ନେତାଜୀ ଇଂରାଜୀ ବିଦ୍ୟାଳୟରେ ରକ୍ତଦାନ ଶିବିର ୩୦ୟୁନିଟ ସଂଗୃହିତ
ସେମିଳିଗୁଡା.ତାରିଖ ୮,୧୧,୨୦୨୪: ସେମିଳିଗୁଡାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଲିଭ ଫର ଅଦର୍ସ, ନେତାଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲେ। ଏହି ଶିବିରକୁ ଲିଭ ଫର ଅଦର୍ସର ଉପଦେଷ୍ଟା ଡକ୍ଟର ଚିତ୍ତରଞ୍ଜନ ମିଶ୍ର ଉଦଘାଟନ କରିଥିଲେ। ଶିବିରରେ ସମୁଦାୟ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଶିବିରକୁ ଲିଭ ଫର ଅଦର୍ସର ଅଧ୍ୟକ୍ଷା ସ୍ନିଗ୍ଧାରାଣୀ ମିଶ୍ର ପରିଚାଳନା କରିଥିଲେ।ସେମିଳିଗୁଡାର ଏଚଡ଼ିଏଫସି ବ୍ୟାଙ୍କର ଷ୍ଟାଫ ଓ ଏଫବିଡିଓର ସହଯୋଗରେ ଶିବିର ଆୟୋଜନ କରାଯାଇଥିଲା।ଶିବିରରେ ନେତାଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ,ପ୍ରିନ୍ସିପାଲ ମାଧବୀ ଲତା ଦାସ,ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ,ଏଚଡିଏଫସିର ବି ଏମ ମନୋରଞ୍ଜନ ମୁନୀ,ସନ୍ତୋଷୀ ସାହୁ,ବନମାଳୀ ସାହୁ,ସର୍ମିଷ୍ଠା ପାତ୍ର, ସୌମ୍ୟରଞ୍ଜନ, ସହଯୋଗ କରିଥିଲେ।ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ କୋରାପୁଟର ରକ୍ତ କେନ୍ଦ୍ରର ଅଧିକାରୀ ଡାକ୍ତର ମଧୁସୂଦନ ବଳିୟାରସିଂହ, ଭି.ଗଙ୍ଗାଧର, ସଂଜୟ,ରବୀନ୍ଦ୍ର ପ୍ରମୂଖ ରକ୍ତ ସଂଗ୍ରହ କରିଥିଲେ ଚନ୍ଦନ,ହେମେନ୍ଦ୍ର,ସୁଶିଲ,ସୁନୀତା,ସତ୍ଯ,ସାଗର,ସୁଧାଂଶୁ,ପଦ୍ମାଳୟା,ସସ୍ମିତା,ରଜନୀ,ତିରୁପତି,ଅନୀଲ,ସ୍ବପ୍ନା,ପ୍ରମୋଦ, ଦୀପକ, ସନ୍ତୋଷ, ପ୍ରସନଜୀତ,କମଳେଶ,ପୁରେେନ୍ଦ୍ର, ପ୍ରୟାଂଶୁ,ଜଗନ୍ନାଥ, ହରିଶ,ରିତିକ,ରାଜେଶ ଗରଡା, ଘନଶ୍ୟାମ, ରାଜେଶ,ରାକେଶ,ଉତ୍ତମ ,ବୈଜୟନ୍ତୀ,ପୂର୍ଣିମା ରକ୍ତଦାନ କରିଥିଲେ।
