ଆଜି କୋରାପୁଟ ଜିଲ୍ଲାର ପଞ୍ଚାୟତ ସମିତି କାର୍ଯ୍ଯାଳୟ, ବୈପାରିଗୁଡ଼ା ଠାରେ ‘ଜିଲ୍ଲା ସ୍ତରୀୟ ଜନ ଶୁଣାଣି ଶିବିର’ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ କୋରାପୁଟ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ସହିତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଶୁଣାଣି କରିଥିଲେ।

