ଟିକାବାଲି ରେ ଲଘୁଚାପ ପ୍ରବଳ ବର୍ଷା ଯୋଗୁଁ ଗାଁ ଠୁ ସହର ରାସ୍ତା ଘାଟ ଜନଶୂନ୍ୟ…କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ଟିକାବାଲି ରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ରାତି ଠାରୁ ଲଗାତାର ବର୍ଷା ହେବା ଫଳରେ ଜନସାଧାରଣ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଇଥିବା ଦେଖିବାକୁ ମିଳିଛି | ପଶ୍ଚିମ ଓଡିଶାର ବଡ ପର୍ବ ତଥା ଆନନ୍ଦର ଭାଇ ଚାରା ପର୍ବ ନୁଆଁଖାଇ ପର୍ବ ପାଇଁ ଆଜି ଓଡିଶା ସରକାରୀ ଛୁଟି ଘୋଷଣା ହୋଇ ଥିବା ଯୋଗୁଁ ସ୍କୁଲ କଲେଜ ସରକାରୀ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକ ଛୁଟି ଥିବା ହେତୁ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ସରକାରୀ କର୍ମଚାରୀ ମାନଙ୍କ ପାଇଁ ଟିକେ ବର୍ଷା ରୁ ତ୍ରାହି ମିଳିଛି | ଲଘୁଚାପ ଜନିତ ବର୍ଷା ହେବା ଦ୍ୱାରା ସନ୍ଧ୍ୟା ୭ଘଣ୍ଟିକା ପର୍ଯ୍ୟନ୍ତ ଟିକାବାଲି ଅଞ୍ଚଳରେ କୌଣସି କ୍ଷୟକ୍ଷତି ର ଖବର ଆସିନଥିବା ଟିକାବାଲି ତହସିଲଦାର ଶ୍ରୀମତୀ ନର୍ମଦା ନାୟକ କହିଛନ୍ତି | ଏହି ବର୍ଷା ଫଳରେ ଗଣେଶ ପୂଜାର ଭସାଣି ରେ ଟିକେ ବାଧା ଉପୁଜିଥିବା ଦେଖିବାକୁ ମିଳିଛି |ଫଳରେ ସ୍କୁଲ କଲେଜ ଗୁଡିକରେ ବିସର୍ଜନ ବିଳମ୍ବ ହୋଇଥିବା ଦେଖିବାକୁ ମିଳିଛି ଅର୍ଥାତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ନାୟକ ଆଜି ପ୍ରବଳ ବର୍ଷା ପାଇଁ କୌଣସି ସ୍କୁଲ ରେ ଭସାଣି ହୋଇନ ଥିବା ବେଳେ ଆସନ୍ତା କାଲି ପ୍ରାତଃ ସମୟରେ ଭସାଣି ପରେ ସ୍କୁଲ ଗୁଡ଼ିକରେ ପାଠ ପଢ଼ା ଯିବ ବୋଲି କହିଛନ୍ତି |ଏହି ବର୍ଷା ପାଇଁ ଜନ ଜୀବନ ଅସ୍ତବ୍ୟସ୍ତ ଥିବା ଦେଖା ଯାଇଛି କାରଣ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କୁଆଡେ ବାହାରି ପାରିନାଁହାନ୍ତି ଲୋକେ ଫଳରେ ଟିକାବାଲି ବଜାର ପୁରା ଜନ ଶୂନ୍ୟ ହୋଇ ଥିବା ଦେଖିବାକୁ ମିଳିଥିଲା | ଗାଁ ଠୁ ସହର ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳ ରେ ଜୀବଜନ୍ତୁ ପ୍ରାଣୀ ଧନ ଚୋରିବା ରେ ଅସୁବିଧାରେ ସମ୍ମୁଖୀନ ହେଇଥିବା ଦେଖିବାକୁ ମିଳିଛି |
Related Posts

ସୁଦୃଢ ପ୍ରାକପ୍ରସ୍ତୁତି ଏବଂ ଟିମ୍ ୱାର୍କ ଯୋଗୁ ବାତ୍ୟା ‘ଦାନା’ ମୁକାବିଲାରେ ‘ଶୂନ୍ୟ ଜୀବନହାନୀ’ ଲକ୍ଷ୍ୟ ହାସଲ: ମୁଖ୍ୟମନ୍ତ୍ରୀ
ସୁଦୃଢ ପ୍ରାକପ୍ରସ୍ତୁତି ଏବଂ ଟିମ୍ ୱାର୍କ ଯୋଗୁ ବାତ୍ୟା ‘ଦାନା’ ମୁକାବିଲାରେ ‘ଶୂନ୍ୟ ଜୀବନହାନୀ’ ଲକ୍ଷ୍ୟ ହାସଲ: ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ଆଜି ଆମ ସହଚର…

ବିଜେପିରେ ଯୋଗ ଦେଲେ ବିଜେଡି ନେତା ତଥା ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର।
ବିଜେପିରେ ଯୋଗ ଦେଲେ ବିଜେଡି ନେତା ତଥା ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର। ସେ ଆଜି ବିଜେପିରେ ଯୋଗ ଦେବା ସହିତ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା…

ଓଡିଶା ବଜେଟ ଉପସ୍ଥାପିତ
ଓଡିଶା ବଜେଟ ଉପସ୍ଥାପିତ ଭୁବନେଶ୍ୱର: ଆଜି ଓଡିଶା ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।୬ ଲକ୍ଷ ୬୫, ୦୦୦ କୋଟି ଟଙ୍କାର…