*ଦ୍ରୁତ ଗତିରେ ଗଛରେ ବାଡ଼େଇ ହୋଇ ଟ୍ରକ୍ ଡ୍ରାଇଭର ମୃତ୍ୟୁ* :ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବଣାଇଁ ଉପଖଣ୍ଡ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ କୁଣ୍ଡେହିଡିହା ନିକଟରେ ଏକ ଟ୍ରକ ଦୂତ ଗତିରେ ଆସି ରାସ୍ତା କଡରେ ଥିବା ଗଛରେ ବାଡେଇ ଦେବାରୁ ଗାଡି ଚାଳକ କିଛି ସମୟ ଚାପି ହୋଇ ରହିଥିଲା। ଯାତାୟାତ କରୁଥିବା ଲୋକେ ଦେଖି ଗୁରୁଣ୍ଡିଆ ପୋଲିଶ ଓ ଦମକଳବାହିନୀ କର୍ମଚାରୀଙ୍କ ଖବର ପାଇବା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଗାଡି ଭିତରେ ଚାପି ହୋଇ ରହିଥିବା ଟ୍ରକ ଡ୍ରାଇଭରକୁ ଉଦ୍ଧାର କରିଥିବା ବେଳେ ଚାଳକଙ୍କ ମୃତ୍ୟୁ ହୋଇ ଯାଇଥିଲା। ତେବେ ଡ୍ରାଇଭର ନାମ ବାସୁ ଦେବ ୟାଦବ ଘର ଔରାଙ୍ଗବାଦ ବୋଲି ଜଣାପଡିଛି। ପୋଲିଶ ଶବକୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଚଲାଇଥିବା ଜଣାପଡ଼ିଛି । ସୁନ୍ଦରଗଡ଼ ରୁ ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।
Related Posts
ସହରାଞ୍ଚଳ ଲୋକଙ୍କୁ ଉତ୍ତମ ସେବା ଯୋଗାଣ ପାଇଁ ଟିମ୍ ୱାର୍କ ଉପରେ ଗୁରୁତ୍ୱ
ସହରାଞ୍ଚଳ ଲୋକଙ୍କୁ ଉତ୍ତମ ସେବା ଯୋଗାଣ ପାଇଁ ଟିମ୍ ୱାର୍କ ଉପରେ ଗୁରୁତ୍ୱ ଭୁବନେଶ୍ୱର: ସହରାଞ୍ଚଳର ଲୋକଙ୍କୁ ଉନ୍ନତମାନର ସେବା ଯୋଗାଇ ଦେବାପାଇଁ ଅଧିକାରୀମାନେ ‘ଟିମ୍ ୱାର୍କ’…
ଜନ କଲ୍ଯାଣ ସେବା ଟ୍ରଷ୍ଟ ପ୍ରତିଷ୍ଠାତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଜନ କଲ୍ଯାଣ ସେବା ଟ୍ରଷ୍ଟ ପ୍ରତିଷ୍ଠାତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବରଗଡ଼-୯,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ…
ମୋହନା ବ୍ଲକ ସ୍ତରୀୟ ସରଗିଫୁଲ୍
ମୋହନା ବ୍ଲକ ସ୍ତରୀୟ ସରଗିଫୁଲ୍ ଆର, ଉଦୟଗିରି, (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ତରିୟ ସରଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ସରକାରୀ…