ଜିଲ୍ଲା ସ୍ତରୀୟ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ.. ଗଜପତି(ମନୋଜ ପାଢୀ/ ୨୧/୧୦/୨୪/ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣି ବଳୟ ଯୋଗୁଁ ସମ୍ଭାବ୍ୟ ବାତ୍ୟାର ସମ୍ଭାବନା ରହିଛି । ଏଥି ସକାଶେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇ ସତର୍କ ସୂଚନା ଜାରି କରିଛନ୍ତି । ଏହାକୁ ଭିତ୍ତି କରି ଜିଲ୍ଲାସ୍ତରରେ ବାତ୍ୟା ପାଇଁ ସଜାଗ ଓ ସତର୍କ ରହିବାକୁ ସମସ୍ତଙ୍କୁ ପୂର୍ବ ପ୍ରସ୍ତୁତି କରି ରହିବାକୁ ନିର୍ଦ୍ଦେଶ ରହିଅଛି । ଗଜପତି ଜିଲ୍ଲାରେ ବର୍ଷା ଓ ପବନ ହେବାର ସମ୍ଭାବନା ଥିବାରୁ ସତର୍କତା ରହିବା ପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଆଜି ଆଭାସୀ ବୈଠକ ମାଧ୍ୟମରେ ଜିଲ୍ଲାର ସମସ୍ତ ବିଭାଗ ଓ ଲାଇନ୍ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ଗଜପତି ଜିଲ୍ଲା ଯେମିତି ଜିରୋ କାଜୁଆଲିଟି ରହିବ ସେଥିପାଇଁ ସମସ୍ତ ସତର୍କତା ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ୨୩, ୨୪ ଓ ୨୫ ତାରିଖ ତିନି ଦିନ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର, ବ୍ଲକ୍ ଓ ତହସିଲ ସ୍ତରରେ ଏବଂ ସମସ୍ତ ଲାଇନ ବିଭାଗୀୟ କାର୍ଯ୍ୟାଳୟ ଗୁଡିକରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ ରହିବ । ସେହିପରି ସମସ୍ତ ଅଗ୍ନିଶମ କେନ୍ଦ୍ର ଗୁଡିକୁ ପୂର୍ବ ପ୍ରସ୍ତୁତି କରି ସଜାଗ ରହିବା ପାଇଁ କୁହାଯାଇଛି । ଜିଲ୍ଲାରେ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକୁ ଯାଞ୍ଚ୍ କରି ସେଗୁଡିକର ସ୍ଥିତିର ସୁଧାର ଆଣିବା ସହିତ ଆବଶ୍ୟକ ସ୍ଥଳେ ଯୁଦ୍ଧକାଳୀନ ଭିତ୍ତିରେ ସେଗୁଡିକର ମରାମତି, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ବ୍ଯବସ୍ଥା କରି ରଖିବେ | ବିଶେଷ କରି ରାସ୍ତା ଯେପରି ଅବରୋଧ ହେବ ନାହିଁ ସେଥି ପ୍ରତି ଆଗୁଆ ପଦକ୍ଷେପ ଗ୍ରହଣ କରି ପୂର୍ତ୍ତ ବିଭାଗ ଓ ଜାତୀୟ ରାଜପଥ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି,ରାସ୍ତା ଅବରୋଧ କିମ୍ବା ଭୂସ୍ଖଳନ ହେବାର ଆଶଙ୍କା ଥିବାରୁ କ୍ରେନ, ଜେସିବି, କଟର ବ୍ଲକ୍ ପଏଣ୍ଟରେ ରଖି ପୂର୍ବ ପ୍ରସ୍ତୁତି ରଖିବାକୁ କୁହାଯାଇଛି । ସେହିପରି ତଳିଆ ଅଞ୍ଚଳ, କଚ୍ଚା ଘରେ ବସବାସ କରୁଥିବା ପରିବାର ବର୍ଗ କିମ୍ବା ଯେଉଁ ଘରର ସ୍ଥିତି ଠିକ୍ ନାହିଁ ଦୁର୍ବଳ ଅବସ୍ଥାରେ ଅଛି ସେହି ପରିବାର ବର୍ଗଙ୍କୁ ଆବଶ୍ୟକ ସ୍ଥଳେ ସ୍ଥାନାନ୍ତର କରି ବାତ୍ୟା ଆଶ୍ରୟ ସ୍ଥଳରେ ରଖିବା ବ୍ୟବସ୍ଥା କରିବା ପାଇଁ କୁହାଯାଇଛି। ଆବଶ୍ୟକ ସ୍ଥଳେ ସ୍ଥାନୀୟ ବିଦ୍ୟାଳୟ ଗୁଡିକୁ ବାତ୍ୟା ଆଶ୍ରୟ ସ୍ଥଳ ଭାବେ ଉପଯୋଗ ,କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ବ୍ଲକ୍ ସ୍ତରରେ ଚୁଡା,ଗୁଡ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ଗଚ୍ଛିତ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଆରକ୍ଷୀ ଅଧୀକ୍ଷକ ଜତିନ୍ଦ୍ର କୁମାର ପଣ୍ଡା,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ,ଜିଲ୍ଲା ମୁଖ୍ଯ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼.ଗୁଣନିଧି ନାୟକ, ଉପଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା, ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଦିଲ୍ଲୀପ କୁମାର ବେହେରା ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଲାଇନ୍ ବିଭାଗୀୟ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ପ୍ରମୁଖ ଆଭାସୀ ବୈଠକରେ ଯୋଗଦାନ କରିଥିଲେ ।
Related Posts

ସୁଭଦ୍ରା ଯୋଜନାକୁ ନେଇ ଗଜପତି ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ
ସୁଭଦ୍ରା ଯୋଜନାକୁ ନେଇ ଗଜପତି ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ ଗଜପତି (ମନୋଜ କୁମାର ପାଢୀ):ମହିଳା ମାନଙ୍କର ଆର୍ଥିକ ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ଯୋଜନା…

ବିକଶିତ ଗାଁ ଓ ବିକଶିତ ଓଡିଶା, ସ୍ବତନ୍ତ ଗ୍ରାମସଭା
ବିକଶିତ ଗାଁ ଓ ବିକଶିତ ଓଡିଶା, ସ୍ବତନ୍ତ ଗ୍ରାମସଭା ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଆର,ଉଦୟଗିରି ବ୍ଳକର ଛେଳାଗଡ ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣରେ ବିକଶିତ ଗାଁ ଓ ବିକଳତ…

ବାତ୍ୟା ‘ଦାନା’ ଯୋଗୁ ବାଲେଶ୍ୱର ଜିଲ୍ଲାରେ ଉପୁଜିଛି ବନ୍ୟା ସ୍ଥିତି।
ବାତ୍ୟା ‘ଦାନା’ ଯୋଗୁ ବାଲେଶ୍ୱର ଜିଲ୍ଲାରେ ଉପୁଜିଛି ବନ୍ୟା ସ୍ଥିତି। ଭୁବନେଶ୍ଵର :ଲଗାଣ ବର୍ଷା ହେତୁ ପାଣି ଉଛୁଳି ପରିସ୍ଥିତି ଧୀରେ ଧୀରେ ଅଣାୟତ୍ତ ହେବାକୁ ଲାଗିଛି।…