ଜିଲ୍ଲା ପ୍ରଶାସନ ଦ୍ୱାରା ରାୟଗଡ଼ ଠାରେ ଆର୍ଥିକ ସାକ୍ଷ୍ୟରତା ଶିବିର ଆର,ଉଦୟଗିରି(ମନୋଜ କୁମାର ପାଢୀ/ 01/11/24 ରିଖରେ ରାୟଗଡ଼ ଠାରେ ପୋଷ୍ଟାଲ ଏଜେଣ୍ଟ ଶ୍ରୀ ସନ୍ତୋଷ କୁମାର ଦାସଙ୍କ ଆବାହକତ୍ୱରେ ଆର୍ଥିକ ସାକ୍ଷ୍ୟରତା ଶିବିର ଅନୁଷ୍ଠିତ ହୋଇଯାଇଛି |ଏ ଅବସରରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ପାଢ଼ୀ ଯୋଗ ଦେଇଥିବା ବେଳେ କନିଷ୍ଠ ସହାୟକ ଶ୍ରୀ ଅଜିତ କୁମାର ସାହୁ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ | ବର୍ତ୍ତମାନ ସମୟରେ କୌଣସି ବେସରକାରୀ ସଂସ୍ଥାରେ ଅର୍ଥ ବିନିଯୋଗ ନ କରିବା ଓ ସାଇବର ଠକ କବଳରୁ ସୁରକ୍ଷା ପାଇବା ପାଇଁ କିପରି ଉପାୟ ଅଵଲମ୍ବନ କରିବାକୁ ହେବ ସେଥିପାଇଁ ପରାମର୍ଶ ଦେଇଥିଲେ | ଜାତୀୟ କରଣ ବ୍ୟାଙ୍କ କିମ୍ବା ନିକଟସ୍ଥ ଡାକ ଘରେ ପ୍ରଚଳିତ ବିଭିନ୍ନ ଯୋଜନା ଯଥା କିସାନ ବିକାଶ ପତ୍ର, ଜାତୀୟ ସଞ୍ଚୟ ସାର୍ଟିଫିକେଟ, ଆବର୍ତ୍ତିଜମା (RD)ସୁକନ୍ୟା ଯୋଜନା ଓ ଗ୍ରାମୀଣ ଡାକ ବୀମା ଯୋଜନା ଇତ୍ୟାଦି ତା ସହିତ ଓଡିଶା ସରକାରଙ୍କ ଲଟେରୀ କୂପନ ବ୍ୟବସ୍ଥା ସମ୍ପର୍କରେ ଅତିଥି ବୃନ୍ଦ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ | ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷାର ଅଭାବ ଯୋଗୁଁ ଅନେକ ପରିବାର ଠକାମୀର ଶିକାର ହୋଇ ଥିବାର ନଜିର ଅଛି ତେଣୁ ନିକଟସ୍ଥ ଡାକଘରେ ସମସ୍ତ ପ୍ରକାର ବିନିଯୋଗର ସୁବିଧା ମିଳିପାରିବ ବୋଲି ପ୍ରକାଶ କରିଥିଲେ |ଏହି ବୈଠକରେ ମହିଳା ମାନଙ୍କ ସମେତ ପ୍ରାୟ 200 ଜଣ ଅଂଶ ଗ୍ରହଣ କରିଥିଲେ | ଶ୍ରୀ ସନ୍ତୋଷ କୁମାର ଦାସ ବୈଠକ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ |
Related Posts
ଦୁର୍ଦାନ୍ତ ମାଓବାଦୀ ଟିକେଶର ବନ୍ଧୁକ ସହ କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ
ଦୁର୍ଦାନ୍ତ ମାଓବାଦୀ ଟିକେଶର ବନ୍ଧୁକ ସହ କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ…. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଏସପି ହରିଶ ବି ସିଙ୍କ…
ସୁନାବେଡ଼ା ଅଭୟରଣ୍ୟ ସୋସେଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୁଦମା ଗ୍ରାମ ରେ ଏକ ମୃତ ଦେହ ଉଦ୍ଧାର
*ସୁନାବେଡ଼ା ଅଭୟରଣ୍ୟ ସୋସେଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୁଦମା ଗ୍ରାମ ରେ ଏକ ମୃତ ଦେହ ଉଦ୍ଧାର, ଶରୀରରେ ଅନେକ କ୍ଷତ ଥିବା ନେଇ ସନ୍ଧେହ ସୃଷ୍ଟି,*…
ଯୁବକ ର ମୋବାଇଲ ଲୁଟ୍।
ଯୁବକ ର ମୋବାଇଲ ଲୁଟ୍। ଗଞ୍ଜାମ:ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ସହର ଉପକଣ୍ଠ ଲାଞିପଲି ଜାତୀୟ ରାଜପଥ କଡ଼ରୁ ଟୁକୁନା ସାହୁ ନାମକ ଜଣେ ଯୁବକ ହାତରେ…