ନିଷ୍ଠା ପରିବାର ର ୫୧ଦିନିଆ ରେଡ ଡ୍ରପ ଅଲଟ୍ରା ମାରାଥନ ଜାରି ଶ୍ରୀକ୍ରୀଷ୍ଣା ଫୁଡ ରୁ ୩୬ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୦୪-୦୨-୨୦୨୫ରିଖ (ମଙ୍ଗଳ ବାର) ବରଗଡ଼ ବ୍ଲକ ଧାଙ୍ଗେର ପଞ୍ଚାୟତ ର ମାଲିପାଲି ମାଇନର ଭେଡେନ ରୋଡ ରେ ଥିବା ଶ୍ରୀକ୍ରୀଷ୍ଣା ଫୁଡ ଠାରେ ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନର ପଇଁ ତିରିସ (୩୫)ଦିନରେ କେଣ୍ଡିଟ କମରସିଆଲ, ବରଗଡ଼ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର କୁ ମିଲ ମାଲିକ ଓମ ପ୍ରକାଶ ପଂସାରି, କରୁଣା କର ପଂସାରି ଓ ମହିଳା ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ ହୋତା ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ।ଏହି ଶିବିର ରୁ ସର୍ବମୋଟ ୩୬ୟୁନିଟ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା।ଏହି ଶିବିର କୁ ଶ୍ରୀକ୍ରୀଷ୍ଣା ଫୁଡ,କେଣ୍ଡିଟ କମରସିଆଲ ର କର୍ମଚାରୀ ଓ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ।ସମସ୍ତ ରକ୍ତ ଦାତା, ଶୁଭେଛୁ,ସହଯୋଗୀ ମାନଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।


