ପଦ୍ମପୁର ବ୍ଲକ ସ୍ତରୀୟ ଚଇତି 2024 ପାଳିତ ହୋଇଯାଇଛି

ପଦ୍ମପୁର ବ୍ଲକ ସ୍ତରୀୟ ଚଇତି 2024 ପାଳିତ ହୋଇଯାଇଛି

ରାୟଗଡା : ରାୟଗଡା ଜ଼ିଲ୍ଲା ର ଲୋକମୋହତ୍ସବ ଚଇତି 2024 ର ଆରମ୍ଭ ଆଜି ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ମରିଚଗୁଡା ମାତାଭରମ ବିଜ୍ଞାନ ପ୍ରଚାର ଆଶ୍ରମ ରୁ ଶୁଭାରମ୍ବ ହୋଇଯାଇଛି lମରିଚ଼ଗୁଡ଼ା ଗ୍ରାମ ରେ ଆଦିବାସୀ ପୁରୁଷ ଓ ମହିଳା ମାନେ ସେମାନଙ୍କ ର ମୂଖ୍ୟ ଦେବତା ଅକ୍ଷର ଧାମ୍‌ ମନ୍ଦିର ଠାରେ ଏକତ୍ରିତ ହୋଇ ବିଧିମୁତାବକ ପୂଜାର୍ଚନା କରିବା ସହିତ ଏକ ବିରାଟ ପଟୁଆର ରେ ଜ଼ିଲ୍ଲା ର 11 ଗୋଟି ବ୍ଲକ 11 ଗୋଟି କଳସ ସହ ମାତାଭରମ ମନ୍ଦିର ରୁ ନାଚ ଗୀତ ବାଜା ବାଜଣା ରେ ବାହାରି ଗ୍ରାମ ନିକଟରେ ଥିବା ପୁଷ୍କରିଣୀ କୁ ଯାଇ ଗଙ୍ଗା ଆୱାହନ କରି ପୁଷ୍କରିଣୀ ରେ ପୂଜା କରି କଳସ ରେ ପଣିଭରି ଏକ ବିରାଟ ପଟୁଆର ରେ କଳସ ଯାତ୍ରା କରି ମନ୍ଦିରକୁ ଆଣିଥିଲେ l ପରେ ପରେ ମନ୍ଦିର ରେ ହୋମ ଜଜ୍ଞ ପୂଜା କରାଯାଇଥିଲା l ବପୂଜା ର ସମାପ୍ତି ପରେ ରାୟଗଡ଼ା ଜିଲ୍ଲା ର 11ଗୋଟି ବ୍ଲକ କୁ 11ଟି କୋଳସ ସହ ଆଜ୍ଞାମାଳ ଆଣି ପଦ୍ମପୁର ସୁନାରି ଘାଇ ଛକ ନିକଟରେ ଖିଲାମୁଣ୍ଡା ମାଙ୍କ ପାଖରେ ଏକତ୍ରିତ ହୋଇଥିଲେ ଏଠିପୁର୍ବ ରୁ ବ୍ଲକ ସ୍ତରୀୟ ଚଇତି ନିମନ୍ତେ ଖମାପଦର ନାଳରୁ କଳସ ପୂର୍ଣ୍ଣ ଜଳ ଆଣି କଳସ ଯାତ୍ରା କରାଯାଇ ସୁନାରିଘାଇ ଖିଲାମୁଣ୍ଡା ମା ଙ୍କ ମନ୍ଦିରରେ ରଖାଯାଇଥିଲା ଏହିଠାରୁ ହଜାର ହଜାର ଜନସାଧାରଣ ଙ୍କ ଗହଣ ରେ କଳସ ଯାତ୍ରା ବିଜୟା ନନ୍ଦ ସ୍କୁଲ ପଡିଆ ଚଇତି ମଣ୍ଡପ ନିକଟରେ ପହଂଚି ଥିଲା l ଚଇତି ମଣ୍ଡପ ରେ କଳସ ସ୍ଥାପନା କରାଯାଇ ବ୍ଲକ ସ୍ତରୀୟ ଚଇତି ର ଆରମ୍ଭ ହୋଇଥିଲା l ବିଭନ୍ନ ସ୍କୁଲର ଛାତ୍ର ଛାତ୍ରି ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ନୃତ୍ୟ କଳା ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା l ସରକାର ଙ୍କ ର ବିଭିନ୍ନ ବିଭାଗ ପଶୁ ସମ୍ପଦ ଶିଶୁ ବିକାଶ, ମିଶନ ଶକ୍ତି,ସ୍ୱାସ୍ଥ୍ୟ, ଉଦ୍ୟାନ, କୃଷି, ବ୍ଲକ ମଙ୍ଗଳ ଶିକ୍ଷା ବିଭାଗ, ସ୍ଥାନୀୟ ବେସରକାରୀ ସ୍କୁଲ ର 24 ଗୋଟି ଷ୍ଟଲ ସହିତ ସ୍ଥାନୀୟ ଯୁବଗୋଷ୍ଟି ଙ୍କ ଦ୍ୱାରା ଗଡା ଯାଇଥିବା ବିପଦ ର ବଂଧୁ ର କର୍ମକର୍ତା ମାନଙ୍କ ଦ୍ୱାରା ଏକ ପାଣି ଛାତ୍ର ଷ୍ଟଲ ଖୋଲି ଜନସାଧାରଣ ଙ୍କି ପାନୀୟ ଜଳ ର ବ୍ୟବସ୍ତା କରିଥିଲେ l ନାଚ ବାଜା ଗୀତ ରର ଚଇତି ମଞ୍ଚ ଦୁଲିକି ଥିଲାl ଲୁକହିତ ପ୍ରତିଭା ସଂସ୍କୃତି ପରମ୍ପରା କୁ ଲୋକଲୋଚନ କୁ ଆଣିବା ହେଉଛି ଚଇତି ର ମୂଳ ଲକ୍ଷ ବୋଲି ଅତିଥି ମାନେ ମତ ରଖିଥିଲେ lଆଜିର କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ କୋରାପୁଟ ଲୋକ ସଭା ମାନ୍ୟବର ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଉଲ୍ଲାକା, ସମ୍ମାନୀତ ଅତିଥି ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ରାୟଗଡ଼ା ବିଧାୟକ ଆପଲ ସ୍ୱାମୀ କାଡ୍ରକା,ବିଷମକଟକ ମାନ୍ୟବର ବିଧାୟକ ନୀଳମାଧଵ ହିକକା, ରାୟଗଡ଼ା ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ଵତୀ ମାଝି,ରାୟଗଢ଼ା ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ଭାସ୍କର ରଇତ, ରାୟଗଡ଼ା ମୂଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ,ଗୁଣପୁର ଉପଜିଲ୍ଲାପାଳ ସୁଶ୍ରୀ କିରନଦୀପ କୌର ସହୋତା, ସମାଜ ସେବି ତଥା ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଶିବ ପଟ୍ଟନାୟକ,ବ୍ଲକ ସ୍ତରୀୟ ଚଇତି ସଂଯୋଜକ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭିଜିକା ମିଶନ ଡଃ ଦୟାନିଧି ବାଗ,ଓଡ଼ିଶାର ପୂର୍ବତନ ମୂଖ୍ୟ ମନ୍ତ୍ରୀ ଡକ୍ଟର ଗିରିଧାରି ଗମାଙ୍ଗ, ରାମନାଗୁଡ଼ା ସମିତି ଅଧ୍ୟକ୍ଷ,ରାବିଶଙ୍କର ଗମାଙ୍ଗ, ଚନ୍ଦ୍ରପୁର ବ୍ଲକର ଅଧ୍ୟକ୍ଷ କୈନ କିମ୍ଵାକା, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସନ୍ତୋଷ ସୁନା, ଗୁଣପୁର ବ୍ଲକ ପୌର ଉପାଧ୍ୟକ୍ଷ ଶିବନାରାୟଣ ଗୌଡ଼, ପଦ୍ମପୁର ବ୍ଲକ ଅଧ୍ୟକ୍ଷା,ମଣିମାଳା ଶବର,ରାୟଗଡ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକା, ଗୁଡ଼ାରୀ ବ୍ଲକ ଅଧ୍ୟକ୍ଷା ସହ ଅନ୍ୟ ବ୍ଲକର ବ୍ଲକ ଅଧ୍ୟକ୍ଷା ଓ ଜିଲ୍ଲାପରିଷଦ ସଭ୍ୟ ସଭ୍ୟା, ଉପସ୍ଥିତ ରହିଥିଲେ l ପଦ୍ମପୁର ବ୍ଲକ ସ୍ତରୀୟ ଚଇତି କୁ ବ୍ଲକ ଗୋଷ୍ଠି ଉନୟନ ଅଧିକାରୀ ଶିବ ପଟ୍ଟନାୟକ ଙ୍କ ତତ୍ତ୍ୱବଧାନ ରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରଶ୍ମିତା ଶବର, ବ୍ଲକ ମଙ୍ଗଳ ସାମ୍ପ୍ରସାରଣ ଅଧିକାରୀ ସସ୍ମିତା ରଥ, ବି ଇ ଓ ହୃଷିକେଶ ରଥ, ବ୍ଲକ ର ସମସ୍ତ ସରପଞ୍ଚ ସମିତି ସଭ୍ୟ ଙ୍କ ସହିତ ବିଭିନ୍ନ ବିଭାଗ ର ସରକାରୀ କର୍ମଚାରୀ ଓ ସ୍ଥାନୀୟ ଅଂଚଳ ର ବହୁ ବୁଦ୍ଧିଜୀବୀ ସହଯୋଗ କରି ଏହି କାର୍ଯ୍ୟକ୍ରମ କୁ ଅତି ଶାନ୍ତି ଶୃଙ୍ଖଳା ର ସହିତ ସମାପନ କରିଥିଲେ l କାର୍ଯ୍ୟକ୍ରମ କୁ ଆସିଥିବା ଜନସାଧାରଣ ଙ୍କ ଖାଦ୍ୟପେୟ ର ବ୍ୟବସ୍ତା କୁ ବ୍ଲକ ଯୋଗାଣ ନିରୀକ୍ଷକ ଙ୍କ ସମତେ ଆଦିତ୍ୟ ମିଶ୍ର, ଯୋଗାଣ ସହାୟକ ଗିରିଧାରୀ ସାହୁ ଙ୍କ ବିଭିନ୍ନ ପଂଚାୟତ ର ଯୋଗାଣ ସହାୟକ ସହଯୋଗ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ମୋହନ କେର୍ମିରିକା ଚିତ୍ତରଞ୍ଜନ ସେନାପତି ଓ ସୁନୀଲ ମିଶ୍ର lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *