ଟିକାବାଲି ପଞ୍ଚାୟତ ସମିତି ଠାରେ ଷଷ୍ଠ ସାଧାରଣ ଅଧିବେଶନ ବୈଠକ ଅନୁଷ୍ଠିତ

ଟିକାବାଲି ପଞ୍ଚାୟତ ସମିତି ଠାରେ ଷଷ୍ଠ ସାଧାରଣ ଅଧିବେଶନ ବୈଠକ ଅନୁଷ୍ଠିତ

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ପଞ୍ଚାୟତ ସମିତି ସଭାଗୃହରେ ପଞ୍ଚାୟତ ସମିତିଠାରେ ଷଷ୍ଠ ସାଧାରଣ ଅଧିବେଶନ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲ୍ଲୀପ କହଁରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଉପସ୍ଥିତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ନାରାୟଣ ଦିକ୍ଷୀତ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସୁନିଲ୍ କୁମାର ମଲ୍ଲିକ, ବ୍ଲକ୍ ସହକାରୀ କନିଷ୍ଠଯନ୍ତ୍ରୀ ଶ୍ରୀଯୁକ୍ତ ରୁଦ୍ରନାରାୟଣ ମାଝୀ, ପଞ୍ଚାୟତ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପ୍ରସାନ୍ତ କୁମାର ଦିଗାଲ, ବ୍ଲକ୍ ଉପାଧ୍ୟକ୍ଷା ଶ୍ରୀମତି ପ୍ରସ୍ମିତା ପ୍ରଧାନ, ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ସାରଙ୍ଗଧର କହଁର, ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ଜିତେନ୍ଦ୍ର ଡାକୁଆ, ଉପସ୍ଥିତ ରହି ବୈଠକ ଅନୂଷ୍ଠୀତ ହୋଇଥିଲା। ଏହି ବୈଠକରେ ମୁଖ୍ୟ ଉଦ୍ଦେଶ୍ୟ ଥିଲା ରାଜ୍ୟ ସରକାରଙ୍କ ନିଦ୍ଧେର୍ଶ କ୍ରମେ ବିକଶିତ ଗାଁ ବିକଶିତ ଓଡ଼ିଆ ସମୃଦ୍ଧ ଓଡିଶା ମୈଳିକ ଭିତିଭୂମି ବିକାଶ ପରିଭାଷା ରେ ସରକାର ଙ୍କ ଅନୁମୋଦନ କାର୍ଯ୍ୟକାରୀ ହେବାକୁ ଯାଉଥିବା ସେହି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏହି ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ ଉପରିସ୍ଥ ରହି ଗ୍ରାମରେ ପଲିସଭା ଏବଂ ଗ୍ରାମସଭାକୁ ଗୃହୀତ ହୋଇଥିବା କାର୍ଯ୍ୟ ଗୁଡ଼ିକୁ ଟିକାବାଲି ବ୍ଲକ୍ ର ୧୧ ଗୋଟି ପଞ୍ଚାୟତର ଗ୍ରାମାଞ୍ଚଳରେ କିଭଳି ବିକାଶ ହୋଇପାରିବ ଏବଂ ପାନୀୟଜଳ ବେବସ୍ଥା , କଂକ୍ରିଟ୍ ରାସ୍ତା , ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ପାଠ ପଢିବା ପାଇଁ ଗୃହ ନିର୍ମାଣ, ଚାଷୀ ମାନଙ୍କୁ ସରକାରଙ୍କ ସୁବିଧା ଯୋଗାଇଦେବା , ପ୍ରତ୍ୟେକ ଗ୍ରାମରେ ନୂତନ ପଖରୀ ନିର୍ମାଣ ସହିତ ମାଛଚାଷ କରି ପାରିବେ , ଟିକାବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ପଦବି ଖାଲି ପଡିଥିବାରୁ ଡାକ୍ତର ଖାନାରେ ରଗିମାନେ ଚିକିତ୍ସାରେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ , ଡାକ୍ତର ପଦବି କିଭଳି ଭାବରେ ପୁରଣ କରାଯିବ , ଜଙ୍ଗଲ ରେ ନାଆଁ ଦାଉରୁ ରକ୍ଷା କରିବା , ପଶୁ ପାଳନ , ଛେଳି ଚାଷ, ଘୁଷୁରି ଚାଷ, ବିଧୋବା ଭତା , ବାର୍ଦ୍ଧକ୍ୟ ଭତ୍ତା , ଭିନ୍ନକ୍ଷମ ଭତା , ଏଭଳି ବିଭିନ୍ନ ସମସ୍ୟାରେ ସମାଧାନ କରାଯିବା ସେନେଇ ଆଲଚନା ହୋଇଥିଲା । ଏହି ବୈଠକରେ ୧୧ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ଏବଂ ବିଭାଗୀୟ ଅଧିକାରୀ ସମେତ ବ୍ଲକ୍ କର୍ମଚାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *