ନୁଆ ଭାରତୀୟ ନ୍ୟାୟ ସଂହିତା ଉପରେ ସଚେତନ କଲେ ଏସ୍ପି ଗଞ୍ଜେଇ ଚାଷ ବନ୍ଦ ନହେଲେ ସଂପୃକ୍ତ ପଞ୍ଚାୟତ ପ୍ରତିନୀଧି ବି ଦାୟୀ ରହିବେ ଆର,ଉଦୟଗିରି(ମନୋଜ କୁମାର ପପାଢୀ)-: ଗଜପତି ଜିଲ୍ଲାର ଆର,ଉଦୟଗିରି ଥାନା ଗଞ୍ଜେଇ ଚାଷ ବନ୍ଦ ନହେଲେ ଅଞ୍ଚଳର ସରପଞ୍ଚମାନେ ଦାୟୀ ରହିବେ । ଏ ନେଇ ଗଜପତି ଏସ୍ପି ସ୍ବାତୀ ଏସ୍. କୁମାର ଗଞ୍ଜେଇ ଚାଷ ରୋକିବାକୁ ଏକ ସଚେତନତା ବୈଠକରେ ସରପଞ୍ଚମାନଙ୍କୁ ଏଭଳି ଭାବେ ତାଗିଦ୍ କରିଥିଲେ । ଶୁକ୍ରବାର ଆର,ଉଦୟଗିରି ଥାନା ପରିସରରେ ଅନୁଷ୍ଠିତ ଏହି ବୈଠକରେ ଆର,ଉଦୟଗିରି ଥାନା ଅଞ୍ଚଳର ଗଞ୍ଜେଇ ଚାଷ ହେଉଥିବା ସମସ୍ତ ସରପଞ୍ଚ ଏଥିରେ ଯୋଗଦେଇଥିଲେ । ନୂଆ ଭାରତୀୟ ନ୍ୟାୟ ସଂହିତାରେ ସଂଶୋଧିତ ଆଇନର ଦଫା ୪୭ ଅନୁସାରେ ଯେଉଁ ଯେଉଁ ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଛି ସେହି ପଞ୍ଚାୟତର ସରପଞ୍ଚମାନେ ମଧ୍ୟ ଦାୟୀ ରହିବେ ଏବଂ ସେମାନଙ୍କ ବିରୋଧରେ ନୂଆ ଆଇନି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ । ଗଜପତି ଜିଲ୍ଲା ପୁଲିସ ପକ୍ଷରୁ ବେଆଇନ ଗଞ୍ଜେଇ ଚାଷ କରୁଥିବା ବ୍ୟକ୍ତି ବିଶେଷଙ୍କୁ ବାରମ୍ବାର ଚେତାବନୀ ଦିଆଯାଇଛି । ଗତବର୍ଷ ଠାରୁ ଏନେଇ ସତର୍କ କରାଯାଇଛି । ତେଣୁ ସରପଞ୍ଚମାନେ ବାରମ୍ବାର ନିଜ ପଞ୍ଚାୟତରେ ସଚେତନ ବୈଠକ କରାଇବେ, ପ୍ରମାଣସ୍ବରୂପ ଏଗୁଡିକର ଫଟୋ ଏବଂ ଭିଡିଓ ପୁଲିସକୁ ଦାଖଲ କରିବେ । ତଥାପି ଯଦି କେହି ପୁଣି ଗଞ୍ଜେଇ ଚାଷ କରେ ତେବେ ସୂଚନା ପୁଲିସ ପାଖରେ ପହଞ୍ଚାଇବେ ନଚେତ ବେଆଇନ ଚାଷକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗରେ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସ୍ପି କଡା ଚେତାବନୀ ଦେଇଥିଲେ । ବିଶେଷ କରି ଗଜପତି ଜିଲ୍ଲାର ମୋହନା , ଅଡବା ଓ ଆର,ଉଦୟଗିରି ଥାନା ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଚାଷ ହେଉଛି । ଏଣୁ ଏଥିର ପୁଲିସ ନୁହେଁ ବରଂ ସରପଞ୍ଚମାନେ ଗଞ୍ଜେଇ ଚାଷ ନଷ୍ଟ କରି ଅନ୍ୟାମାନଙ୍କ ପାଇଁ ଉଦାହରଣ ସାଜନ୍ତୁ ବୋଲି ଏସ୍ପି ବୈଠକରେ ସରପଞ୍ଚମାନଙ୍କୁ ଆହ୍ବାନ ଦେଇଥିଲେ । ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ ସହ ଡ୍ରୋନ୍ ମଧ୍ୟ ଜିଲ୍ଲାକୁ ଆସିଯାଇଛି । ୫ କିଲୋମିଟର ପରିଧି ମଧ୍ୟରେ ଯାହା କିଛି ଗଞ୍ଜେଇ ଚାଷ ହେଉଥିବା ଡ୍ରୋନ୍ ଜରିଆରେ ଅନୁଧ୍ୟାନ କରି ଏହି ଚାଷକୁ ସମୂଳେ ନଷ୍ଟ କରାଯିବ । କିଛିଦିନ ପରେ ପୁଣି ସମ୍ବଲପୁର ଠାରେ ୬ଟି ପଞ୍ଚାୟତର ଲୋକମାନଙ୍କୁ ନେଇ ଗଞ୍ଜେଇ ଚାଷ ନ କରିବାକୁ ସଚେତନତା ଶିବିର ଅନୁଷ୍ଠିତ କରାଯାଇ ଲୋକେ ଗଞ୍ଜେଇ ଚାଷରୁ ନିବ୍ରତ ରହିବାକୁ ଶିବିର ଲୋକଙ୍କୁ ବୁଝାଯିବ ବୋଲି ସୁନ୍ଦରଡାଙ୍ଗ ପଞ୍ଚାୟତର ସରପଞ୍ଚ ପ୍ରେମୀ ମାଝୀ କହିଛନ୍ତି ।
Related Posts
ବରଗଡ ଜିଲ୍ଲା ସୋହେଲା ବାଳକ ଉଚ୍ଚବିଦ୍ୟାଳୟ ୧୯୮୬ ମେଟ୍ରିକ ବ୍ୟାଚ ର ବନ୍ଧୁମିଳନ
ବରଗଡ – ୧୫,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ସୋହେଲା ବାଳକ ଉଚ୍ଚବିଦ୍ୟାଳୟ ୧୯୮୬ ମେଟ୍ରିକ ବ୍ୟାଚ ର ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ନର୍ସରୀ ପଡିଆ ଠାରେ…
ଜାତୀୟ ନବଜାତ ଶିଶୁଯତ୍ନ ସପ୍ତାହ-୨୦୨୪ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।
ଜାତୀୟ ନବଜାତ ଶିଶୁଯତ୍ନ ସପ୍ତାହ-୨୦୨୪ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ । ଗଜପତି(ମନୋଜ ପାଢୀ/୨୨/୧୧/୨୪/ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗୁରାଣ୍ଡି ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର…
ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୧୪ ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୨୧୪ ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ଭୁବନେଶ୍ୱର: ଆଜି ମାସର ପ୍ରଥମ ରବିବାର ଅବସରରେ ସଭାପତି ସଞ୍ଚିତା ମହାନ୍ତିଙ୍କ…