ନିମ୍ନମାନର ରାସ୍ତା ନିର୍ମାଣ କୁ ନେଇ ଅଭିଯୋଗ ଆଣିଲେ ଗ୍ରାମବାସୀ ରାୟଗଡା : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଠାରୁ କଳାହାଣ୍ଡି ଜିଲ୍ଲା ଡ଼ୁମେରପୋଦକୁ ସଂଯୋଗ କରିଥିବା ରାସ୍ତା ନିମ୍ନମାନର କାର୍ଯ୍ଯ କୁ ନେଇ ଅଭିଯୋଗ ଆଣିଲେ ଗ୍ରାମବାସୀ ଓ କିଛି ବୁଦ୍ଧିଜୀବୀ । ଯେକୌଣସି ସରକାର ଯେତେବେଳେ ସେମାନେ ଶାସନକୁ ଆସିଥାନ୍ତି ସେହି ସମୟରେ ହିଁ କହିଥାନ୍ତି ଯେ ଆମ୍ଭେ ଦୁର୍ନିତୀକୁ ପ୍ରଶୟ ଦେଇପାରୁବୁ ନାହିଁ ବୋଲି ମୁଖ୍ୟ ପ୍ରସଙ୍ଗ ରଖିଥାନ୍ତି । ଦୀର୍ଘ ୨୪ ବର୍ଷ ଧରି ରାଜ୍ୟରେ ବିଜେଡି ସରକାର କ୍ଷମତାରେ ରହିଥିଲେ । ସେହି କାରଣରୁ ସରକାରୀ ସ୍ତରରେ ଉପରୁ ତଳସ୍ତର ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀ ବିଜେଡ଼ି ସପକ୍ଷରେ କାର୍ଯ୍ୟ କରୁଥିବାର ନଜର ଆସୁଥିଲା। ସେହି ଦୂର୍ନିତୀକୁ ମୁଖ୍ୟ ପ୍ରସଙ୍ଗ କରି ବିଜେପି ବର୍ତ୍ତମାନ ଓଡ଼ିଶାରେ ସରକାର ଗଢିଛି। କିନ୍ତୁ ବାସ୍ତବ କ୍ଷେତ୍ରରେ ସରକାରୀ କର୍ମଚାରୀ ମାନିବାକୁ ରାଜି ନୁହଁନ୍ତି , କି ସରକାର ବଦଳିଛି। ବିଜେଡ଼ି ସରକାର ସମୟରେ ପ୍ରଥମେ କାର୍ଯ୍ୟର ସୂଚନା ଫଳକ ଲାଗିବା ପରେ କାର୍ଯ୍ୟ ଆରମ୍ଭ ହେଉଥିଲା। କିନ୍ତୁ ବର୍ତ୍ତମାନ ଏଠି ଦେଖିବାକୁ ମିଳିଛି କାର୍ଯ୍ୟ ଶେଷ ହେବାକୁ ବସିଛି କିନ୍ତୁ ସୂଚନା ଫଳକ ଲଗାଯାଇ ନାହିଁ। ସରକାର କ୍ଷମତାରେ ଥିଲେ ଏବଂ କାମ କରୁଥିବା ଠିକାଦାର ସରକାରୀ ଦଳର ଥିବାରୁ ଜନ ସାଧାରଣ ଯେତେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନଥିଲେ। ବର୍ତ୍ତମାନ ସରକାର ବଦଳିଛି କିନ୍ତୁ ଜନସାଧାରଣଙ୍କ ଅଭିଯୋଗକୁ କୈାଣସି ସରକାରୀ କର୍ମଚାରୀ ଗୁରୁତ୍ଵ ଦେଉ ନଥିବା ଦେଖିବାକୁ ମିଳିଛି। ପଞ୍ଚାୟତ ରାଜ ବିଭାଗ ମାଧ୍ୟମରେ ଗ୍ରାମ ପଞ୍ଚାୟତରେ ବର୍ଷକୁ ପାଖାପାଖି କୋଡ଼ିଏ ରୁ ପଚିଶ ମଧ୍ୟରେ ଗାଁ ମାନଙ୍କରେ ପିଇବା ପାଣି ଠାରୁ ଆରମ୍ଭ କରି କଂକ୍ରିଟ ରାସ୍ତା ପ୍ରାଥମିକ ବିଦ୍ୟାଳୟ ଅଙ୍ଗନଓ୍ବାଡି କେନ୍ଦ୍ରର ଉନ୍ନତି ପାଇଁ ଖର୍ଚ୍ଚ ହେଇଥାଏ। ସେହି କାର୍ଯ୍ୟ ଗୁଡ଼ିକ ବିଭାଗୀୟ ମାଧ୍ୟମରେ ହେବା ନିୟମ ଥିଲେ ମଧ୍ୟ କାର୍ଯ୍ୟ ଗୁଡ଼ିକ ଗ୍ରାମରେ ପିଲାମାନଙ୍କ ଦ୍ବାରା ହୋଇଥାଏ । ଏହି କାର୍ଯ୍ୟ ଗୁଡ଼ିକ ଅନ୍ୟ ବିଭାଗ ମାଧ୍ୟମରେ ହେଉଥିବା କାର୍ଯ୍ୟଠାରୁ ଆଶାନୁ ରୂପେ ଭଲ ହେଇଥାଏ। କିନ୍ତୁ ଗ୍ରାମାଞ୍ଚଳ ଗୁଡ଼ିକରେ ରାଜନୀତି କୁ ନେଇ ବିରୋଧଭାଷା ଯୋଗୁଁ ସବୁ ସମୟରେ ଅଭିଯୋଗ ରହିଥାଏ। ଫଳରେ କାର୍ଯ୍ଯ କରୁଥିବା ଲୋକ ଏଥିପାଇଁ ବହୁ ସମସ୍ୟାରେ ପଡ଼ିଯାଏ। ତେବେ ଜନସାଧାରଣ ଏଭଳି ସମସ୍ୟା ଭୋଗୁଛନ୍ତି ଏହାର ସମାଧାନ କ୍ଷେତ୍ରରେ ଯଦି ସରକାର ନଶୁଣନ୍ତି ଆଉ କହିବେ କାହାକୁ ତେଣୁ ଏହି ରାସ୍ତା ନିର୍ମାଣ ରେ ଅତି ନିମ୍ମମାନ ହେଉଅଛି ଏହାର ଭିଜିଲାନ୍ସ ତଦନ୍ତର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ମହଲରେ ଆଲୋଚନା ଜୋର ଧରିଥିବା ଜଣାପଡି।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts

ଅନେକ ଗାଁ ଜଳବନ୍ଦୀରେ ବିଦ୍ୟୁତ୍ ତାର ଦ୍ୱାରା ବିପଦପୂର୍ଣ୍ଣ ଭାବେ ନଦୀ ପାର ହେଉଛନ୍ତି ଲୋକେ
ଅନେକ ଗାଁ ଜଳବନ୍ଦୀରେ ବିଦ୍ୟୁତ୍ ତାର ଦ୍ୱାରା ବିପଦପୂର୍ଣ୍ଣ ଭାବେ ନଦୀ ପାର ହେଉଛନ୍ତି ଲୋକେ ଆର, ଉଦୟଗିରି (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲାରେ କିଛି ଦିନ…

ମାନସିକ ଅନଗ୍ରସର ଅନୁଷ୍ଠାନ ମାନସକୁ ସହାୟତାର ହାତ ବଢାଇଲେ ସ୍ବେଛାସେବୀ।
ମାନସିକ ଅନଗ୍ରସର ଅନୁଷ୍ଠାନ ମାନସକୁ ସହାୟତାର ହାତ ବଢାଇଲେ ସ୍ବେଛାସେବୀ। ସେମିଳିଗୁଡା : ୧୭,୮,୨୦୨୪:କୋରାପୁଟର ମାନସିକ ଅନଗ୍ରସର ପିଲାମାନଙ୍କ ପାଇଁ ଚାଲିଥିବା ଆବାସିକ ଅନୁଷ୍ଠାନ ମାନସକୁ ସେମିଳିଗୁଡାର…

ସୁନାବେଡ଼ା ଅଭୟରଣ୍ୟ ସୋସେଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୁଦମା ଗ୍ରାମ ରେ ଏକ ମୃତ ଦେହ ଉଦ୍ଧାର
*ସୁନାବେଡ଼ା ଅଭୟରଣ୍ୟ ସୋସେଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୁଦମା ଗ୍ରାମ ରେ ଏକ ମୃତ ଦେହ ଉଦ୍ଧାର, ଶରୀରରେ ଅନେକ କ୍ଷତ ଥିବା ନେଇ ସନ୍ଧେହ ସୃଷ୍ଟି,*…