*ନୂଆପଡ଼ା ଜିଲ୍ଲା ଖଡିଆଳ ବନଖଣ୍ଡ ବିଭାଗ ପକ୍ଷ ରୁ ଏକ କଲରାପତରିଆ ବାଘ ଛାଲ ବିକ୍ରି ସମୟ ରେ ଜବତ୍, ପାଞ୍ଚ ଅଭିଯୁକ୍ତ ଗିରଫ, ଦୁଇ ବାଇକ ସହ ୪ଗୋଟି ମୋବାଇଲ ଫୋନ ଜବତ୍, ଖଡିଆଳ ବନଖଣ୍ଡ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଲାନୀ*
ନୂଆପଡା :୨୬.୦୫ (ଓମ୍ ପ୍ରକାଶ ଚୋଧୁର)ନୂଆପଡ଼ା ଜିଲ୍ଲା ଖଡିଆଳ ବନଖଣ୍ଡ ବିଭାଗ ଅଧିନସ୍ତ ସାନମହେଶ୍ୱର୍ ସେକ୍ସନ ହରିପୁର ଗ୍ରାମ ଠାରେ ଏକ କଲରାପତରିଆ ବାଘ ଛାଲକୁ ବିକ୍ରି ପାଇଁ ଗ୍ରାହକ ସହ ମୂଲ୍ୟ ନିର୍ଦ୍ଧାରଣ କରୁଥିବା ବେଳେ ବନ୍ ବିଭାଗ ବିଶେଷ ସୂତ୍ର ରୁ ଖବର ପାଇଥିଲେ। ଘଟଣା ସ୍ଥଳ ରେ ଚଢାଉ କରି ବାଘ ଛାଲ ଜବତ୍ କରିଥିବା ବେଳେ ବାଘ କୁ ମାରି ବିକ୍ରି କାରବାର ରେ ଲିପ୍ତ ଥିବା ପାଞ୍ଚ ଅଭିଯୁକ୍ତ ଙ୍କୁ ଗିରଫ କରିଛନ୍ତି। ଅନ୍ୟ ଦୁଇ ଅଭିଯୁକ୍ତ ଘଟଣା ସ୍ଥଳ ରୁ ଫେରାର ହୋଇଯାଇଛନ୍ତି। ବାଗ ଟି ୪ ବର୍ଷ ହୋଇଥିବା ଅନୁମାନ କରୁଛନ୍ତି। ସେହିପରି ଘଟଣା ସ୍ଥଲୁ ଦୁଇ ବାଇକ୍, ୪ ଗୋଟି ମୋବାଇଲ ଫୋନ ଜବତ କରିଛନ୍ତି। ଆଜି ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି।କଲରାପତରିଆ ବାଘ କୁ ମାରି ଛାଲ ବିକ୍ରି ଫିରକ୍ ଥିବା ପଡୋଶୀ ଛତିଶଗ଼ଡ଼ ସୀତା ନନ୍ଦୀ ଅଭୟାରଣ୍ୟ ରୁ ବନ ବିଭାଗକୁ ଖବର ମିଳିଥିଲାମ ଏହାର ବିକ୍ରି ପାଇଁ ଗ୍ରାହକ ଫିରାକ ରେ ଥିଲେ। ରେଞ୍ଜର ସଂସ୍କୃତି ବଡ଼ ନାଏକ, ଫରେଷ୍ଟର ଧର୍ମେନ୍ଦ୍ର ନାଏକ, କନ୍ଦର୍ପ ସୁନାନୀ, ମିତାରଣି ସାହୁ, ନରେଶେ ଦଣ୍ଡସେନା ସହ ବହୁ କର୍ମଚାରୀ ସହଯୋଗ କରିଥିଲେ।

