ନିଷ୍ଠା ପରିବାର ର ୫୧ଦିନିଆ ରେଡ ଡ୍ରପ ଅଲଟ୍ରା ମାରାଥନ ଜାରୀ, ବ୍ରଜ ଗୋପିକା ଧାମ ,ବରଗଡ଼ ରେ ରକ୍ତ ଦାନ ଶିବିର ୫୧ୟୁନିଟ ରକ୍ତ ସଂଗୃହୀତ….
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ଆଜି ତା-୧୧-୦୨-୨୦୨୫ରିଖ (ମଙ୍ଗଳ ବାର) ବରଗଡ଼ ସ୍ଥିତ ଖଜୁର ଟିକ୍ରା ଠାରେ ଥିବା ବ୍ରଜ ଗୋପିକା ଧାମ ଠାରେ ପୂଜନୀୟା ରାସେଶ୍ୱରୀ ଦେବୀ ଙ୍କ ତତ୍ତ୍ଵାବଧାନ ରେ ନିଷ୍ଠା ପରିବାର ର ରେଡ ଡ୍ରପ ମାରାଥନର ବୟାଳିଶ (୪୨) ଦିନରେ ବ୍ରଜ ଗୋପିକା ଧାମ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟ ରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ ଓ ବ୍ରଜ ଗୋପିକା ଆଶ୍ରମ ର ମୂଖ୍ୟ ବିରଞ୍ଚି ସାହା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶିବିରର ଶୁଭାରମ୍ଭ କରିଥିଲେ।ଏହି ଶିବିର ରୁ ସର୍ବମୋଟ ୫୧ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇ ଥିଲା। ବରଗଡ଼ ସରକାରୀ ଡାକ୍ତର ଖାନା ର ଭେଷଜ ଡାକ୍ତର ଶ୍ରୀ ସୁଦୀପ୍ତ ରାଉତ ରକ୍ତ ଦାନ କରିବା ସହ ସମସ୍ତ ସତସଙ୍ଗୀ ମାନେ ରକ୍ତ ଦେବା ସହ ତାଂକ ସମ୍ପର୍କୀୟ ମାନେ ଅତ୍ୟନ୍ତ ଉତ୍ସାହ ର ସହ ରକ୍ତ ଦାନ କରିଥିଲେ।ଏହି ଶିବିର କୁ ପ୍ରଦୀପ ଶତପଥି, ନରସିଂହ ଚରଣ ପାଣିଗ୍ରାହୀ,ତିଆରାମ ଡ଼ନସନା, ବିନୋଦ ମହାରଣା, ସୌକିଲାଲ ତ୍ରୀପାଠୀ, ଦାମୋଦର ମିଶ୍ର, ଗୋପାଲ ପୋପ୍ତାନୀ, ଜ୍ଞାନ ରଞ୍ଜନ ପଟ୍ଟନାୟକ, ବୀଣା ଶତପଥୀ,ପୁଷ୍ପାଞ୍ଜଳି ମିଶ୍ର, ଆରତୀ ମହାମଲ୍ଲିକ, ମଞ୍ଜୁ ୱାଲା ସୁବୁଦ୍ଧି, ବଡପଣ୍ଡା, ରବିନ୍ଦ୍ର ଦେ,ରବି ନାରାୟଣ ସାହୁ, ଶ୍ରୀକାନ୍ତ କର, ରବୀନ୍ଦ୍ର ପଣ୍ଡା ଅନ୍ୟ ସତ୍ ସଙ୍ଗୀ ଓ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ।ସମସ୍ତ ରକ୍ତଦାତା,ଶୁଭେଛୁ ବିଶେଷ କରି ବ୍ରଜ ଗୋପିକା ଧାମ ର ସମସ୍ତ ସତସଙ୍ଗୀ ମାନଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।


