ପଧାନପଡ଼ା ବିଦ୍ୟାଳୟ ଠାରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ

ପଧାନପଡ଼ା ବିଦ୍ୟାଳୟ ଠାରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ…

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ଗ୍ରାମପଞ୍ଚାୟତ ନିକଟସ୍ଥ ପଧାନପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ବଡ଼ ଧୂମଧାମ ରେ ପାଳିତ I ଏହି କାର୍ଯ୍ୟକ୍ରମ ରେ ଜୀବିକା ସୁରକ୍ଷା ମଞ୍ଚ, ମହିଳା ବିକାଶ ପରିଷଦ ଓ ୟୁଥ ୱାରୀୟର ଯୁବ ସଂଗଠନ,ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଓ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାର୍ଥୀ ଙ୍କ ମିଳିତ ସହଯୋଗ ରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଇଅଛି I ଏହି କାର୍ଯ୍ୟକ୍ରମ ରେ ଜୀବିକା ସୁରକ୍ଷା ମଞ୍ଚ ତରଫରୁ ଶିକ୍ଷାର୍ଥୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଯଥା,ନୃତ୍ୟ,ବକୃତା, ରଚନା କରାଯାଇଥିଲା I ଏଥିରେ କୃତିତ୍ୱ ଶିକ୍ଷାର୍ଥୀ ଙ୍କୁ ସମ୍ମାନିତ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା I ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା ସଭାପତି ଶ୍ରୀଯୁକ୍ତ ଦାସ ଦିଗାଳ, ମୁଖ୍ୟ ବ୍ୟକ୍ତା ରୂପେ ସି ଆର ସି ସି ଅରବିନ୍ଦ ମହାପାତ୍ର, ସଭାପତି ରୂପେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀଧର ମିଶ୍ର, ସମ୍ମାନିତ ଅତିଥି ମଧ୍ୟରେ ୟୁଥ ୱାରୀୟର କଟିମାହା କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଅନନ୍ତ ମଲିକ, ପଞ୍ଚାନନ ବଗର୍ତ୍ତୀ ପ୍ରମୁଖ ମଞ୍ଚାସିନ ହୋଇଥିଲେ I ଏଥିସହ ବିଦ୍ୟାଳୟ ର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଯଥା : ରଞ୍ଜନ ଦିଗାଳ, ସଂଗ୍ରାମ ଭୋଇ, ମଞ୍ଜୁଲତା ମଲିକ, ରଞ୍ଜିତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ I ଜୀବିକା ସୁରକ୍ଷା ମଞ୍ଚ ର ପ୍ରମୁଖ ଶ୍ରୀମତୀ ସସ୍ମିତା ମଲ୍ଲିକ ଓ ସଂଜୀବ ଦିଗାଳ ଏହି କାର୍ଯ୍ୟକ୍ରମ ର ପରିଚାଳନା ଦାୟିତ୍ୱ ବହୁତ ସୁନ୍ଦର ଭାବେ ନିର୍ବାହ କରିଥିଲେ I

Leave a Reply

Your email address will not be published. Required fields are marked *