ଥୁଆପାଲି ଧନୁଯାତ୍ରା ମହୋତ୍ସବ ୨୦୨୪ ଉଦଯାପିତ ହୋଇଯାଇଛି। ବରଗଡ ୨୫,୧୨-(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଥୁଆପାଲି ଧନୁଯାତ୍ରା ମହୋତ୍ସବ ଡିସେମ୍ବର ୧୪ ତାରିଖ ରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଧନୁଯାତ୍ରା ଅନ୍ତିମ ଦିବସ ରେ କୃଷ୍ଣ, ବଳରାମଙ୍କ ସହିତ ଅକୁର ମଥୁରାନଗରୀ ପ୍ରବେଶ। କଂସ କଂ ଶିବଧନୁ ଭଗ୍ନ, କୁବଳୟା ହସ୍ତୀ ନିହତ, କୁବୁଜା ଉଦ୍ଧାର ଦୃଶ୍ୟ ଅତି ଚମତ୍କାର ଭାବେ ପରିବେଷଣ କରିଥିଲେ। ଉଦଯାପନୀ ଉତ୍ସବର କୁନି କଳାକାର ପୁର୍ଣିଶ୍ରୀ ମିଶ୍ର, ଭେଡେନ ଆଇଟିଆଇ ର ଷ୍ଟାର୍ ଗ୍ରୁପ ଡାନ୍ସ, ଅନ୍ୱେଷା ମେହେର ଓ ରେମଣ୍ଡା କୃଷ୍ନ ଗୁରୁ ଗାୟକ ବୁଲୁ ଶତପଥୀ, ସରକାରୀ କର୍ମଚାରୀ ତଥା କବି ମନୋରଞ୍ଜନ ଲୁହା ଓ ଖବରକାଗଜ ପରିବେଷଣ ପାଇଁ ସାମ୍ବାଦିକ, ବିଦ୍ୟୁତ ବିଭାଗ, ଟେଣ୍ଟ, ଲାଇଟ ଓ ସାଉଣ୍ଡ ବିଭାଗ କୁ ରାଜ ଦରବାରରେ ପ୍ରଶଂସା ପତ୍ର ଓ ଅଂଗବସ୍ତ୍ର ଦେଇ ସମ୍ମାନୀତ କରାଯାଇଥିଲା । ଏହା ସହିତ ରାଜ ଦରବାରରେ କୃଷ୍ନ, ରିଶି ଦାସ ଓ ବଳରାମ, ରୋଶନ ଶର୍ମା କଂ ଅଭିନୟ ଉଚ୍ଚ କୋଟୀର ହୋଇଥିଲା। କଂସ ସହିତ ଯୁଦ୍ଧ, ଅନ୍ୟନ୍ତ ଚିତ୍ତାକର୍ଷକ ପ୍ରଦର୍ଶନ ହୋଇଯାଇଛି, କୃଷ୍ଣ କଂ ଦ୍ଵାରା କଂସ ନିହତ।କଂସ କଂ ମୃତ୍ୟୁ କାଳୀନ ଦୃଶ୍ୟକୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଦର୍ଶକମାନେ ଉପଭୋଗ କରିଥିଲେ। ମଥୁରାନଗରୀ କଂସ ନିହତ ପରେ କୃଷ୍ନ ଓ ବଲରାମ ମହାରାଜ ଉଗ୍ରେସେନ ସିଂହାସନ ଆରୋହଣ କରିଥିଲେ। ଏହି ସମୟରେ ଆନନ୍ଦ ଉଲ୍ଲାସ ସହିତ ନାଚ, ଗୀତ ଆସର ଅନୁଷ୍ଠିତ ହୋଇଥିଲା। ପରେ ଜନସାଧାରଣଙ୍କ ନିମନ୍ତେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଥୁଆପାଲି ଧନୁଯାତ୍ରା ମହୋତ୍ସବ କମିଟି ପକ୍ଷରୁ ସଭାପତି ଅନିରୁଦ୍ଧ ସାହୁ, ଉପସଭାପତି ଜିତେନ୍ଦ୍ର ପୋଢ଼, ସଂପାଦକ ତ୍ରିଦିପ ସାହୁ , ସହ ସମ୍ପାଦକ ସାଜାଦ ଅଲ୍ଲୀ ସମେତ କମିଟି ପକ୍ଷରୁ ଶାନ୍ତି, ଶୃଙ୍ଖଳା ସହିତ ଧନୁଯାତ୍ରା ମହୋତ୍ସବ ୨୦୨୪ ଉଦଯାପିତ ହୋଇଥିବାରୁ ଅଂଚଳର ସମସ୍ତ ଜନସାଧାରଣଙ୍କ ସହଯୋଗ ପାଇଁ ଅଶେଷ ଅଶେଷ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ ଜଣାଇଥିଲେ।

