ଜିଲ୍ଲାସ୍ତରୀୟ କୃଷି ମେଳା ଓ କୃଷି ଯନ୍ତ୍ରପାତି ମେଳା ର ଦ୍ୱତୀୟ ଦିବସ ରେ ସଂଖ୍ୟା ଧିକ ଚାଷୀଙ୍କ ସାମଗମ
ରାୟଗଡ : ରାୟଗଡ ଜିଲ୍ଲାପ୍ରଶାସନ ଓ କୃଷି ବିଭାଗ ତରଫରୁ ସ୍ଥାନୀୟ ଜେଏସସିଆଇଆର ପଡିଆ ଠାରେ ଚଳିତ ମାସ ତା ୭ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଅନୁଷ୍ଟିତ ହେବାକୁ ଥିବା ଜିଲ୍ଲାସ୍ତରୀୟ କୃଷୀ ଯନ୍ତ୍ରପାତି ମେଳା ଆଜିର ଦ୍ୱତୀୟ ଦିନ ରେ ମୁଖ୍ୟଅତିଥି ଭାବେ କାଶୀପୁର ବ୍ଲଜ ଅଧ୍ୟକ୍ଷ ସୁଶ୍ରୀ ମାଝୀ ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ଜ଼ିଲ୍ଲା ମୁଖ୍ୟ କୃଷିଅଧିକାରୀ ବିଷ୍ଣୁ ପ୍ରସାଦ କର ଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମlନିତ ଅତିଥି ତଥା ଉପାଧ୍ୟକ୍ଷା କାଶୀପୁର ବ୍ଲକ କୁନି ନାୟକ, ଅତିରିକ୍ତ କୃଷି ଅଧିକାରୀ ମୁନିଗୁଡା ଚିତରଞ୍ଜନ ଶତପଥି , ଗୁଣୁପୁର ବୃନ୍ଦାବନ ବେହେରା ଓ ରାୟଗଡା ଏସ କେ ହସେନ, ଜ଼ିଲ୍ଲା ମଚ୍ୟ ଅଧିକାରୀ ଜ୍ଞାନରଞ୍ଜନ ସେଠି, କୃଷି ନିର୍ବାହୀ ଯନ୍ତ୍ରୀ ସରୋଜିନୀ ବାଘ, ଏସ ଡି ଭି ଓ ରାୟଗଡା ଅଶୋକ କୁମାର ବେହେରା ଓ ମୁଖବକ୍ତା ଭତ୍ସବେ ରାୟଗଡା ଜ଼ିଲ୍ଲା କୃଷି ବୈଜ୍ଞାନିକ ଡ଼କ୍ଟର ରମେଶ ସାହୁ ମଞ୍ଚସିନ ରହିଥିଲେ lଅତିଥି ମାନେ ନିଜ ମନ୍ତବ୍ୟ ରେ ଚାଷୀ ମାନଙ୍କୁ ନିଜର ବକ୍ତବ୍ୟ ମାଧ୍ୟମରେ ଆଧୁନିକ କୃଷି ୟନ୍ତ୍ରପlତି ବ୍ୟବହାର କରି ଅଧିକ ଲାଭବାନ ହେବାକୁ ଉପଦେଶ ଦେଇଥିଲେ। ଏହି ଅବସରରେ ମେଳା ମଧ୍ୟରେ ଜିଲ୍ଲା କୃଷୀ ବିଭାଗ ତରଫରୁ ଏକ କୃଷୀ ସଚେତନତା ସଭା ଅନୁଷ୍ଟିତ ହୋଇଥିଲା। ଏଥିରେ ମୁଖ୍ୟ କଣ୍ଠ ମାଝୀ ଓ ସମ୍ମାନିତ ଅତିଥି କୃଷି ମେଳାର ଉଦେଶ୍ୟ ଓ ଆଧୁନିକ ପ୍ରଣାଳୀରେ ଚାଷୀ କିପରି ଲାଭବାନ ହୋଇପାରିବେ ତା ଉପରେ ଆଲୋକପାତ କରିଥିଲେ। ଏହି ମେଳାରେ ଯୋଗଦେଇ ଥିବା ଅତିଥିମାନେ ଜିଲ୍ଲାର କିଛି କୃଷକ ଆଧୁନିକ ପ୍ରଣାଳୀ ରେ କିପରି ବିଭିନ୍ନ ପ୍ରକାର ଚାଷ ଉତ୍ପାଦନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ହେଇଛନ୍ତି