ଟେଲିକମ କମ୍ପାନୀର ଅବହେଳାରୁ ଅକାଳରେ ମରୁଛନ୍ତି ନିରୀହ ଲୋକେ ।ଆର,ଉଦୟଗିରି (ମନୋଜ କୁମାର ପାଢୀ) – ଟେଲିକମ କମ୍ପାନୀର ଅବହେଳା ହେତୁ ଅକାଳରେ ଦୁର୍ଘଟଣାରେ ମୃତ୍ୟୁ ବରଣ କରୁଛନ୍ତି ଲୋକେ l ଗଜପତି ଜିଲ୍ଲା ଆର -ଉଦୟଗିରି ବ୍ଲକ ମହେନ୍ଦ୍ରଗଡ ଠାରୁ କାନକଟା ଯାହାକି ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ସଂଲଘ୍ନ କରୁଥିବା ରାସ୍ତା ଯାହାକି ପ୍ରତିଦିନ ଏହି ରାସ୍ତାରେ ହଜାର ହଜାର ଗାଡ଼ିମଟର ଯାତାୟତ କରୁଛନ୍ତି l ଏବଂ ଏହିରାସ୍ତା ଦେଇ ଜିଲ୍ଲାର ସୁପରିଚିତ ମାଙ୍କଡଡିଆଁ ଜଳପ୍ରପାତକୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି l କିନ୍ତୁ BSNL ଭଳି ଟେଲିକମ କମ୍ପାନୀ ପକ୍ଷରୁ ରାସ୍ତା ପାର୍ଶ୍ୱରେ ବିଭିର୍ନ ସ୍ଥାନରେ ମାଟି ଖୋଳି cable ବିଛାଯାଇଛି ଏବଂ ମାଟିସବୁ ରାସ୍ତାର 40 ପ୍ରତିଶତ ଆଡକୁ ମାଡ଼ିବସିଛି lଦୀର୍ଘ ଦେଢ଼ବର୍ଷ ହେବ ତାହାକୁ ଅଧପନ୍ତରିଆ ଭାବେ ଛାଡି ଦିଆଯାଇଛି l ଯାହାଫଳରେ ପ୍ରତିଦିନ ଯାତାୟତ କରୁଥିବା ଗାଡି ସବୁ ଦୁର୍ଘଟଣା ହୋଇ ଆହତ ହେବାସହ କେହି କେହି ମୃତ୍ୟୁ ବରଣ କରୁଛନ୍ତି l ଏନେଇ ଅଂଚଳବାସୀ, ବୃଦ୍ଧିଜୀବି ଓ ସ୍ଥାନୀୟ ପ୍ରତିନିଧି ବାରମ୍ବାର ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କୁ ଅବଗତ କରିଥିଲେ ସୁଧା କେହି କର୍ଣ୍ଣପାତ କରୁନାହାନ୍ତି ଯାହାଫଳରେ ଅକାଳରେ ନିରୀହ ଲୋକେ ଦୁର୍ଘଟଣାରେ ପ୍ରାଣ ହାରୁଛନ୍ତି ।
Related Posts

୨୫ରୁ ୩୦ ଲକ୍ଷରେ ବିକ୍ରି ହେଉଥିଲା ASO ଚାକିରି।
ଭୁବନେଶ୍ବର : ପୂର୍ବ ସରକାରରେ ବିକ୍ରି ହୋଇଥିଲା ASO ଚାକିରି। ୨୫ରୁ ୩୦ ଲକ୍ଷରେ ବିକ୍ରି ହେଉଥିଲା ASO ଚାକିରି। ଆଜି ବିଧାନସଭାରେ ଓଡ଼ିଶା ସାର୍ବଜନୀନ ପରୀକ୍ଷା…

୨୭ ଜଣ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି
୨୭ ଜଣ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି ଭୁବନେଶ୍ୱର: ଭୁବନେଶ୍ଵରରେ ୨୭ ଜଣ ପ୍ରବାସୀ ଭାରତୀୟଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କଲେ…

ପୁରୀ-ଗୁଣୁପୁର ଟ୍ରେନ ଏସି ବଗିରେ ଲାଗିଲା ନିଆଁ
ପୁରୀ-ଗୁଣୁପୁର ଟ୍ରେନ ଏସି ବଗିରେ ଲାଗିଲା ନିଆଁଗଜପତି ୭/୪/୨୦୨୪: ପୁରୀ-ଗୁଣୁପୁର ଟ୍ରେନର ଏସି ବଗିରେ ଆକସ୍ମିକ ଭାବେ ଲାଗିଲା ନିଆଁ । ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସମସ୍ତ…