ଦୁର୍ଗମ ପୁରୁଣା ପାଣି ପଞ୍ଚାୟତ ରେ ବିକାଶ ଅପହଞ୍ଚ । ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ର ଦୁର୍ଗମ ଅଞ୍ଚଳରେ ଅନେକ ପଞ୍ଚାୟତ ଅଛି ଯେଉଁଠି ଆଜି ବି ବିକାଶ ଅପହଞ୍ଚ । ତତ୍କାଳୀନ ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି ଅନେକ ଗାଆଁ । ପହଞ୍ଚି ପାରିନି ସରକାରୀ ଗାଡ଼ି ,ପହଞ୍ଚି ପାରିନାହାନ୍ତି ସରକାରିବାବୁ ଆଉ ପହଞ୍ଚି ପାରିନି ମୌଳିକ ସୁବିଧା । VO -1- ହଁ ଆଜ୍ଞା ଆମେ କହୁଚୁ ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଳକ ପୁରୁଣା ପାଣି ପଞ୍ଚାୟତର ଅଭିଶପ୍ତ ଗାଆଁ ଗୁଡ଼ିକର କଥା । ମୁନିଗଢିଅ,ଲମ୍ବା ଗୁଡ଼ା ,ଆଲାରା ଓ ରାମଗୁଡ଼ା ଆଜି ବି ପହଞ୍ଚି ପାରିନି ଲୋକଙ୍କ ପାଖରେ ମୌଳିକ ସୁବିଧା । ତତ୍କାଳୀନ ବିଜେଡି ସରକାରଙ୍କ 24 ବର୍ଷର ଶାସନ କାଳରେ ଦେଇପାରିଲେନି ଲୋକଙ୍କୁ ମୌଳିକ ସୁବିଧା । ରାସ୍ତା , ବିଦ୍ୟୁତ୍ ,ଆବାସ ଘର ଏପରିକି ପିଇବା ପାଇଁ ପାନୀୟ ଜଳ । ଅନେକ ସମସ୍ୟା ଦେଇ ଦୈନିକ ସଂଘର୍ଷ କରି ଆସୁଛନ୍ତି ନିରୀହ ଆଦିବାସୀ ମାନେ । ନିରୀହ ଆଦିବାସୀ କହି ଅବହେଳିତ କରି ରଖିଥିଲେ ।ପାନୀୟ ଜଳ କହିଲେ କୋଉଠି ନଦୀ ପାଣି ଭରସା ତ କୋଉଠି କୂଅ । ତାହା ବି ଗ୍ରୀଷ୍ମ ପ୍ରାରମ୍ଭରେ ହିଁ ସୁଖିବାକୁ ବସିଲାଣି ।ବାହାର ଦୁନିଆଁ ଦେଖିବାକୁ ହେଲେ ଦୈନିକ ଏହି କଚ୍ଚା ରାସ୍ତା ଦେଇ ଗମନା ଗମନ କରିବାକୁ ପଡେ । ଶିକ୍ଷା ସ୍ଵାସ୍ଥ୍ୟ ଲାଗି ଅନେକ ସଂଘର୍ଷ ଚାଲେ । ଶିକ୍ଷା ସୁବିଧା ନଥିବା ହେତୁ କୋମଲମତି ଶିଶୁମାନେ ଦୈନିକ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ରେ ଲାଗି ପଡନ୍ତି ନିଜ ଭବିଷ୍ୟତକୁ ଏହି ଅନ୍ଧାର ଆଡ଼କୁ ଠେଲି । ରୋଜଗାର ପନ୍ଥା କିଛି ନଥିବା ହେତୁ ଜଙ୍ଗଲ ଜାତ ଦ୍ରବ୍ୟ ଛଡା କିଛି ନାହିଁ । ଏପରିକି ଏଠି MGNREGA ମନରେଗା କାମ ମଧ୍ୟ କାଗଜ କଲମରେ ଚାଲୁଛି । ଆବାସ ଘର ଏଠି ସାତ ସପନ , ଯାହା କି ମୁଣ୍ଡ ଗୁଞ୍ଜିବାକୁ ଝାଟି ମାଟି ରେ ତିଆରି କରନ୍ତି ଏହି ଗ୍ରାମ ବାସୀ । ଏନେଇ ବିଭାଗୀୟ ଅଧିକାରୀଙ୍କୁ ବୁଝିଲେ କୌଣସି ପ୍ରତିକ୍ରିୟା ଦେବାକୁ ନାରାଜ ହେଉଛନ୍ତି ଅଧିକାରୀ ମହାଶୟ । ଯୁଗ ବଦଳିଛି ସରକାର ବଦଳିଛନ୍ତି , ଆଶା ବାନ୍ଧିଛନ୍ତି ଅଞ୍ଚଳ ବାସୀ ମୋହନ ସରକାର ଉପରେ। କେବେ ଏହି ଅଭିଶପ୍ତ ଜୀବନ ରୁ ମୁକ୍ତି ପାଇବେ ଦୁର୍ଗମ ବାସୀ ତାହାକୁ ହିଁ ଅପେକ୍ଷା ।
Related Posts

୨୭ଘଣ୍ଟା ସତ୍ୟାଗ୍ରହଣ ପରେ ଗୁମ୍ରାପୁଟ ଏବଂ ଲାମ୍ବେରି ଗ୍ରାମ ବାସୀ ଙ୍କ ଧାରଣ ସ୍ଥଗିତ ଶୁକ୍ରବାର ସ୍ଥଗିତ ହୋଇଛି।
ଦୀର୍ଘ ୨୭ଘଣ୍ଟା ସତ୍ୟାଗ୍ରହଣ ପରେ ଗୁମ୍ରାପୁଟ ଏବଂ ଲାମ୍ବେରି ଗ୍ରାମ ବାସୀ ଙ୍କ ଧାରଣ ସ୍ଥଗିତ ଶୁକ୍ରବାର ସ୍ଥଗିତ ହୋଇଛି। ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ ଧାରଣା…

ଭୁବନେଶ୍ୱର ରୁ ଗୁପ୍ତେଶ୍ଵର ଟୁରିଷ୍ଟ ଟ୍ରାଭେଲାର ଗାଡି ଓଲଟିଲା ଜଣେ ମୃତ୍ୟୁ 6 ହାତ l
ଭୁବନେଶ୍ୱର ରୁ ଗୁପ୍ତେଶ୍ଵର ଟୁରିଷ୍ଟ ଟ୍ରାଭେଲାର ଗାଡି ଓଲଟିଲା ଜଣେ ମୃତ୍ୟୁ 6 ହାତ l ଆର, ଉଦୟଗିରି(ମନୋଜ କୁମାର ପାଢୀ/ -ଗଜପତି ଜିଲ୍ଲା ମୋହନା ଥାନା…

ମାଁ ଚେରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୀରସୁରେନ୍ଦ୍ର ସାଏ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ପାଳନ
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ କୁଲିତାଟୁକରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ମାଁ ଚେରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୀରସୁରେନ୍ଦ୍ର ସାଏ,…