-ଜାତୀୟ ପ୍ରେସ ଦିବସରେ ସମ୍ମାନିତ ହେଲେ ମାଲକାନଗିରି ର ସୁରଜ-ରାଜ୍ୟପାଳ କଲେ ସମ୍ମାନିତ -ସାମ୍ବାଦିକ ଭେଟେରାନ୍ ଦିଲୀପ ଶତପଥୀ ସମ୍ମାନରେ ହେଲେ ସମ୍ମାନିତ
ଭୁବନେଶ୍ୱର:ଭୁବନେଶ୍ବର ସ୍ଥିତ ଜୟଦେବ ଭବନ ପରିସରରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଅନୁଷ୍ଠିତ ହୋଇଥିବ ଜାତୀୟ ଗଣମାଧ୍ୟମ ଦିବସ ଅବସର ରେ ସମ୍ମାନିତ ହେଲେ ମାଲକାନଗିରି ଜିଲ୍ଲାର ସୁରଜ କୁମାର ବେହେରା। ଚଳିତ ବର୍ଷ ତାଙ୍କୁ ଦିଲୀପ ଶତପଥୀ ସ୍ମାରକୀ ସମ୍ମାନରେ ସମ୍ମାନିତ କରାଯାଇଛି।ଏହି ସମ୍ମାନ ପ୍ରଦାନ କରିଛନ୍ତି ମୁଖ୍ୟ ଅତିଥି ରୂପେ କାର୍ଯ୍ୟକ୍ରମ ରେ ଯୋଗଦେଇ ଥିବା ରାଜ୍ୟପାଳ ରଘୁବର ଦାସ, ମୁଖ୍ୟ ବକ୍ତା ବାଚସ୍ପତି ସୁରମା ପାଢୀ, ଅନୁଷ୍ଠାନ ର ସାଧାରଣ ସମ୍ପାଦକ ସନତ୍ ମିଶ୍ର, ସଭାପତି ପ୍ରଦୋଷ ପଟ୍ଟନାୟକ, ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି,ଜାତୀୟ ସାମ୍ବାଦିକ କଲ୍ଯାଣ ବୋର୍ଡ ଓଡିଶା ର ଅଧ୍ୟକ୍ଷ ଦୀପକ ମାଲବ୍ୟ ପ୍ରମୁଖ। ତାଙ୍କୁ ପୁରସ୍କାର ଦେବା ସହ ସମ୍ମାନିତ କରାଯାଇଛି। ମାଲକାନଗିରି ଜିଲ୍ଲାର ଏମଭି 79 ର ଶ୍ରୀକାନ୍ତ ବେହେରା ଓ ମା ଅନିତା ବେହେରା ଙ୍କ ପୁତ୍ର ଅଟନ୍ତି ଅଟନ୍ତି ସୁରଜ ।
ଦିଲୀପ ଶତପଥୀ ଜଣେ ପ୍ରତିଷ୍ଠିତ ସାମ୍ବାଦିକ ଥିଲେ। କେବଳ ଅର୍ଥନୀତି, ଶିଳ୍ପ ଓ ବାଣିଜ୍ୟ ବିଷୟ ନୁହେଁ, ରାଜନୀତିକ ସାମାଜିକ କ୍ଷେତ୍ର, ଶିକ୍ଷା ଓ ଅନ୍ୟାନ୍ୟ ବିଷୟରେ ବି ସେ ଦକ୍ଷ ଥିଲେ।ଦିଲୀପ ଶତପଥୀ ଓଡ଼ିଶାର ଜଣେ ଜଣାଶୁଣା ସମ୍ବାଦିକ ଥିଲେ। ସେ ଅର୍ଥନୀତି ସାମ୍ବାଦିକତା ବା ଇକୋନୋମିକ୍ସ ଜର୍ଣ୍ଣାଲିଜିମ୍କୁ ନିଜ କ୍ୟାରିୟର ହିସାବରେ ବାଛିଥିଲେ। ସେ ଦୀଘର୍ ବର୍ଷ ଧରି ବିଜିନେସ୍ ଷ୍ଟାଣ୍ଡର୍ଡର ବିଭିନ୍ନ ପଦପଦବୀରେ ରହି ଓଡ଼ିଶା ମୁଖ୍ୟ ହିସାବରେ ବହୁ ବର୍ଷ ଧରି କାର୍ଯ୍ୟ କରୁଥିଲେ।ଏହି ଭଲି ଜଣେ ବ୍ୟକ୍ତିତ୍ୟ ଙ୍କ ଉଦ୍ଦେଶ୍ଯ ରେ ସମ୍ମାନିତ ହେବା ଓ ଆଦର୍ଶ କୁ ମାନି ଚଳିବା ନେଇ ସୁରଜ ମତ ଦେଇଛନ୍ତି। ପୂର୍ବରୁ ମଧ୍ୟ ସୁରଜ ସାମ୍ବାଦିକତା ଶିକ୍ଷା ପାଇଁ ବିଭିନ୍ନ ପୁରସ୍କାର ପ୍ରାପ୍ତ କରିଛନ୍ତି। ସମସ୍ତ ମଞ୍ଚାସୀନ ଅତିଥି ମାଲକାନଗିରି ଜିଲ୍ଲାରୁ ଆସି ଏଭଲି ସଫଳତା ପାଇଁ ଥିବାରୁ ସୁରଜ ଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଶ୍ନସା କରିଛନ୍ତି। ପିଲାଟି ଦିନରୁ ସାମ୍ବାଦିକତା ର ଇଚ୍ଛା ତାଙ୍କୁ ଏହି ସଫଳତା ଦେଇଛି ବୋଲି କୁହନ୍ତି ସୁରଜ।ସୁରଜ ଉଭୟ କେନ୍ଦ୍ରୀୟ ଅନୁଷ୍ଠାନ ଆଇ ଆଇ ଏମ୍ ସି ଓ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରୁ ନିଜର ଗଣମାଧ୍ୟମ ପାଠ ପଢା ଯାତ୍ରା ଆରମ୍ଭ କରିଥିଲେ।