ଡ଼ାଙ୍ଗସରଡ଼ା ବନପାଳ, ବନରକ୍ଷୀ ବେପାରୁଆ ଜଗୁ ପୋଡ଼ୁ ଚାଷ ପାଇଁ କାଟୁଛନ୍ତି ମୂଲ୍ୟବାନ ଶାଗୁଆନ ପ୍ଲାଣ୍ଟସନ

ଡ଼ାଙ୍ଗସରଡ଼ା ବନପାଳ, ବନରକ୍ଷୀ ବେପାରୁଆ ଜଗୁ ପୋଡ଼ୁ ଚାଷ ପାଇଁ କାଟୁଛନ୍ତି ମୂଲ୍ୟବାନ ଶାଗୁଆନ ପ୍ଲାଣ୍ଟସନ

ରାୟଗଡା : ରାୟଗଡ଼ା ଜିଲ୍ଲା ମୁନିଗୁଡା ବନାଞ୍ଚଳର ଡ଼ାଙ୍ଗସରଡ଼ା ସେକ୍ସନ ଡ଼ାଙ୍ଗସରଡ଼ା ବିଟର ରେ ବୃକ୍ଷ ହ୍ରାସ ହେଉଥିବାରୁ ବନ ବିଭାଗ ପକ୍ଷରୁ ମନେରଗା ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା କର୍ଚ କରାଯାଇ ନୂତନ ଜଙ୍ଗଲ, ଶାଗୁଆନ ଜଙ୍ଗଲ ସୃଷ୍ଟି କରାଯାଉଛି । ଏହି ସେକ୍ସନରେ ବେଆଇନ ଭାବେ ନାଉଡୁଗୁଡା ସଂରକ୍ଷିତ ଜଙ୍ଗଲର ପିଲାର ନମ୍ବର- ପାଖରେ ବନବିଭାଗ ଦ୍ୱାରା କରାଯାଇଥିବା ଶାଗୁଆନ ପ୍ଲାଣ୍ଟସନ ମଧ୍ୟରେ ୧୫, ୨୦ଗୋଟି ଶାଗୁଆନ ଗଛ କଟାକୁ ନେଇ ତଥ୍ୟ ପ୍ରମାଣରଖି ପରେଷ୍ଟର ରେଞ୍ଜରଙ୍କ ପାଖରେ ଗତ ନଭେମ୍ବର ୧୧ତାରିଖରେ ଅଭିଯୋଗ କରଯାଇଥିଲା । ସେହିପରି ଜମ୍ବାଖାଲ ରାସ୍ତା କଡ଼ରେ ଗଛ କାଟୁଥିବା ନେଇ ଅଭିଯୋଗ କରିବାରୁ ବନପାଳ, ବନରକ୍ଷୀ ୫୦୦୦ହଜାର ଟଙ୍କାରେ ରଫା ଦଫା କରି କମ୍ପାଉଣ୍ଡ କେସକରି ଚୁପ ବସିଗଲେ । କିନ୍ତୁ ବିଟ ଠାରୁ ମାତ୍ର ୩ କିଲୋମିଟର ଦୂର ନାଉଡୁଗୁଡା ସଂରକ୍ଷିତ ଜଙ୍ଗଲ ମଧ୍ୟରେ କଟାଯାଇଥିବା ଶାଗୁଆନ ଗଛ ନେଇ ମୁନିଗୁଡ଼ା ରେଞ୍ଜର, ଡ଼ାଙ୍ଗସରଡ଼ା ପରେଷ୍ଟରଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ୍ କୋଟିଥିବା ଶାଗୁଆନ ଗଛର ତଦନ୍ତ କଲେ ନାହିଁ । ପୁଣି ଗତ ଶନିବାର ଦିନ ମୁନିଗୁଡା ବନାଞ୍ଚଳ ଅଧିକାରୀଙ୍କୁ ଏନେଇ ଅଭିଯୋଗ କଲି କିନ୍ତୁ ଦୁଃଖ ଓ ପରିତାପର ବିଷୟ ଡ଼ାଙ୍ଗସରଡ଼ା ବନରକ୍ଷୀ କସ୍ତୁରୀ ପ୍ରହରାଜ ରେଞ୍ଜରଙ୍କ ଫୋନ ମାଧ୍ୟମରେ ମତେ ଧମକ ଚମକ ଦେଇ କହିଲାକି ତୁମେ ମତେ ନକହି ରେଞ୍ଜର, ଫରେଷ୍ଟରଙ୍କୁ କାହିଁକି କହିଲ , ତୁମେ କିଏ ଅଫିସରଙ୍କୁ କହିବାପାଇ ବୋଲି ଧମକ ଦେଲା । ପରିତାପର ବିଷୟ ଡ଼ାଙ୍ଗସରଡ଼ା ସେକ୍ସନଅଧିକାରୀ ସୁଜାତା ସୁନାମୁଦି, ଡ଼ାଙ୍ଗସରଡ଼ାବିଟଗାର୍ଡ ବିଟ ଗସ୍ତନକରି ଚୁପ ହୋଇ ଘରେ ରହି ଥିବାରୁ ଆଜି ନାଉଡୁଗୁଡା ସଂରକ୍ଷିତ ଜଙ୍ଗଲ ଶାଗୁଆନ ଜଙ୍ଗଲ, ବୋଣ୍ଡଳି ଏକ୍ସଷ୍ଟେନସନ୍ର ରେ ମଧ୍ୟ ଶାଳ ଗଛ ପଡୁ ଚାଷ ପାଇଁ କୋଟିଛି ବର୍ତ୍ତମାନ ପୋଡ଼ୁ ସମୟ ଯେଉଁମାନେ ଅବାଧରେ ଜଗଲ କାଟୁଛନ୍ତି ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ସମ୍ପୃକ୍ତଙ୍କୁ ଗିରଫ କରିବା ପାଇଁ ଆଇନ ମଧ୍ୟ ରହିଛି ହେଲେ ବନବିଭାଗ ଏସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାବଦଳରେ ମାଓବାଦି ନା କହି ଚୁପ ବସିଛି । ମୁନିଗୁଡ଼ା ବାନାଞ୍ଚଳ ଅଧିକାରୀ ଶ୍ରୀ ବାଲାଙ୍କୁ ଯୋଗା ଯୋଗ କରିବାରୁ ନିଜେ ଆଜି ଯାଇଛନ୍ତି ତଦନ୍ତ ପାଇଁ ବୋଲି କହିଛନ୍ତି ।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *