ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନ ପଥର୍ଲା କଂସମାରେନ ଛକ ରେ ରକ୍ତ ଦାନ ଶିବିର ୩୩ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୨୫-୦୧-୨୦୨୫ରିଖ (ଶନି ବାର)ବରଗଡ଼ ବ୍ଲକ ଅନ୍ତର୍ଗତ ପଥର୍ଲା ସ୍ଥିତ କଂସ ମାରେନ ଛକ ରେ ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନର ପଚିଶ ଦିନରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର କୁ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡଙ୍ଗୀ,ପଥର୍ଲା ସରପଞ୍ଚ ପ୍ରେମଲତା ସାହୁ,ଶିଳ୍ପପତି ରବୀନ୍ଦ୍ର ଅଗ୍ରୱାଲ,ପୂର୍ବତନ ସରପଂଚ ପୁରନ୍ଦର ସେଠ,ଯଯାତୀ କେଶରୀ ଜେନା ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ।ଏହି ଶିବିର ରୁ ସର୍ବମୋଟ ୩୩ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା।ଏହି ଶିବିର କୁ ଗୁରୁଦେବ ସାହୁ, ଦୁର୍ଲଭ ସାହୁ, ସୌରୀ ସାହୁ,ଦିବ୍ୟ କିଶୋର ସାହୁ,ଉମାକାନ୍ତ ସାହୁ, ହେମନ୍ତ ସାହୁ,ରାସ ବିହାରୀ ସାହୁ,ଯୋଗେଶ୍ୱର ସାହୁ, ମୋତିଲାଲ ଦାଶ,ୟଙ୍ଗ ଷ୍ଟାର ଅର୍ଗାନାଇଜେସନ ଓ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ।ସମସ୍ତ ରକ୍ତଦାତା,ସହଯୋଗୀ,ଶୁଭେଛୁ ଓ ପଥର୍ଲା ଗ୍ରାମବାସୀ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।ବିଶେଷ କରି ନିଷ୍ଠା ପରିବାର ର ଟିମ ପଥର୍ଲା କୁ ବହୁତ ବହୁତ ଧନ୍ୟବାଦ।

