ଦୃଷ୍ଟିହିନ କାଳିଆକୁ ୧୦ ମାସପରେ ଭତ୍ତା ମିଳିଲା
ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଆର,ଉଦୟଗିରି ବ୍ଳକ ବସ୍ତିଗୁଡା ପଞ୍ଚାୟତ ଇନ୍ଦିରାବାସ କଲୋନୀର ହୃଷ୍ଟିହିନ କାଳିଆ ରଇତଙ୍କ ବିଦ୍ୟାଙ୍ଗ ଭତ୍ତା ମିିଳିଛି । ୧୦ ମାସ ତଳେ ବିଲକୁ ଧାନ ଉଡାଇବାକୁ କୁଲି ମଜୁରୀ କରିବା ପାଇଁ ଯାଇଥିଲେ । ଧାନ ଉଡେଇବା ସମୟରେ ଧାନଭଡା ଯନ୍ତର ପଙ୍ଖା ହଠାତ୍ ଖସିଯାଇ କାଳିଆଙ୍କ ଦୁଇ ଚକ୍ଷୁରେ ଆଘାତ ହୋଇଥିଲା । ଗ୍ରାମବାସୀ ତାଙ୍କୁ ଆର,ଉଦୟଗିରି ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରୁ ଡାକ୍ତର ତାଙ୍କୁ ପାରଳାଖେମଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । କାଳିଆଙ୍କ ୨ ଆଖି ନଷ୍ଟ ହୋଇଥିବା ଡାକ୍ତର କହିଥିଲେ । ପରିବାରରେ କାଳିଆ ଜଣେ ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଥିଲା । କାଳିଆଙ୍କ ଭିନ୍ନକ୍ଷମ ପ୍ରମାଣ ପତ୍ର କରିବା ପାଇଁ ଗ୍ରାମବାସୀ ପାରଳାଖେମଣ୍ଡି ସ୍ବାସ୍ଥ୍ୟକେନ୍ଦ୍ର ନେଇଥିଲେ । ଭିନ୍ନକ୍ଷମ ପ୍ରମାଣ ପତ୍ର ଥାଇ ବି ତାଙ୍କୁ ଭତ୍ତା ମିଳୁ ନ ଥିବା । ଏହି ଖବର ନୁଆଗଡ ଅଞ୍ଚଳର ଖବର ଦାତା ପ୍ରକାଶ କରିଥିବା ସମୟ ପୂର୍ବରୁ କାଳିଆର ଭତ୍ତା ଦେବକୁ ଆଦେଶ ଜିଲ୍ଲାପ୍ରଶାସନ ଆସିଥିଲା ମାତ୍ର ଦିଆଯାଇନଥିଲା କାରଣ ଦେବାର ଭତ୍ତା ବଣ୍ଟନ ତାରିଖ ପରେ ଏହି ଚିଠି ଆସିଥିଲା ସେଥିଯୋଗୁ କାଳିଆ ଭତ୍ତା ଟଙ୍କା ମିଳିପାରି ନଥିଲା । ସେପ୍ଟେମ୍ବସ ମାସ ଭତ୍ତା ଦିଆଜିବା ସହ ଅନ୍ଧବାଡି କାଳିଆ ଦିଆଯାଇଛି ।