ସେ ସମ୍ପର୍କରେ ଉଲ୍ଲେଖ କରି ବର୍ତ୍ତମାନ ଯୁଗରେ କୃଷୀ କ୍ଷେତ୍ରରେ ଉନ୍ନତ ମାନର ଯନ୍ତ୍ରପାତିର ବ୍ୟବହାର କରି ଚାଷୀ ଅଧିକ ଲାଭବାନ ହୋଇପାରୁଥିବା ହେତୁ ଏବଂ ଏ କ୍ଷେତ୍ରରେ ସରକାର ସବ୍ସିଡି ମାଧ୍ୟମରେ କୃଷକଙ୍କ ଆବଶ୍ୟକ ଯନ୍ତ୍ର ପାତି ଯୋଗାଇ ଦେଉଥିବାରୁ ଜିଲ୍ଲାର କୃଷକ ଭାଇମାନେ ଏହାର ସୁଯୋଗ ନେବା ପାଇଁ ସେ ପରାମର୍ଶ ଦେଇଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଦlଶ ସ୍ଵାଗତ ଭାଷଣ ଦେଇଥିବା ଜିଲ୍ଲା କୃଷି ଅଧିକାରୀ ଚିତ୍ତରଞ୍ଜନ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ lଏହି ଅବସରରେ ମେଳାରେଚାଷୀ ବିଦ୍ୟଧର ଦୁରିଆ, କୃପାସିନ୍ଧୁ ଶବର, ଭଦ୍ର ପ୍ରାସ୍କ, ଶିଶିର କୁମାର ସେନାପତି, ରେଡି ନାଗରାଜୂ, ଧର୍ମ ସିଂ କାଦ୍ରକ, ପି ସିମାଞ୍ଚଳ କୁ ସମ୍ମାନିତ କରାଯାଇଥିଲା l ଦ୍ୱତୀୟ ଦିବସରେ ଜଣ କୃଷକ ଟ୍ରାକ୍ଟର ବୁକିଂ କରି କିଣି ଥିବାରୁ ଅତିଥି ମାନଙ୍କ ଦ୍ଵାରା ସମସ୍ତଙ୍କୁ ଟ୍ରାକ୍ଟର ଚାବି ପ୍ରଦାନ କରାଯାଇଥିଲା। ଏହି ମେଳାରେ ପ୍ର ସନ୍ଧ୍ୟା ୩ ଟା ରୁ୬ପର୍ଯ୍ୟନ୍ତ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ଜନସାଧାରଣ ଙ୍କ ମନୋରଞ୍ଜନ ପାଇଁ ଅନୁଷ୍ଟିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ବହୁ ସଂଖ୍ୟାରେ ଯୋଗଦାନ କରି ଏହାକୁ ଉପଭୋଗ କରିବା ସହିତ କୃଷି ଯନ୍ତ୍ରପାତି ମେଳା ବୁଲିଦେଖିଥିଲେ lଏହି ମେଳାରେ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଷ୍ଟଲ ମାନ ଖୋଲାଯାଇ ତାଙ୍କର ଉତ୍ପlଦିତ ଦ୍ରଵ୍ୟ ବିକ୍ରୟ କରିଛନ୍ତି l ଏହି ୪ଦିନିଆ ମେଳାରେ ପ୍ରତେକ ଦିନ ବିଭିନ୍ନ ମାନ୍ୟଗନ୍ୟ ଅତିଥି, ଜନପ୍ରତିନିଧି ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି l ଆଜିର ଏହି କାର୍ଯ୍ୟକ୍ରମ ରେ ଉତ୍ତମ କୁମତ ଦାସ ଓ ଭାଗ୍ୟଶ୍ରୀ ମଞ୍ଚ ପରିଚାଳନା କରିଥିଲେ lରାୟଗଡା ରି ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