ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଙ୍କ ପୁଣ୍ୟତିଥି ପାଳିତ
ରାୟଗଡା : ରାୟଗଡା ଜ଼ିଲ୍ଲା ବିଜେପି ପକ୍ଷରୁ ରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଙ୍କ ପୁଣ୍ୟ ତିଥି ସ୍ଥାନୀୟ ବିଜେପି କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି lଆଜିର ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ ଉପସଭାପତି ଟୁଟୁ ଦାସ, ରାୟଗଡା ଟ୍ରକ ମାଲିକ ସଙ୍ଘ ସଭାପତି ତଥା ବରିଷ୍ଠ ବିଜେପି ନେତା ୟାଲା କୋଣ୍ଡା ବାବୁ, କେ ଶ୍ରୀନିବାସ, ଉମେଶ ଖୋସଲା ବିଜେପି ୟୁବ ମୋର୍ଚ୍ଚା ସଭାପତି, କଳିରାମ ମାଝୀ କୋରାପୁଟ ଲୋକସଭା ବିଜେପି ସାଂସଦ ପ୍ରାର୍ଥୀ, ରାୟଗଡା ବିଧାୟକ ପ୍ରାର୍ଥୀ ବସନ୍ତ ଉଲାକା, ମଞ୍ଜୁଳା ମିନିୟାକା, ଆଇନଜୀବୀ ବିରଜା ପାତ୍ର, କେ ସି ପଟ୍ଟନାୟକ ଙ୍କ ସହିତ ବହୁ ବିଜେପି କର୍ମୀ ଉପସ୍ଥିତ ରହି ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଙ୍କ ଫୋଟ ଚିତ୍ର ରେ ପୁଷ୍ପା ମାଲ୍ୟ ଅର୍ପଣ ସହିତ ଦୀପ ପ୍ରଜ୍ୱଳନ କରିଥିଲେ l ଉପସ୍ଥିତ ବ୍ୟକ୍ତି ମାନେ ଦିନଦୟାଲ ଙ୍କ ସ୍ମୃତି ଚରଣ କରିବା ସହିତ ତାଙ୍କରି ଯିବନି ଉପରେ ଆଲୋଚନା କରି କହିଥିଲେ ଜେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଏକାଧାରରେ ଜଣେ ଦାର୍ଶନିକ, ଅର୍ଥନୀତିଜ୍ଞ, ସମାଜବିତ୍, ଐତିହାସିକ, ସାମ୍ବାଦିକ ଓ ରାଜନୀତିଜ୍ଞ । ଭାରତୀୟ ଜନସଂଘର ଜଣେ ପ୍ରମୁଖ ନେତା । ବର୍ତ୍ତମାନର ଭାରତୀୟ ଜନତା ପାର୍ଟିର ସେ ପ୍ରତିଷ୍ଠାତା । ୧୯୧୬ ମଥୁରା ଜିଲ୍ଲାର ବର୍ତ୍ତମାନର ଦୀନଦୟାଲ ଧାମ ନାମରେ ପରିଚିତ ଚନ୍ଦ୍ରଭାନ ଗ୍ରାମରେ ତାଙ୍କର ଜନ୍ମ । କାନପୁରସ୍ଥିତ ସନାତନ ଧାମ କଲେଜରୁ ପ୍ରଥମ ସ୍ଥାନରେ ସ୍ନାତକ ଡିଗ୍ରୀ ଏବଂ ଆଗ୍ରାର ସେଣ୍ଟ ଜନ୍ସ କଲେଜରୁ ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର ସହିତ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ରାଜନୀତିରେ ରୁଚି ଯୋଗୁଁ ପ୍ରୋଭିନ୍ସିଆଲ ସର୍ଭିସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବି ଚାକିରିରେ ଯୋଗ ଦେଲେନାହିଁ । ପରେ ପ୍ରୟାଗଠାରେ ବି.ଏଡ଼. ଓ ଏମ୍.