୍ଲା ସାମ୍ବାଦିକ ସଂଘର ବନ୍ଧୁମିଳନ – ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ରାୟଗଡା :- (ପ୍ରଫୁଲ୍ଲ କୁମାର ବେହେରା)ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜ଼ିଲ୍ଲା ସାମ୍ବାଦିକ ସଂଘର ରାୟଗଡାର ହାଲୁଆ ପଞ୍ଚାୟତର ହାଲୁଆ ତୋଟା ଠାରେ ବନ୍ଧୁମିଳନ – ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି | ଜ଼ିଲ୍ଲାର ସମସ୍ତ ୧୧ ଟି ବ୍ଲକର ସଂଘର ୧୦୦ ରୁ ଉର୍ଦ୍ଧ ସାମ୍ବାଦିକ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି | ସକାଳ ୧୦ ରୁ ଆରମ୍ଭ ହେଇଥିବା ଆଜିର ଏହି କାର୍ଯ୍ୟକ୍ରମରେ ମଞ୍ଚାସିନ ଥିଲେ ସଂଘର ସଭାପତି ଡକ୍ଟର ବାଦଲ କୁମାର ତା, ଉପଦେଷ୍ଟା ବିଜୟ କୁମାର ମିଶ୍ର, ସାଧାରଣ ସମ୍ପାଦକ ରବିନ୍ଦ୍ର ପାଟଖଣ୍ଡଳ ଓ କୋଷାଦକ୍ଷ ବିଜୟ କୁମାର ଦାଶ | ପ୍ରଥମେ ରବୀନ୍ଦ୍ର ସମସ୍ତ ସଦସ୍ୟଙ୍କୁ ସ୍ୱାଗତ କରିବା ସହ ସଂଘର ବିଗତବର୍ଷର ଉପଲବ୍ଧି ସହ କରାଯାଇଥିବା ସେବା କାର୍ଯ୍ୟ ବିଷୟରେ ବିସ୍ତାର ରୂପେ କହିଥିଲେ | ସେଇପରି କୋଷାଦକ୍ଷ ବିଜୟ ବିଗତ ବର୍ଷର ବ୍ୟୟର ତାଲିକା ପ୍ରକାଶ କରିଥିଲେ | ସଭାପତି ଡକ୍ଟର ତା ଜ଼ିଲ୍ଲାରେ ସାମ୍ବାଦିକ ମାନଙ୍କୁ କିପରି ସରକାରୀ ଓ ପ୍ରଶାସନିକ ସହଯୋଗ ମିଳିବା ଆବଶ୍ୟକତା ଅଛି କହିଲେ | ସେଇପରି ଜିଲ୍ଲାର ଉନ୍ନତି ସହ ଶୋଷିତ, ପୀଡିତ, ବଞ୍ଚିତ ଓ ଅବହେଳିତ ମାନଙ୍କ ପାଇଁ ସାମ୍ବାଦିକ ମାନଙ୍କ ମୁଖ୍ୟତଃ ସଂଘର କଣ ଭୂମିକା ଅଛି ଡକ୍ଟର ତା ନିଜ ବକ୍ତବ୍ୟରେ ରଖିଲେ | ଶେଷରେ ସଂଘର ଜ଼ିଲ୍ଲା କମିଟିର ଦାଇତ୍ୱ ପାଇଁ ନୂତନ ନାମ ଘୋଷଣା କରାଗଲା | ସମସ୍ତଙ୍କ ସହମତିରେ ଡକ୍ଟର ତା ଜ଼ିଲ୍ଲା ସଭାପତି ଚୟନ ହେଲେ, ଜ଼ିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ଶ୍ୟାମ କୁମାର ଦାଶଙ୍କୁ ସଂଘ ଚୟନ କଲେ,ତିରୁମୁଳା ପ୍ରସାଦ ପଟ୍ଟନାୟକ, ବ୍ରଜ ସୁନ୍ଦର ପାଢ଼ୀ ଓ ରଞ୍ଜନ ସ୍ୱାଇଁ ଜିଲ୍ଲା ଉପସଭାପତି, ବିଦ୍ୟା ଭୂଷଣ ପଣ୍ଡା ହେଲେ ଜ଼ିଲ୍ଲା ସାଧାରଣ ସମ୍ପାଦକ,ମନୋଜ ଜେନା ହେଲେ କୋଷାଦକ୍ଷ,ସନ୍ତୋଷ ଗୁରୁ, ଗୋପୀନାଥ ଗୌଡ଼,ଗୋଲକ ବିହାରୀ ସାମାନ୍ତରାୟ ଓ ପ୍ରସାଦ ଲିମାଙ୍କୁ ଜ଼ିଲ୍ଲା ସମ୍ପାଦକ ଦାଇତ୍ୟ ମିଳିଲା,ଅକ୍ଷୟ ପୀଡ଼ିଷିକା ହେଲେ ଜ଼ିଲ୍ଲା ସାଙ୍ଗଠନିକ ସମ୍ପାଦକ ଓ ସନ୍ତୋଷ ବୋଚା, ମହେଶ ପାଟଖଣ୍ଡଳଙ୍କୁ ଜ଼ିଲ୍ଲା ସହସମ୍ପାଦକ ଦାଇତ୍ୱ ମିଳିଲା | ସଙ୍ଘ ର ଉପଦେଷ୍ଟା ଭାବେ ବରିଷ୍ଠ ସାମ୍ବାଦିକ କୀର୍ତି ସାହୁ, ବିଜୟ ମିଶ୍ର,ପ୍ରୋମଦ ସାହୁ, ଅନିଲ ସାହୁକାର,ରାଜେନ୍ଦ୍ର ମିଶ୍ର, ଅଜୟ ରଥ,ବିଜୟ ଉଲ୍ଲକା, ରବୀନ୍ଦ୍ର ପାଟ୍ଟଖଣ୍ଡାଳ,ଉମାକାନ୍ତ ନିମାଲପୁରୀ ଓ ବିଜୟ ଦାସ ମୋନାନୀତ ହେଲେ।ନୂତନ କମିଟିକୁ ସଂଘର ସଦସ୍ୟ ମାନଙ୍କ ତରଫରୁ ଅଭିନନ୍ଦନ ଓ ଶୁଭେଚ୍ଛା ମିଳିଲା | ଆଗକୁ ଯୁବ ସାମ୍ବାଦିକ ମାନଙ୍କ ସହ ସଂଘ ଆଉରି ସୃଦୁଢ ହେଇ କାମ କରିବ ବୋଲି ସଭାପତି ଡକ୍ଟର ତା ପ୍ରକାଶ କରିଛନ୍ତି |
Related Posts
ରାଜ୍ୟର ପ୍ରଥମ ଲମ୍ବା ସୁଡ଼ଙ୍ଗ ରାସ୍ତା।
ଦ୍ରୁତ ଗତିରେ ଆଗେଇ ଚାଲିଛି ରାଜ୍ୟର ପ୍ରଥମ ଲମ୍ବା ସୁଡ଼ଙ୍ଗ ରାସ୍ତା। ଭାରତମାଳା ପ୍ରକଳ୍ପ ଯୋଜନାରେ ରାୟପୁରରୁ ବିଶାଖାପାଟଣାକୁ ସିଧାସଳଖ ସଂଯୋଗ ପାଇଁ ତିଆରି ଚାଲିଛି ଜାତୀୟ…
ଉଦଯାପିତ ହେଲା ଚଇତି 2024 ପଲି ଶ୍ରୀମେଲା ରେ ଏହି ବର୍ଷ ୬କୋଟି ଟଙ୍କା ବ୍ୟବସାୟ
ଉଦଯାପିତ ହେଲା ଚଇତି 2024 ପଲି ଶ୍ରୀମେଲା ରେ ଏହି ବର୍ଷ ୬କୋଟି ଟଙ୍କା ବ୍ୟବସାୟ ରାୟଗଡ: ଚଇତି 2024 ର ଶେଷ ରଜନୀ ଧୁମ ଧାମରେ…
କବରପେଟ୍ଟାଇ ରେଳ ଷ୍ଟେସନ ନିକଟରେ ଘଟିଛି ବଡ଼ ଅଘଟଣ।
ପୁଣି ଏକ ଭୟଙ୍କର ଟ୍ରେନ ଦୁର୍ଘଟଣା। ତାମିଲନାଡୁର ଚେନ୍ନାଇ ନିକଟ କବରପେଟ୍ଟାଇ ରେଳ ଷ୍ଟେସନ ନିକଟରେ ଘଟିଛି ବଡ଼ ଅଘଟଣ। ମହୀଶୂରରୁ ବିହାରର ଦରଭଙ୍ଗା ଯାଉଥିବା ଭାଗମତି…