ନୁଆଗଡ ବ୍ଳକରେ ସମିତି ବୈଠକରେ ଜନହିତ କାର୍ଯ୍ୟର ସମୀକ୍ଷା କଲେ ସାଂସଦ- ପ୍ରଦିପ ପାଣିଗ୍ରାହି ।ପ୍ରକଳ୍ପ କାର୍ଯ୍ୟାଦେଶ ନେଇ ଅସନ୍ତୋଷ ।ଆର,ଉଦୟଗିରି(ମନୋଜ କୁମାର ପାଢୀ)- ମଙ୍ଗଳବାର ନୁଆଗଡ ବ୍ଳକର ସଦଭାବନ ସଭାଗୃହରେ ବ୍ଳକ ଅଧ୍ୟକ୍ଷା ମାଳତୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ନବମ ସାଧାରଣର ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବ୍ରହ୍ମପୁର ସାଂସଦ ଶ୍ରୀ ପ୍ରଦିପ କୁମାର ପାଣିଗ୍ରାହୀ, ବିଡିଓ ଲୋକନାଥ ଶବର, ଜିଲ୍ଲାପରିଷଦ ସଭ୍ୟ ରାଜୀବ ଦୋରା,ଉପାଧ୍ୟକ୍ଷ ନିହୀମିୟା ରଇତ, ମୋହନା ବିଧାୟକ ପ୍ରତିନିଧି ପୁରଷୋତ୍ତମ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ଭାରପ୍ରାପ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ତଥା ପିଇଓ ନୃସିଂହ ଚରଣ ମିଶ୍ର ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ବିକାଶିତ ଗାଁ ବିକଶିତ ଓଡିଶା ଯୋଜନାର ପୂର୍ବରୁ ପ୍ରସ୍ତୁତ ହୋଇଥିବା ନୂତନ ପ୍ରକଳ୍ପ ଗୁଡିକର ନାମ ପଠନ କରାଯାଇଥିଲା । ଜନପ୍ରିନିଧି ପଞ୍ଚାୟତ ସ୍ତରରୁ ନୂତନ ଭାବେ ପ୍ରକଳ୍ପ ଗୁଡିକର ନାମ ପ୍ରସ୍ତୁତ କରି ଦିଆଯାଇଛି । କିନ୍ତୁ ପ୍ରକଳ୍ପ ମଞ୍ଜୁର ହୋଇ ଆସିଲା ପରେ ସ୍ଥାନୀୟ ପ୍ରତିନିଧିଙ୍କ ଅଜାଣତରେ କାର୍ଯ୍ୟାଦେଶ ପୂର୍ବରୁ ଦିଆଯାଉଥିବାରୁ ଗୃହରେ ଅସନ୍ତୋଷ୍ଟ ପ୍ରକାଶ କରିଥିଲେ । ଜନପ୍ରତିନିଧି ମାନଙ୍କୁ ଜଣାଇ କାର୍ଯ୍ୟ କରିବାକୁ ଦାବି କରିଥିଲେ । ବୈଠକରେ ବିଭିନ୍ନ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ । ବୈଠକରେ କେତେକ ବିଭାଗର କର୍ମଚାରୀ ଅନୁପସ୍ଥିତ ରହିଥିବାରୁ ଜନପ୍ରତିନିଧି କ୍ଷୋଭ ପ୍ରକାଶ କରିଥିଲେ । ଏଥିରେ ବ୍ଳକର ସମସ୍ତ ପଞ୍ଚାୟତର ସରପଞ୍ଚ, ସମତିସଭ୍ୟ/ସଭ୍ୟା ଓ ପିଇଓ ଉପସ୍ଥିତ ଥିଲେ । ଜିପିଇଓ ଶ୍ରୀ ମିଶ୍ର ବୈଠକକୁ ପରିଚାଳନା କରିଥିବା ବେଳେ ବ୍ଳକର ସମସ୍ତ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ । କିଛି ପ୍ରତିନିଧି ବାହାରେ ଅଭିଯୋଗ କରିଥିଲେ ଯନ୍ତୀମାନେ ନିଜର ସୁବିଧା ପାଇଁ ସ୍ଥାନୀୟ ଲୋକଙ୍କୁ କାମ ନଦେଇ ବାର ଠିକାଦାର ମାନଙ୍କୁ କାମ କରିବାକୁ ଆଦେଶ ଦେଇ ମୁଟା ଟଙ୍କା ଆଦାୟ କରୁଥିବା ଅଭିଯୋଗ କରିଥିଲେ ।
ନୁଆଗଡ ବ୍ଳକରେ ସମିତି ବୈଠକରେ ଜନହିତ କାର୍ଯ୍ୟର ସମୀକ୍ଷା କଲେ ସାଂସଦ- ପ୍ରଦିପ ପାଣିଗ୍ରାହି ।ପ୍ରକଳ୍ପ କାର୍ଯ୍ୟାଦେଶ ନେଇ ଅସନ୍ତୋଷ ।
