ପଦ୍ମପୁର, ସର୍ଗିବାହାଲ ଠାରେ ପବିତ୍ର ନୂଆଁଖାଇ ଓ ଗଣେଶ ପୂଜା ଅବସରରେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ଓ ୫୧ୟୁନିଟ ରକ୍ତ ସଂଗୃହୀତ। ତା-୦୯.୦୯.୨୦୨୪(ସୋମ ବାର)ପଶ୍ଚିମ ଓଡ଼ିଶାର ମହାନ କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ ଓ ଗଣେଶ ପୂଜା ଅବସରରେ ବରଗଡ଼ ଜିଲ୍ଲା ପଦମପୁର ଅନ୍ତର୍ଗତ ସର୍ଗିବାହାଲ ଗ୍ରାମ ର ଆଦିବାସୀ ଉଚ୍ଚ ବିଦ୍ୟାଳୟ ଠାରେ ବିର୍ସା ଏଥେଲେଟିକ ଆସୋସିଏସନ୍ ଓ ନିଷ୍ଠା ପରିବାରର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଓ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଥିଲା।ରକ୍ତ ଦାନ ଶିବିରକୁ ପଦମପୁରର ବିଶିଷ୍ଟ ସମାଜସେବୀ ଶ୍ରୀ ନିରୋଜ ଦୋରା ଓ ମାଗଣା ସ୍ବାସ୍ଥ୍ୟ ଶିବିରକୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ତେଜରାଜ ସାହୁ ଫିତା କାଟି ଶୁଭାରମ୍ଭ କରିଥିଲେ।ସମ୍ବାନୀତ ଅତିଥି ଭାବରେ ଡାକ୍ତର ଅଜିତ କୁମାର ମେହେର,ଡାକ୍ତର ରାମ ଚନ୍ଦ୍ର ମେହେର, ନିଷ୍ଠା ପରିବାର ର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ ଓ ସମାଜସେବୀ ରାଜ ସିଂହ ଯୋଗ ଦେଇ ଥିଲେ।ବର୍ତ୍ତମାନ ରକ୍ତ ଭଣ୍ଡାର ମାନଙ୍କ ରେ ରକ୍ତ ର ଘୋର ସଙ୍କଟ ଥିବା ବେଳେ ଆଜିର ରକ୍ତ ଦାନ ଶିବିର ରୁ ପଦମପୁର ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୫୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏକ ନିଆରା ଢଙ୍ଗ ରେ ନୂଆଁଖାଇ ଓ ଗଣେଶ ପୂଜା ପାଳନ କରିଥିବାରୁ ଅତିଥି ମାନେ ଖୁବ ଖୁସି ହେବା ସହ ସମସ୍ତ ଆୟୋଜକଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମ କୁ ବିର୍ସା ଏଥେଲେଟିକ ଆସୋସିଏସନ୍ ର ସଭାପତି ଆଜାଦ ଦାଶ,ସମ୍ପାଦକ ଗୁରୁଦେବ ମେହେର,ବିଜେ ମେହେର,ଉମେଶ ଅଗ୍ରୱାଲ, ସୁରେଶ ମେହେର, ପପ୍ପୁ ମେହେର, ଆଶିଷ ବେହେରା, ସୁମନ୍ତ ମେହେର ରାଜୀବ ଦାଶ ଅନ୍ୟ ସଦସ୍ୟ ଙ୍କ ସହ ନିଷ୍ଠା ପରିବାର ର ମହିଳା ଶାଖା ମୁଖ୍ୟ ତ୍ରିପୁରା ସୁହୂଳା, ସୂତପା ଗଡତିଆ କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ଭୋଲା ନାଥ ସାହୁ , ରାତ୍ର ପ୍ରଧାନ ଓ ସଦସ୍ୟ ସଦସ୍ୟା ମାନେ ପରିଚାଳନା କରିଥଲେ। ପରିଶେଶ ରେ ରକ୍ତ ଦାନ ଶିବିର ଆୟୋଜନ କରିଥିବାରୁ ବିର୍ସା ଏଥେଲେଟିକ ଆସୋସିଏସନ୍ କୁ ଏକ ଉପଢୌକନ ଓ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
Related Posts
ଖଡ଼ିଆଳ ଠାରେ ବିଶ୍ବ ଶ୍ରମିକ ଦିବସ ପାଳନ
ଖଡ଼ିଆଳ ଠାରେ ବିଶ୍ବ ଶ୍ରମିକ ଦିବସ ପାଳନ ନୂଆପଡା:( ଓମ ପ୍ରକାଶ ଚୌଧୁରୀ )ନୂଆପଡା ଜିଲ୍ଲା ନିର୍ମାଣ ଶ୍ରମିକ ସଂଘ ମୁଖ୍ୟ କାର୍ଯ୍ୟାଳୟ ଖଡ଼ିଆଳ ସ୍ଥିତ ଇନ୍ଦ୍ରନଗର…
ପଶ୍ଚିମ ଓଡ଼ିଶାର ବିଶିଷ୍ଟ ମୃଦଙ୍ଗ ବାଦକ ସ୍ବର୍ଗତ ଭିକାରୀ ମିଶ୍ର ସ୍ମୃତି କମିଟି ପକ୍ଷରୁ ସପ୍ତମ ତମ ଶ୍ରାଦ୍ଧବାର୍ଷିକୀ ପାଳିତ।
ପଶ୍ଚିମ ଓଡ଼ିଶାର ବିଶିଷ୍ଟ ମୃଦଙ୍ଗ ବାଦକ ସ୍ବର୍ଗତ ଭିକାରୀ ମିଶ୍ର ସ୍ମୃତି କମିଟି ପକ୍ଷରୁ ସପ୍ତମ ତମ ଶ୍ରାଦ୍ଧବାର୍ଷିକୀ ପାଳିତ। ବରଗଡ ୨୯,୯(ଭବାନୀ ଶଙ୍କର ପାଢ଼ୀ) ବରଗଡ଼…
India got its first gold in archery.. Paris Paralympic 2024.
Harvinder Singh is the first Archery player of india to play in the final . he created history in the…