ଡାକ୍ତର ମୌମିତାଙ୍କ ପାଇଁ ସେମିଳିଗୁଡାରେ କ୍ଯାଣ୍ଡେଲ ଶୋଭାଯାତ୍ରା। ସେମିଳିଗୁଡା.ତାରିଖ ୧୮,୮,୨୦୨୪:ସେମିଳିଗୁଡାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଲିଭ ଫର ଅଦର୍ସ ତରଫରୁ ସେମିଳିଗୁଡାରେ ଏକ କ୍ଯାଣ୍ଡେଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା।କୋଲକାତାର ଆର.ଜି କର ମେଡିକାଲ କଲେଜର ଡାକ୍ତର ମୌମିତା ଦେବନାଥଙ୍କୁ ଅମାନୁଷିକ ବଳାତ୍କାର ଓ ନିର୍ମମ ହତ୍ୟାର ପ୍ରତିବାଦ ଓ ନ୍ୟାୟ ଦାବୀରେ ସେମିଳିଗୁଡା ପୁରୁଣା ବସଷ୍ଟାଣ୍ଡଠାରେ ଲିିଭ ଫର ଅଦର୍ସ ତରଫରୁ ଅଧ୍ୟକ୍ଷା ସ୍ନିଗ୍ଧାରାଣୀ ମିଶ୍ରଙ୍କ ନେତୃତ୍ବରେ ଶତାଧିକ ମହିଳା ,ପୁରୁଷ ଓ ବୁଦ୍ଧିଜିବୀ ଏକତ୍ରୀତ ହୋଇଥିଲେ।ମୌମିତାଙ୍କ ବଳାତ୍କାରରଙ୍କୁ ଗିରଫ,ଓ କଠିନ ଦଣ୍ଡ ବିଧାନ ସହ ନାରୀମାନଙ୍କ ସୁରକ୍ଷା ପାଇଁ ବକ୍ତାମାନେ ଦାବୀ କରିଥିଲେ।ଶ୍ରୀମତୀ ସ୍ନିଗ୍ଧା ରାଣୀ ମିଶ୍ର, ସୁନାବେଡା ସିଡିପିଓ ନଳିନୀ ବେହେରା,ପୂର୍ବତନ ପୌରାଧ୍ୟକ୍ଷା ଶୁଭଶ୍ରୀ ମଲ୍ଲିକ, ସ୍ବରାଜ ରାୟ,ଡକ୍ଟର ପ୍ରତ୍ୟୁଷା ବେହେରା ,ସଂଯୁକ୍ତା ସାହୁ,ସଂଧ୍ଯା,ପଦ୍ମିନୀ ପ୍ରମୁଖ ବକ୍ତବ୍ଯ ପ୍ରଦାନ କରିଥିଲେ।ଏହାପରେ ବସଷ୍ଟାଣ୍ଡରୁ ଏକ କ୍ଯାଣ୍ଡେଲ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିଥିଲା।ସମସ୍ତେ ପୁନଶ୍ଚ ବସଷ୍ଟାଣ୍ଡ ମଣ୍ଡପରେ ମୌମିତାଙ୍କ ଫଟୋଚିତ୍ର ନିକଟରେ କ୍ଯାଣ୍ଡେଲ ଜାଳି ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା।ଶ୍ରୀ ନୀଳ ମାଧବ ପାତ୍ର, ମନୋରଞ୍ଜନ କର,ଅନିରୁଦ୍ଧ ଜେନା, ଆଶା ଶର୍ମା, ପ୍ରତିମାପତି,ସୁଭଦ୍ରା ରାୟ, ସୁନାବେଡା ଓ ସେମିଳିଗୁଡାର ଅନେକ ଭଉଣୀ ଯୋଗ ଦେଇଥିଲେ।
Related Posts
ବେସାହାରା ବୃଦ୍ଧ ଦମ୍ପତିଙ୍କୁ ଦଇବ ସାହା ।
ବେସାହାରା ବୃଦ୍ଧ ଦମ୍ପତିଙ୍କୁ ଦଇବ ସାହା । ଗଜପତି(ମନୋଜ କୁମାର ପାଢ)- ଆଜିର ଏହି ମହଙ୍ଗା ଦୁନିଆରେ ସଂସାର ଚଳାଇ ନିଜେ ଚଳିବା ଏତେ ସହଜ ନୁହେଁ…
ପହିଲି ରଜରେ ଅରାଧ୍ୟା ମିଶ୍ରଙ୍କ ଜନ୍ମ ବାର୍ଷିକୀ ଛୋଟ ଝିଅ ପିଲାଙ୍କ ଦ୍ଵାରା ପାଳନ
ପହିଲି ରଜରେ ଅରାଧ୍ୟା ମିଶ୍ରଙ୍କ ଜନ୍ମ ବାର୍ଷିକୀ ଛୋଟ ଝିଅ ପିଲାଙ୍କ ଦ୍ଵାରା ପାଳନ ଭୁବନେଶ୍ୱର: ପବିତ୍ର ପହିଲି ରଜ ଅବସରରେ ଜୟ ମା ଭବାନୀ ଟ୍ରଷ୍ଟ…
ଗୁମ୍ମା ଠାରେ ଗାଁ ସାଥି (ମେଟ୍) ବୈଠକ
ଗୁମ୍ମା ଠାରେ ଗାଁ ସାଥି (ମେଟ୍) ବୈଠକ ଅନୁଷ୍ଠିତ ଗଜପତି -୨୨/୮/୨୪/ଗଜପତି ଜିଲ୍ଲା ଗୁମ୍ମା ଅନ୍ତର୍ଗତ ଗୁମ୍ମା ନର୍ସରୀ ଠାରେ ଗାଁ ସାଥି ର ବୈଠକ ଅନୁଷ୍ଠିତ।…