ଜିଲ୍ଲା ସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ଗଜପତି(ମନୋଜ ପାଢୀ/୧୦/୧୧/୨୪ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା କାର୍ଯ୍ୟକ୍ରମ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ , ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ , ଓଡିଶା ଭୁବନେଶ୍ୱର ଆନୁକୁଲ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ-ମାୟାଧର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଟିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ବିଜ୍ଞାନ ନୀରିକ୍ଷକ ଏ: ରବି କୁମାର ଶୁଭାରମ୍ଭ କରିଥିବା ବେଳେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶି୍ଷୟିତ୍ରୀ ବି: ମାଧବୀ ମଞ୍ଚ ପରିଚାଳନା କରିଥିଲେ । ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ-ଗୋଷାଣୀ ଶ୍ରୀ ବାଳକୃଷ୍ଣ ମାଝି ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ସାତ୍ମିକ କୁମାର ପଟ୍ଟନାୟକ ବିଚାରକ ଭାବେ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ଏହି ପ୍ରତିଯୋିତାରେ ଜିଲ୍ଲା ର ୬୦ ଟି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ବରିଷ୍ଠ ଓ କନିଷ୍ଠ ବିଭାଗର କୁଇଜ୍ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ବରିଷ୍ଠ ବିଭାଗରୁ ଟି ଆମ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମିନତି ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରି ଥିବାବେଳେ କନିଷ୍ଠ ବିଭାଗରୁ ଓ ଏ ଭି ଲିଙ୍ଗିପୂର୍ ର ଛାତ୍ର ନରେଶ ଜେନା ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବା ପାଇଁ ବିଚାରକ ମଣ୍ଡଳୀଙ୍କ ଦ୍ୱାରା ମନୋନୀତ ହୋଇଛନ୍ତି।ଉକ୍ତ କାର୍ଯ୍ୟକ୍ରମକୁ ଏନ: ଜଗଦୀଶ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା କରିଥିଲେ।
Related Posts

ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସଚେତନତା ଶୋଭାଯାତ୍ରା , ସଭା ଓ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତମ
ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସଚେତନତା ଶୋଭାଯାତ୍ରା , ସଭା ଓ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତମ ଗଜପତି(ମନୋଜ ପାଢୀ/ ୨୮/୧୦/୨୪ଅକ୍ଟୋବର ୨୮…

ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ,
-ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ, ଆର,ଉଦଗିରି (ମନୋଜ କୁମାର ପାଢୀ 02/11/2024ଆଙ୍କର – ବହୁବର୍ଷ ଧରି ଗଜପତି ଜିଲ୍ଲାର ଚାନ୍ଦିପୁଟ ଠାରେ…

କମିଶନରେଟ ପୋଲିସ ଦ୍ବାରା ୬ ବନ୍ଧୁକ ବେପାରୀ ଗିରଫ
କମିଶନରେଟ ପୋଲିସ ଦ୍ବାରା ୬ ବନ୍ଧୁକ ବେପାରୀ ଗିରଫ ଭୁବନେଶ୍ୱର: କମିଶନରେଟ ପୋଲିସର ସ୍ପେଶାଲ୍ ସ୍କୁଆଡ ଦ୍ବାରା ୬ ଜଣ ବନ୍ଧୁକ ବେପାରୀ ଗିରଫ ହୋଇଛନ୍ତି।ବିହାରରୁ ବନ୍ଧୁକ…