ଧାନକିଣା ଟାର୍ଗେଟ କୁ ନେଇ ରାସ୍ତା ରୋକ କରିଲେ ଚାଷୀ

ଧାନକିଣା ଟାର୍ଗେଟ କୁ ନେଇ ରାସ୍ତା ରୋକ କରିଲେ ଚାଷୀ

ରାୟଗଡା : ରାୟଗଡା ଜ଼ିଲ୍ଲା ରାୟଗଡା ନିୟନ୍ତ୍ରିତ ବଜ଼ାର କମିଟି ଅଧୀନରେ ଥିବା କେସିଂପୁର ଲ୍ୟାମ୍ପ ର ବୁଡଗୁଡା ଠାରେ ଥିବା ଧାନ ମଣ୍ଡି ରେ ଧାନ କିଣା ଟାର୍ଗେଟ କୁ ନେଇ ସ୍ଥାନୀୟ ଅଂଚଳ ର ଚାଷୀ ଙ୍କ ମଧ୍ୟରେ ଅସନ୍ତୁଷ୍ଟ ଦେଖାଦେଇଛି l ବହୁ ଅସନ୍ତୁଷ୍ଟ ଚାଷୀ ବୁଡଗୁଡା ଠାରେ ରାୟଗଡା କେସିଂପୁର ରାଜରାସ୍ତା ଅବରୋଧ କରିଥିଲେ l ସରକାର ଙ୍କ ନିଷ୍ପତି କ୍ରମେ ଲ୍ୟାମ୍ପମଧ୍ୟରେ ଦିନକୁ 3 ହଜାର କୁଇଣ୍ଟାଲ ଧାନ କିଣିବା ନିମନ୍ତେ ଆଦେଶ ଦେଇଥିଲେ କିନ୍ତୁ ବର୍ତ୍ତମାନ ତାହା ଦିନକୁ 1500 କୁଇଣ୍ଟାଲ ଧାନ କିଣିବା ପାଇଁ କହିବାରୁ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଚାଷୀଙ୍କ ସମସ୍ତ ଧାନ କିଣା ଯାଇପାରିବ ନାହିଁ ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି l ରାସ୍ତା ଅବରୋଧ ଖବର ପାଇ କେସିଂପୁର ଥାନା ଏଡ଼ ଆଇ ଶିବ ପ୍ରସାଦ ସାହୁ, ସ୍ଥାନୀୟ ତହସିଲଦାର ରଞ୍ଜନ କୁମାର ମାନସେଠି ମାଜିଷ୍ଟ୍ରେଟ ଦାୟିତ୍ୱ ରେ ଘଟଣା ସ୍ଥଳ ରେ ପହଂଚି ଥିଲେ ଓ. ପରେ ସେମାନେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା ସ୍ଥାନୀୟ ଚାଷୀ ଜି ଶ୍ରୀନିବାସ ଙ୍କ ଙ୍କ ସହିତ ଶତାଧିକ ଚାଷୀ ଙ୍କ ଆଲୋଚନା ସହିତ ଆଲୋଚନା କରିତହସିଲଦାର ଚାଷୀଙ୍କୁ କହିଥିଲେ jr ଚାଷୀଙ୍କ ଯେତିକି ଧାନ ବିକ୍ରି ହୋଇପାରିବ ସେହି ଅନୁସାରେ ସରକାର ଙ୍କୁ ଚିଠି କରାଯାଉଛି l କାହାର ଟୋକେନ ରେ ଯେତିକି ଧାନ ବିକ୍ରି କରିବା ପାଇଁ ଆସିଛି ସବୁ ଲ୍ୟାମ୍ପସ ଦ୍ୱାରା ନିୟନ୍ତ୍ରିତ ବଜ଼ାର କମିଟି ନେବ l ଆସନ୍ତା 17 ତାରିଖ ମଧ୍ୟରେ ପ୍ରାୟ 4 ହଜାର କୁଇଣ୍ଟାଲ ଧାନ କିଣିବା ର ରହିଛି ବୋଲି ତହସିଲଦାର କହିଥିଲେ ଓ ରାସ୍ତା ରୋକ ରୁ ଉଠିବା ନିମନ୍ତେ ବୁଝାସୁଝା କରିଥିଲେ l ଏହା ରାସ୍ତା ରୋକ ରୁ ଚାଷୀ ଉଠିଥିଲେ ଓ ଧାନ ମଣ୍ଡି କୁ ନେଇଥିଲେ l ଘଟଣା ସ୍ଥଳ ଟେ ନିୟନ୍ତ୍ରିତ ବଜ଼ାର କମିଟି ସୁପରଭାଇଜର ରାମକୃଷ୍ଣ ଚୌଧୁରୀ ଓ ପ୍ରଦୀପ ପାଳ ଉପସ୍ଥିତ ଥିଲେ l ଚାଷୀ ମାନେ ପ୍ରାୟ ଦୁଇ ଘଣ୍ଟା ରୁ ଉର୍ଦ୍ଧ ସମୟ ଧରି ରାସ୍ତା ରୋକ କରିବାରୁ ଯାତ୍ରୀ ମାନେ ବହୁ ଅସୁବିଧା ର ସମ୍ମୁଖୀନ ହୋଇଥିଲେ l ଚାଷୀ ଙ୍କ ଠାରୁ ଠିକ ସମୟରେ ଉଚିତ ମୂଲ୍ୟରେ ଧାନ ନେବା କୁ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା ଦାବି କରିଛନ୍ତି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *