ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନ ଜାରୀ ଶ୍ରୀଜୀ ଏଗ୍ରୋ ଇଣ୍ଡଷ୍ଟ୍ରି ରେ ରକ୍ତ ଦାନ ଶିବିର ୫୨ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ଆଜି ତା-୨୮-୦୧-୨୦୨୫ରିଖ (ମଙ୍ଗଳ ବାର)ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କୁଶନପୁରୀ ଠାରେ ଥିବା ଶ୍ରିଜୀ ଏଗ୍ରୋ ଇଣ୍ଡଷ୍ଟ୍ରି ଠାରେ ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନର ଆଠେଇଶ ଦିନରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର କୁ ଶ୍ରିଜୀ ଏଗ୍ରୋ ଇଣ୍ଡଷ୍ଟ୍ରି ର ମାଲିକ ଜଗଦୀଶ ପ୍ରସାଦ ଅଗ୍ରୱାଲ ଓ ଅମନ ମିତ୍ତଲ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶୁଭାରମ୍ଭ କରିଥିଲେ।ଏହି ଶିବିର ରୁ ସର୍ବମୋଟ ୫୨ୟୁନିଟ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ମିଲ ରେ କାମ କରୁଥିବା ଅନେକ କର୍ମଚାରୀ ଉତ୍ସାହ ର ସହିତ ରକ୍ତ ଦାନ କରିଥିଲେ। ଏହି ଶିବିର କୁ ଶ୍ରିଜୀ ଏଗ୍ରୋ ଇଣ୍ଡଷ୍ଟ୍ରି ର କର୍ମଚାରୀ ଓ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ।ସମସ୍ତ ରକ୍ତଦାତା,ସହଯୋଗୀ,ଶୁଭେଛୁ ବିଶେଷ କରି ଶ୍ରିଜୀ ଏଗ୍ରୋ ଇଣ୍ଡଷ୍ଟ୍ରି କୁ ଆମ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।


