*ନିଯୁକ୍ତି ଓ ରୋଜଗାର ପାଇଁ ବେକାର ଯୁବତୀ ଯୁବକ ମାନଙ୍କ ଧାରଣା* ସୁନ୍ଦରଗଡ ଜିଲା ସ୍ଥିତ ହେମଗିର ବ୍ଲକ ଅନ୍ତର୍ଗତ ସିଆରମାଲ ସ୍ଥିତ ଡିବିଏଲ କମ୍ପାନୀ ସମ୍ମୁଖରେ ଶୁକ୍ରବାର ଦିନ ଆଦିବାସୀ ଓ ଦଳିତ ଠିକାଦାର ଏବଂ ପରିବହନ ସଂସ୍ଥା ସୁନ୍ଦରଗଡ ତରଫରୁ ରୋଜଗାର ଓ ନିଯୁକ୍ତି ପାଇଁ ଡିବିଏଲ କମ୍ପାନୀ ବନ୍ଦ ଡାକରା ଦିଆଯାଇଥିଲା । ଏହି ଅବସରରେ ଅନେକ ମହିମା,ପୁରୁଷ, ଅନେକ ବେକାର ଯୁବତୀ ଓ ଯୁବକ ଧାରଣା ଦେଇଥିଲେ । ଏହି ଅବସରରେ ମୁଖ୍ୟତଃ ସ୍ଥାନୀୟ ଓ ଜିଲ୍ଲାର ବେକାର ଯୁବତୀ ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ କରିବା,ତାଲିମ କେନ୍ଦ୍ର ସ୍ଥାପନ କରିବା ସହିତ ଅଞ୍ଚଳର ବେକାର ଯୁବତୀ ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ କରିବା,ବିସ୍ଥାପିତ ମାନଙ୍କୁ ତାଙ୍କର ସମ୍ପୁର୍ଣ୍ଣ କ୍ଷତି ପୂରଣ ପ୍ରଦାନ କରିବା ଆଦି ଦାବିକୁ ନେଇ ଧାରଣା ଦିୟାଯାଇ ଥିଲା । ପରେ ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ଜାନୁଆରୀ ୧୦ ତାରିଖ ଦିନ ଜିଲ୍ଲା ପ୍ରଶାସନ,କମ୍ପାନୀ କର୍ତୃପକ୍ଷ ଓ ଧାରଣା କାରିଙ୍କ ମଧ୍ଯରେ ଆଲୋଚନା କରିବା ପ୍ରତିଶୃତି ମିଳିବା ପରେ ଧାରଣା ପ୍ରତ୍ୟହୃତ ହୋଇଥିଲା । ଏହି ଅବସରରେ ସଭାପତି ଦିଲ୍ଲୀପ କୁମୁରା,ସମ୍ପାଦକ ସୁଶୀଲ ବୈଗା,ଦିପକ ସେଠ,ଦୁତିଆ ବୁଡାସାଗର,ରଞ୍ଜିତ ବୁଡା ପ୍ରମୁଖ ଉପସ୍ଥିତ ଥିଲେ । ପଶ୍ଚିମ ଓଡିଶା ରୁ ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।
Related Posts
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସାପ୍ତାହିକ, ପାକ୍ଷିକ ଓ ମାସିକ ସମ୍ବାଦପତ୍ରର ସମ୍ପାଦକମାନେ
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସାପ୍ତାହିକ, ପାକ୍ଷିକ ଓ ମାସିକ ସମ୍ବାଦପତ୍ରର ସମ୍ପାଦକମାନେ ଭୁବନେଶ୍ୱର : ଆଜି ଓଡିଶା ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବିଭିନ୍ନ ସାପ୍ତାହିକ, ପାକ୍ଷିକ ଓ…
ଗୁଞ୍ଜିଗାଁ ଗ୍ରାମର ଅସହାୟ ବୃଦ୍ଧା ମା ନିବାଜିନି ଦିଗାଲଙ୍କୁ ଭତା ମିଳିବ କେବେ…?
ଗୁଞ୍ଜିଗାଁ ଗ୍ରାମର ଅସହାୟ ବୃଦ୍ଧା ମା ନିବାଜିନି ଦିଗାଲଙ୍କୁ ଭତା ମିଳିବ କେବେ…? କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଳକ…
ବିଦ୍ୟାଳୟ ସ୍ତରୀୟ ଶିକ୍ଷା ସପ୍ତାହ ପାଳନ ଅବସରରେ ଆଜି ୯୧୮ ଗୋଟି ସ୍କୁଲରେ ଶିକ୍ଷଣ ସାମଗ୍ରୀ ପାଳନ
ବିଦ୍ୟାଳୟ ସ୍ତରୀୟ ଶିକ୍ଷା ସପ୍ତାହ ପାଳନ ଅବସରରେ ଆଜି ୯୧୮ ଗୋଟି ସ୍କୁଲରେ ଶିକ୍ଷଣ ସାମଗ୍ରୀ ପାଳନ ଗଜପତି / ଭାରତ ସରକାରଙ୍କ ପ୍ରାୟୋଜିତ ଜାତୀୟ ଶିକ୍ଷାନୀତି:-୨୦୨୦…