ଏ. ଡିଗ୍ରୀ ହାସଲ କରି ପବ୍ଲିକ ସର୍ଭିସରେ ଯୋଗ ଦେଲେ । କଲେଜ ସମୟରେ ଦୀନଦୟାଲ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସଂସ୍ପର୍ଶରେ ଆସିଥିଲେ । ପରେ ଆରଏସ୍ଏସ୍ର ଜଣେ ଜୀବନବ୍ୟାପୀ ପ୍ରଚାରକ ପାଲଟିଗଲେ । କ୍ରମେ ଭାରତୀୟ ଜନ ସଂଘର ସର୍ବଭାରତୀୟ ସାଧାରଣ ସମ୍ପାଦକ ଦାୟିତ୍ୱ ବହନ କଲେ ଏବଂ ଏହାର ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖର୍ଜୀଙ୍କ ମୃତୁ୍ୟ ପରେ ଭାରତୀୟ ଜନ ସଂଘର ସର୍ବେସର୍ବା ହେଲେ । ଉତ୍ତର ପ୍ରଦେଶରୁ ଲୋକସଭା ଆସନ ପାଇଁ ମଧ୍ୟ ଦୀନଦୟାଲ ଲଢ଼ିଥିଲେ, କିନ୍ତୁ ନିର୍ବାଚିତ ହୋଇପାରିନଥିଲେ । ତାଙ୍କ ଏକ ମାନବାଦ ଦର୍ଶନ ପ୍ରତ୍ୟେକ ମଣିଷର ଶରୀର, ମନ ଓ ଆତ୍ମାର ଐକୀକରଣ ପାଇଁ ପ୍ରୋତ୍ସାହିତ କରୁଥିଲା । ସ୍ୱରାଜରେ ତାଙ୍କର ପୂର୍ଣ୍ଣ ବିଶ୍ୱାସ ଥିଲା । ଲକ୍ଷ୍ନୌରୁ ପ୍ରକାଶିତ ସପ୍ତାହିକ ପଞ୍ଚଜନ୍ୟ ଓ ଦୈନିକ ସ୍ୱଦେଶର ସମ୍ପାଦକ ଭାବେ ଦୀନଦୟାଲ କାର୍ଯ୍ୟ କରିଥିଲେ । ହିନ୍ଦୀରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ନାମକ ନାଟକ ସେ ରଚନା କରିଥିଲେ । ଶଙ୍କରାଚାର୍ଯ୍ୟଙ୍କ ଜୀବନୀ ମଧ୍ୟ ଲେଖିଥିଲେ । ଆରଏସ୍ଏସ୍ ପ୍ରତିଷ୍ଠାତା ହେଡ଼୍ଗେୱାରଙ୍କ ଜୀବନୀକୁ ସେ ଅନୁବାଦ କରିଥିଲେ । ଆଜିର ବସ୍ତୁସର୍ବସ୍ୱ ଓ ପ୍ରଚାର ସର୍ବସ୍ୱ କିଛି ରାଜନୀତିର କ୍ଷେତ୍ର ଦେଖିଲେ ସ୍ମରଣକୁ ଆସୁଛି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ସମାଜ ସଂସ୍କାର ପାଇଁ ତାଙ୍କ ଆତ୍ମ ଉତ୍ସର୍ଗର ଭାବନା । ପ୍ରତିଟି ଭାରତୀୟଙ୍କ ସୁଖ, ପ୍ରଗତି, ଶାନ୍ତି ଓ ଆନନ୍ଦର ସ୍ୱପ୍ନ ସେ ଦେଖୁଥିଲେ । ସବୁବେଳେ ସମାଜ ସେବାରେ ନିଜକୁ ଜଡ଼ିତ ରଖିବା ସହ ଆତ୍ମ ପ୍ରଚାର ଠାରୁ ଦୂରେଇ ରହୁଥିଲେ । ଭାରତ ମାତାର ଜଣେ ସୁଯୋଗ୍ୟ ସନ୍ତାନ ଭାବେ ତାଙ୍କ ବ୍ୟକ୍ତିତ୍ୱ ପ୍ରତିଟି ଭାରତୀୟଙ୍କ ସ୍ମରଣରେ ଚିରକାଳ ଜାଜ୍ଜୁଲ୍ୟମାନ ହୋଇରହିବ । ରାଜନୀତି ଯେ ଏକ ସମାଜ ସେବା ଓ ଏହି ସେବା ଦ୍ୱାରା ଏକ ପ୍ରଗତି ଓ ଅଭିବୃଦ୍ଧି ସମ୍ପନ୍ନ ଭାରତ ଗଢ଼ି ଉଠିବ ଏହି ସ୍ୱପ୍ନ ତାଙ୍କ ଭିତରେ ସବୁବେଳେ ରହୁଥିଲା ବୋଲି ମତ ରଖିଥିଲେ l ୧୯୬୮ ଫେବୃଆରୀ 11 ତାରିଖ ଦିନ ଟ୍ରେନ୍ରେ ଯାତ୍ରା ସମୟରେ ଉତ୍ତରପ୍ରଦେଶର ମୋଗଲସରାଇ ଠାରେ ଦୀନଦୟାଲଙ୍କର ମୃତୁ୍ୟ ହୋଇଥିଲା । ତାଙ୍କରି ଚିନ୍ତାଧାରା ରେ ଚଳିବ ନିମନ୍ତେ ଦୃଢ଼ ସଂକଳ୍ପ ନେଇଥିଲେ l ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