ନିଷ୍ଠା ପରିବାର ବରଗଡ ଦ୍ଵାରା ଅସହାୟ ଶବ ସତ୍କାର କରାଯାଇଥିଲା। ବରଗଡ ୧-୧୧-(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ବରଗଡ ବ୍ଲକ ଖୁଣ୍ଟପାଲି ଗ୍ରାମ ରେ ବସବାସ କରୁଥିବା ସନାତନ ବରିହା ବୟସ ୪୬ବର୍ଷ। କୌଣସି କାରଣ ବଶତଃ ତାଙ୍କ ର ମୃତ୍ୟୁ ହୁଏ। ତାଙ୍କ ର କେହି ପରିବାର ଲୋକ ନାହାନ୍ତି। ଜଣେ ଭାଇ ଅଛି, ଶତୃଘ୍ନ ବରିହା ବୟସ ୩୫ବର୍ଷ ସେ ଜଣେ ମାନସିକ ରୋଗୀ। ଜାତି ଭାଇଙ୍କୁ ସରପଞ୍ଚ ଶ୍ରୀ ବେଲାର ମେହେର ଓ ପଡାବାସୀ କୁଂ ଯେତେ ବୁଝାଇଲେ ବି କେହି ଶବ ସତ୍କାର ପାଇଁ ଆସି ନଥିଲେ। ଶେଷ ରେ ସରପଞ୍ଚ ବେଲାର ମେହେର ଶବ ସତ୍କାର ପାଇଁ ନିଷ୍ଠା ପରିବାର ର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ ଙ୍କୁ ଖବର ଦେଇ ଥିଲେ। ତୁରନ୍ତ ନିଷ୍ଠା ପରିବାର ର ସଦସ୍ୟମାନେ ଶ୍ମଶାନ ବନ୍ଧୁ ଗାଡ଼ି ନେଇ ବାହାରିଥିଲେ, ଖୁଣ୍ଟପାଲି ଅଭିମୁଖେ। ସରପଞ୍ଚ ବେଲାର ମେହେର ଓ ପଡା ର ତୋଫାନ ସାହୁ, ପୁରନ୍ଦର ସାହୁ, ଶାନ୍ତନୁ ଦାଶ, ସୁଦାମ ଦାଶ ପ୍ରମୁଖ ସମସ୍ତ ପ୍ରକାର ର ସହଯୋଗ କରିଥିଲେ ଓ ସମାଜ ପାଇଁ ଏକ ସନ୍ଦେଶ ଦେଇଥିଲେ, ଆଜି ବି ମାନବିକତା ବଞ୍ଚିଛି ।ପଡାବାସୀ ଓ ସରପଞ୍ଚ ଙ୍କୁ ଯେତେ ପ୍ରଶଂସା କଲେ କମ ହେବ।ଏହି ମହତ କାମ ରେ ଆମ ନିଷ୍ଠା ପରିବାର ର ଉପସଭାପତି ବିଦ୍ୟାଧର ଭୋଇ,ଇନ୍ଦ୍ରଜିତ ଗଡତିଆ,ଝସ ସାହୁ ପ୍ରମୁଖ ଉପସ୍ଥିତ ରହି ସସମ୍ମାନେ ଶବ ସତ୍କାର କରିଥିଲେ।
Related Posts
ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ
ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ଭୁବନେଶ୍ୱର: ଆଜି ଭୁବନେଶ୍ୱର ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ…
ନିର୍ମାଣାଧିନ ବ୍ରିଜରୁ ଖସିପଡ଼ିଲା ବୋଲେରୋ; ୨ ମୃତ, ୧୦ ଆହତ
ନିର୍ମାଣାଧିନ ବ୍ରିଜରୁ ଖସିପଡ଼ିଲା ବୋଲେରୋ; ୨ ମୃତ, ୧୦ ଆହତ ସମ୍ବଲପୁର:( ଅଭିଷେକ ମହାନ୍ତ) ସମ୍ବଲପୁର ଜିଲ୍ଲା ଜାତୀୟ ରାଜପଥ ୫୫ ଝାଙ୍କରପାଲୀ ନିକଟରେ ଏକ ନିର୍ମାଣାଧିନ…
ଓଡ଼ିଶା ର ସର୍ବୋତ୍ତମ ସାମାଜିକ କର୍ମୀ ଭାବେ ପୁରସ୍କୃତ ହେଲେ ଜିତେନ୍ଦ୍ର।
ଓଡ଼ିଶା ର ସର୍ବୋତ୍ତମ ସାମାଜିକ କର୍ମୀ ଭାବେ ପୁରସ୍କୃତ ହେଲେ ଜିତେନ୍ଦ୍ର।ଗଜପତି (ମନୋଜ କୁମାର ପାଢୀ/ ୪/୭/ଓଡ଼ିଶା ର ସର୍ବୋତ୍ତମ ସାମାଜିକ କର୍ମୀ ଭାବେ ପୁରସ୍କୃତ ଦିଆଯାଇଛି…