ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାଣିପେଣ୍ଠ ଗ୍ରାମ ନିକଟରେ ଥିବା ନିୟତି ସ୍କୁଲ ଠାରେ ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ପାଳନ ଗଜପତି:୧୦/୧୦(ମନୋଜ ପାଢୀ) ଗଜପତି ଜିଲ୍ଲାର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠ ସ୍ଥିତ ନିୟତି ସ୍କୁଲ୍ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ନିୟତି ସ୍କୁଲ ଠାରେ ଆଜି “ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ” ପାଳନ କରାଯାଇଥିଲା ସ୍କୁଲ ର ଅଧ୍ୟାପିକା ସ୍ନେହଲତା ପାଣିଗ୍ରାହୀ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଡି.ଆଇ.ଏ.ଏସ ଶ୍ରୀ ବିମଳ ରାଉତ ମହୋଦୟ ଯୋଗ ଦେଇ ପିଲାମାନଙ୍କ ସ୍ବାସ୍ଥ୍ୟବିଷୟରେ କହିଥିଲେ, ଶ୍ରବଣଶକ୍ତି, ଏବଂ କହିବାଶକ୍ତି ଉପରେ ବହୁତ୍ ସୁନ୍ଦର ଭାବରେ ବୁଝାଇଥିଲେ,ନିୟତି ସ୍କୁଲ୍ ସମ୍ପାଦିକା ଶ୍ରୀମତି ତନୁଜା ଶତପଥି ପିଲାମାନଙ୍କ ମଙ୍ଗଳ କାମନା କରିଥିଲେ, ସେ କହିଥିଲେ, ସମର୍ଥ ଅଛନ୍ତି ପିଲାମାନେ ବହୁତ୍ କିଛି ଆଗକୁ କରିପାରିବେ,ଭୌତିକ ଚିକିତ୍ସା ଡ୍ ଅରୁଣ କୁମାର ନାୟକ ଯୋଗ ଦେଇ ଭୌତିକ ଚିକିତ୍ସା ଉପରେ କହିଥିଲେଏହି କାର୍ଯ୍ୟକର୍ମ କୁ ଯୋଛନା ଡାକୁଆ, ସୁନିତ ଗମାଙ୍ଗସହଯୋଗ କରିଥିଲେ, ଶେଷରେ ଅରୁଣ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Related Posts
୩% ବଢ଼ିଲା ମହଙ୍ଗା ଭତ୍ତା
୩% ବଢ଼ିଲା ମହଙ୍ଗା ଭତ୍ତା ଭୁବନେଶ୍ୱର: ଆଜି ୩% ବଢ଼ିଲା କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା।ମହଙ୍ଗା ଭତ୍ତା ମୂଳ ଦରମାର ୫୦%ରୁ ୫୩%କୁ ବୃଦ୍ଧି କରାଯାଇଛି।ଜୁଲାଇ ପହିଲାରୁ…
ଆମ ଓଡ଼ିଶା ନବୀନ ଓଡ଼ିଶା ନାମରେ ଖାଇଗଲେ ଲକ୍ଷାଧିକ ଟଙ୍କା ।
ଆମ ଓଡ଼ିଶା ନବୀନ ଓଡ଼ିଶା ନାମରେ ଖାଇଗଲେ ଲକ୍ଷାଧିକ ଟଙ୍କା । ଆର, ଉଦୟଗିରି(ମନୋଜ କୁମାର ପାଢୀ/ ୩୦/୧୧/୨୪ -ଦୁର୍ନୀତିର ଗନ୍ଥା ଘର ପାଲଟିଛି ଆର.ଉଦୟଗିରି ବ୍ଳକ…
ପୂର୍ବତନ ବିଧାୟକ ମକରଧ୍ବଜ ପ୍ରଧାନଙ୍କ ଦେହାନ୍ତରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଶୋକ ପ୍ରକାଶ
ପୂର୍ବତନ ବିଧାୟକ ମକରଧ୍ବଜ ପ୍ରଧାନଙ୍କ ଦେହାନ୍ତରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଶୋକ ପ୍ରକାଶ ଭୁବନେଶ୍ବର: ପୂର୍ବତନ ବିଧାୟକ ମକରଧ୍ବଜ ପ୍ରଧାନଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ…