ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନ ଖଣ୍ଡହଥା ଗ୍ରାମ ରୁ ଆରମ୍ଭ,ପ୍ରଥମ ଦିନରେ ୪୩ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।
ବରଗଡ-(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗ୍ରାମ ରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ତରଫରୁ ଜାନୁଆରୀ୦୧ ରୁ ଫେବୃଆରୀ ୦୨ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩୩ଦିନ ଧରି ହେବାକୁ ଥିବା ରକ୍ତଦାନ ଶିବିର ରେଡ ଡ୍ରପ ମାରାଥନ ର ପ୍ରଥମ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଖଣ୍ଡହଥା ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ବରଗଡ଼ ଉପ ଜିଲ୍ଲାପାଳ ଶ୍ରୀମାନ ପ୍ରସନ୍ନ କୁମାର ପାଣ୍ଡେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ । ଉପ ଜିଲ୍ଲାପାଳ ଶ୍ରୀମାନ ପାଣ୍ଡେ ଙ୍କୁ ଖଣ୍ଡହଥା ଗ୍ରାମବାସୀ ଓ ମହିଳା ମାନେ କୀର୍ତ୍ତନ କରି ପାଛୋଟି ନେ଼ବା ପରେ ଉପ ଜିଲ୍ଲାପାଳ ଫିତା କାଟି ଶିବିର ର ଶୁଭାରମ୍ଭ କରିବା ସହ ନିଷ୍ଠା ପରିବାର ତରଫ ରୁ ଆୟୋଜିତ ରେଡ ଡ୍ରପ ମାରାଥନ କୁ ପ୍ରଶଂସା କରିଥିଲେ ଓ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଶିବିର ରୁ ବରଗଡ଼ ରକ୍ତ ଭଣ୍ଡାର ଅଧିକାରୀ ମାନେ ସଂଗ୍ରହ କରିଥିଲେ। ଏହି ସମୟରେ ଦୁଇ ଯୋଡା ଦମ୍ପତ୍ତି, ଚାରି ଜଣ ମହିଳା ରକ୍ତ ଦାତା ଙ୍କ ସମେତ ୩୫ଜଣ ପୁରୁଷ ରକ୍ତ ଦାତା ସର୍ବମୋଟ ୪୩ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ଶିବିର ର ସୁପରିଚାଳନା ସହଯୋଗ କରିଥିଲେ। ନିଷ୍ଠା ପରିବାର ତରଫ ରୁ ଖଣ୍ଡହଥା ଗ୍ରାମବାସୀ ତଥା ରକ୍ତଦାତା ମାନଙ୍କୁ ଉପଦେଷ୍ଟା ଶ୍ରୀମାନ ଅଶ୍ୱିନୀ କୁମାର ତ୍ରିପାଠୀ ସମେତ ଅନ୍ୟାନ୍ୟ ସମସ୍ତ ସଦସ୍ୟ /ସଦସ୍ୟା ମାନେ ଆନ୍ତରିକତା ସହିତ କୃତଜ୍ଞତା ଜ୍ଞାପନ କରିଥିଲେ।

