*ତିବ୍ଦତୀୟାନ ମହିଳା ମାନଙ୍କ ଗଡର ଗ୍ରାମରେ ରକ୍ଷା ବନ୍ଧନ ଉତ୍ସବ ।* ଆର,ଉଦୟଗିରି(ମନୋଜ କୁମାର ପାଢୀ/ ୧୮/୮/ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ଛେଲାଗଦ ପଞ୍ଚାୟତ ଗଡର ଗ୍ରାମରେ ଚନ୍ଦ୍ରଗିରି ଟିବ୍ଦତୀୟାନ ମହିଳା ମାନଙ୍କ ତରଫରୁ ପବିତ୍ର ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା କାଲି ରକ୍ଷା ବନ୍ଧନ ବା ପବିତ୍ର ରାକ୍ଷୀ ପୂର୍ଣ୍ଣୀମା ଥିବା ବେଳେ ରବିବାର ସକାଳୁ ଗଡର ଗ୍ରାମ ବାସୀଙ୍କ ସତସଙ୍ଗ ତଥା ସଚେତନ କାର୍ଯ୍ୟ କ୍ରମ ଥିବା ବେଳେ ତିବତୀୟାନ ଓମେନ ଏସୋଷିଏସନ୍ ର ଚେୟାର ପର୍ସନ ସିରିଙ୍ଗ ୟାଂଜମ୍, ମେମ୍ବର ପେମା ସୋମ ,କୋଷାଧ୍ୟକ୍ଷ ପେମାଆ ଭାଜେ ଗ୍ୟାଂସମ୍ ଦିଗି ଯୋଗ ଦେଇ ଗ୍ରାମର ୱାର୍ଡ ସଭ୍ୟ ମହୋନ ବଡ଼ ନାୟକ ,ପୂଜକ ରଘୁନାଥ ଦାସ , ସେକ୍ରେଟାରୀ ଦଣ୍ଡ ପାଣି ମାଝୀ ସତସଙ୍ଗ ପୂଜକ ଯୁରୀୟା ନାୟକ ଙ୍କୁ ରାକ୍ଷୀ ବାନ୍ଧିଥିଲେ । ଏହି ଉତ୍ସବରେ ସିରିଂ ୟାଙ୍ଗଜମ ଗ୍ରାମରେ ପ୍ରତ୍ୟେକ ରବିବାର ସତସଙ୍ଗ ସହ ସଚେତନ କାର୍ଯ୍ୟକ୍ରମ ହେଉଥିବାରୁ ଏହାକୁ ଏକ ମହତ୍ କାର୍ଯ୍ୟକ୍ରମ ଓ ଗ୍ରାମର ସମସ୍ତ ଗ୍ରାମବାସୀ ସଚେତନ ହେବାସହ ଗ୍ରାମର ଉନ୍ନତି ଦିଗରେ ଆଗେଇବ ବୋଲି କହିଥିଲେ । ତିବ୍ଦତୀୟ ମହିଳାଙ୍କୁ ଗ୍ରାମର ସମସ୍ତ ଗ୍ରାମବାସୀ ପୁଷ୍ପ ଚନ୍ଦନ ଦେଇ ସ୍ଵାଗତ କରିବା ଓ ସତସଙ୍ଗ ସ୍ଥଳରେ ସମ୍ମାନିତ କରି ଗ୍ରାମର ଯୁବତୀ ମାନେ ମଧ୍ୟ ରାକ୍ଷୀ ବାନ୍ଧିଥିଲେ । ଏହି ପରି ସ୍ୱାଗତକୁ ମହିଳା ଚାୟପରସନ୍ ପ୍ରଶଂସା କରିବା ସହ ଗ୍ରାମ ସହ ତିବତୀୟ ଙ୍କ ବନ୍ଧୁତା ରହିବ ବୋଲି କହିଥିଲେ । ମଞ୍ଚ ପରିଚାଳନା ସାମ୍ବାଦିକ ବାବୁଲା ସେଠୀ କରିଥିବା ବେଳେ ସାମ୍ବାଦିକ ସୀମା ପୂଜାରୀ ସହଯୋଗ କରିଥିଲେ ।
Related Posts
ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଅଭିଭାବକ ମାନଙ୍କୁ ନେଇ ଗୋଟିଏ ଉପକରଣ ଚିହ୍ନଟି କାରଣ ଶିବିର ଅନଷ୍ଠିତ ହୋଇଥିଲା ।
ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଅଭିଭାବକ ମାନଙ୍କୁ ନେଇ ଗୋଟିଏ ଉପକରଣ ଚିହ୍ନଟି କାରଣ ଶିବିର ଅନଷ୍ଠିତ ହୋଇଥିଲା । ଆର,ଉଦୟଗିରି(ମନୋଜ କୁମାର ପାଢୀ / ଅଦ୍ୟ ତା…
ଗୋଟିଏ କାର ୨ ଟି ବାଇକକୁ ପୋଡିଦେଲେ ଅଜଣା ଦୁର୍ବୁତ୍ତ
ଗୋଟିଏ କାର ୨ ଟି ବାଇକକୁ ପୋଡିଦେଲେ ଅଜଣା ଦୁର୍ବୁତ୍ତ ଗଜପତି, (ମନେଜ ପାଢୀ):ଗଜପତି ଜିଲ୍ଲାର କାଶୀନଗର ବ୍ଲକରେ ଗତକାଲି ରାତ୍ରରେ କେହି ଅଜଣା ଦୁର୍ବୁତ୍ତ ଗୋଟିଏ…
ଖଡିଆଳ ର ଇମାନୁଏଲ ଦାନୀ, ଚର୍ଚ୍ଚ ଅଫ ନର୍ଥ ଇଣ୍ଡିଆ ସମ୍ବଲପୁର ଧର୍ମାଞ୍ଚଳର ବିଷପ ଭାବରେ ନିର୍ବାଚିତ
*ଖଡିଆଳ ର ଇମାନୁଏଲ ଦାନୀ, ଚର୍ଚ୍ଚ ଅଫ ନର୍ଥ ଇଣ୍ଡିଆ ସମ୍ବଲପୁର ଧର୍ମାଞ୍ଚଳର ବିଷପ ଭାବରେ ନିର୍ବାଚିତ* ନୂଆପଡା ତା:୨୫.୦୫.(ଓମ୍ ପ୍ରକାଶ ଚୌଧର୍) ନୂଆପଡ଼ା ଜିଲ୍ଲା ଖଡିଆଳ…