ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନ ସହଁରା ପାଲି ରେ ରକ୍ତ ଦାନ ଶିବିର ୩୨ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।
ବରଗଡ଼ – (ଭବାନୀ ଶଙ୍କର ପାଢ଼ୀ) ତା-୧୮-୦୧-୨୦୨୫ରିଖ (ଶନି ବାର) ଦିନ ବରଗଡ଼ ବ୍ଲକ ଅଡଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସହଁରା ପାଲି ଗାଁ ରେ ଶ୍ରୀ ଶ୍ରୀ ହନୁମାନ ମନ୍ଦୀର ଓ ମାଁ ଖିଲିଏନ ଦେବୀ ଙ୍କ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଅବସରରେ ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନ ର ଅଠର ଦିନ ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର କୁ ସହଁରା ପାଲି ଗାଁର ରାଜ କୁମାର ସାହୁ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶିବିର ଶୁଭାରମ୍ଭ କରିଥିଲେ। ଶ୍ରୀ ଶ୍ରୀ ହନୁମାନ ମନ୍ଦିର ଓ ମାଁ ଖଲିଏନ ଦେବୀ ର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆସିଥିବା ଭକ୍ତ ମାନେ ବେଶ ଉତ୍ସାହର ସହିତ ରକ୍ତଦାନ କରିଥିଲେ। ଏହି ଶିବିର ରୁ ସର୍ବମୋଟ ୩୨ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାରର ଅଧିକାରୀ ଓ ଟେକନିସିଆନ ମାନଂକ ଦ୍ଵାରା ସଂଗୃହୀତ ହୋଇଥିଲା।ଏହି ଶିବିର କୁ ମନ୍ଦୀର ପ୍ରତିଷ୍ଠା କମିଟି ର ସଦସ୍ୟ ମାନେ ସଂପୂର୍ଣ୍ଣ ସହଯୋଗ ଓ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ/ ସଦସ୍ୟା ସୁପରିଚାଳନା କରିଥିଲେ।ସମସ୍ତ ରକ୍ତଦାତା,ସହଯୋଗୀ,ଶୁଭେଚ୍ଛୁ ମାନଙ୍କୁ ନିଷ୍ଠା ପରିବାର ତରଫ ରୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ।



