ବୈପାରୀଗୁଡା -(ଏନ ସନ୍ତୋଷ ) ନବ ନିଯୁକ୍ତି ଶିକ୍ଷୟତ୍ରୀଙ୍କ ପ୍ରତିବାଦରେ ସ୍କୁଲରେ ତାଲା । ସ୍କୁଲ ଗେଟରେ ତାଲା ପକାଇ ରାସ୍ତାରେ ଧାରଣା ଦେଲେ ସ୍କୁଲ ଛାତ୍ରଛାତ୍ରୀ ଏବଂ ଅଭିଭାବକ । କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଭେଜାଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ସ୍ଥିତି ଦେଖିବାରୁ ମିଳିଛି । ରାଜ୍ୟ ଭିତ୍ତିକ ନିଯୁକ୍ତି ପାଇଥିବା ବାହାର ଜିଲ୍ଲାର ଜଣେ ଶିକ୍ଷୟତ୍ରୀଙ୍କୁ ବିରୋଧ କରାଯାଇଛି l ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବୀ ନେଇ ଅଭିଭାବକଙ୍କ ଧାରଣା ଦେଇଛନ୍ତି । ଗତ କାଲି ବୈପାରୀଗୁଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ନବ ନିଯୁକ୍ତି ଶିକ୍ଷକଙ୍କୁ ବିରୋଧ କରାଯଇଥିଲା l ଯୋ ଦ୍ୱରାକି ବାହାର ଜିଲ୍ଲାରୁ ଆସିଥିବା ନବ ନିଯୁକ୍ତ ଶିକ୍ଷକ ନିରାଶ ହୋଇ ଘରକୁ ଫେରିବାକୁ ପଡିଥିଲା l ଗତ କାଲି ଭେଜାଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତକ ଶିକ୍ଷୟତ୍ରୀଙ୍କ ଯୋଗଦେବା ପରେ ଆଜି ବିଦ୍ୟାଳୟରେ ତାଲା ଠୁଙ୍କିଲେ ଗାଁ ଲୋକେ l ଖବର ପାଇ ସ୍ଥାନୀୟ ଏବିଇଓ ସିଆରସିସି ଏବଂ ପୋଲିସ ପହଂଚି ଉତ୍ତ୍ୱକ୍ତ ଲୋକଙ୍କୁ ବିଝାସୁଝା କରିବା ପରେ ଆନ୍ଦୋଳନରୁ ଓହରିଥିଲେ ଗାଁ ଲୋକେ l ସରକାରୀ ନିୟମ ମାନିବାକୁ ନିବେଦନ କରିଛନ୍ତି ସ୍ଥାନୀୟ ଥାନା ଆଇଆଇସି ଦିପଞ୍ଜଳି ପ୍ରଧାନ l
Related Posts

ପୋଲିସର ଗ୍ରୀନ ଅପେରସନ ଜାରି କିନ୍ତୁ ଚାଷୀଙ୍କ ବିରୁଦ୍ଧରେ କଣ ଦୃଢ଼ କାର୍ଯ୍ୟ ଅନୁଷ୍ଠାନ ନିଆ ଯାଉଛି ତାକୁ ଅପେକ୍ଷା l
ପୋଲିସର ଗ୍ରୀନ ଅପେରସନ ଜାରି କିନ୍ତୁ ଚାଷୀଙ୍କ ବିରୁଦ୍ଧରେ କଣ ଦୃଢ଼ କାର୍ଯ୍ୟ ଅନୁଷ୍ଠାନ ନିଆ ଯାଉଛି ତାକୁ ଅପେକ୍ଷା l ଆର,ଉଦୟଗିରି :18/12(ମନୋଜ କୁମାର ପାଢୀ…

କାଳବୈଶାଖୀ ତାଣ୍ଡବ ଗଛପଡ଼ି ରାସ୍ତା ଅବରୋଧ
କାଳବୈଶାଖୀ ତାଣ୍ଡବ ଗଛପଡ଼ି ରାସ୍ତା ଅବରୋଧ ଗଜପତି( ମନୋଜ କୁମାର ପାଢୀ) (୩/୬/୨୦୨୪):ଗଜପତି ଜିଲ୍ଲାରେ ଗତକାଲି ସନ୍ଧ୍ୟାରେ ସଂଗଠିତ କାଳବୈଶାଖୀର ତାଣ୍ଡବ ଯୋଗୁଁ ଜିଲ୍ଲା ମହକୁମା ପାରଳାଖେମୁଣ୍ଡି…

ପୁରୀରେ ହବିଷ୍ୟାଳୀ ମା’ ମାନଙ୍କୁ ବ୍ରତ ସରଞ୍ଜାମ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ.
ପୁରୀରେ ହବିଷ୍ୟାଳୀ ମା’ ମାନଙ୍କୁ ବ୍ରତ ସରଞ୍ଜାମ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ. ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ବିଭିନ୍ନ…