ପରିବାରର ସାନ ଗେଲ୍ଲା ପୁଅ ଟୁଟୁଙ୍କ ବାଇକ ଦୁର୍ଘଟଣା ଗ୍ରସ୍ତରେ ପରୋଳକ ….କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଶଙ୍କରାଖୋଲ ଠାରୁ ଫୁଲବାଣୀ ଜାତୀୟ ରାଜପଥ ଯିବା ରାସ୍ତା ଶ୍ରମ୍ବୁଡ଼ି ଘାଟି ପୂର୍ବରୁ ତେଙ୍ଗଡ଼ାପଥର ଠାରେ ଗତକାଲି ସନ୍ଧ୍ୟା ୬:୦୦ ଘଣ୍ଟିକା ସମୟରେ ବାଇକ ଆରହି ୨୨ବର୍ଷ ଯୁବକଙ୍କ ଦୁର୍ଘଟଣା ଗ୍ରସ୍ତ ରେ ମୃତ୍ୟୁ ହୋଇଛି l ସୂଚନା ଅନୁସାରେ ଟିକାବାଲି ବ୍ଲକ କଇଁଝର ଗ୍ରାମପଞ୍ଚାୟତ ବାଡ୍ରଗୁଡ଼ା ଗ୍ରାମର ପିତା ସାମିଆଲ ଦିଗାଲଙ୍କ ସାନପୁଅ ବିଶାଳ ଦିଗାଲ ବୋଲି ଜଣାପଡିଛି l କୌଣସି ଏକ କାମ ରେ ଯୁବକ ବିଶାଳ ଫୁଲବାଣୀ ଯାଉଥିବା ବେଳେ ହଣ୍ଡା ସାଇନ ଗାଡି ନମ୍ବର OD12C0726 ରେ ତେଙ୍ଗେଡାପଥର ରାସ୍ତା ପାର୍ଶ୍ୱରେ ଥିବା ଏକ ଚମ୍ଫା ଗଛରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି l ଏହି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଘଟଣା ସ୍ଥଳରେ ସ୍ଥାନୀୟ ଅଞ୍ଚଳବାସୀ ଯାଇ ବିଶାଳଙ୍କୁ ଆୟତ କରି ତାଙ୍କରି ଠିକଣା ଖୋଜିଥିଲେ ଏବଂ ତାଙ୍କ ସମ୍ପର୍କୟ ଲୋକଙ୍କୁ ଖବର ଦେଇଥିଲେ l ଖବର ପାଇ ପରିବାର ଲୋକ ଆସି ଗୁରୁତର ଥିବା ସ୍ୱର୍ଗତ ବିଶାଳ ଦିଗାଲ (ଟୁଟୁ )ବୟସ ୨୨ ଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ l ଦୁର୍ଘଟଣାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିବା ସ୍ୱର୍ଗତ ବିଶାଳ ଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରିବା ପାଇଁ ପରିବାର ଡାକ୍ତରଙ୍କୁ ଅବଗତ କରୁଥିବା ବେଳେ ଚିକିତ୍ସା ଅବସ୍ଥାରେ ଥିବା ବିଶାଳ ରାତ୍ର ୧୦ଘଣ୍ଟିକା ସମୟ ରେ ପରିବାର ର ସମସ୍ତଙ୍କୁ ଛାଡ଼ି ସବୁଦିନ ପାଇଁ ଆରୋପାରିକୁ ଚାଲିଗଲା l ସାନ ପୁଅ ସ୍ୱର୍ଗତ ବିଶାଳଙ୍କୁ ହରେଇ ପରିବାର ଆତ୍ମୀୟ ସଜନଙ୍କୁ ଗଭୀର ଆଘାତ ଲାଗିବା ସହିତ ବାପା ମା ଭାଇ ଓ ଭଉଣୀ ଭାଙ୍ଗିପଡ଼ିଥିବା ଦେଖିବାକୁ ମିଳିଛି l ଏହିପରି ସରଳ ନମ୍ର ପରିବାର ର ଗେଲା ପୁଅ କୁ ହରେଇ ସାଙ୍ଗ ସାଥୀ ଅଞ୍ଚଳ ବାସୀ ମୃତ୍ୟୁ ଖବର ପାଇ ନିଜ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି l ଏହି ଦୁଃଖ ସମୟରେ ଅଞ୍ଚଳବାସୀ ଶୋକାକୁଳ ପରିବାରବର୍ଗଙ୍କୁ ଈଶ୍ୱର ଶାନ୍ତି,ସାନ୍ତ୍ୱନା,ଧର୍ଯ୍ୟ ଦିଅନ୍ତୁ ବୋଲି ସଦ୍ଗଗଦି କାମନା କରିଛନ୍ତି l
Related Posts

ଟ୍ରକ ଧକ୍କାରେ ବୁଲେଟ୍ ଚାଳକ ର ବିୟୋଗ।ବ୍ରହ୍ମପୁର ସହର ଉପକଣ୍ଠ ଲାଞିପଲୀ
ଟ୍ରକ ଧକ୍କାରେ ବୁଲେଟ୍ ଚାଳକ ର ବିୟୋଗ।ବ୍ରହ୍ମପୁର ସହର ଉପକଣ୍ଠ ଲାଞିପଲୀ ଜାତୀୟ ରାଜପଥ ରେ ସଡ଼କ ଦୁର୍ଘଟଣା ନିତିଦିନିଆ ହୋଇଗଲାଣି। ଏହି କିଛି ଦିନ ପୂର୍ବେ…

ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ଜିଲ୍ଲା ସ୍ତରୀୟ ଖୋଖୋ ପ୍ରତିଯୋଗିତା
ବରଗଡ (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ଜିଲ୍ଲା ସ୍ତରୀୟ ଖୋଖୋ ୨୪/୨୫ ର ପ୍ରତିଯୋଗିତା…

ବଲିଉଡ୍ ଅଭିନେତା ତଥା ଶିବସେନା ନେତା ଗୋବିନ୍ଦା ମଙ୍ଗଳବାର ଦିନ ଗୁଳିମାଡ଼ର ଶିକାର ହୋଇ ମୁମ୍ବାଇର ଏକ ଡାକ୍ତରଖାନାର ଆଇସିୟୁ ଭର୍ତ୍ତି ହୋଇଥିଲେ ।
ମୁମ୍ବାଇ: ବଲିଉଡ୍ ଅଭିନେତା ତଥା ଶିବସେନା ନେତା ଗୋବିନ୍ଦା ମଙ୍ଗଳବାର ଦିନ ଗୁଳିମାଡ଼ର ଶିକାର ହୋଇ ମୁମ୍ବାଇର ଏକ ଡାକ୍ତରଖାନାର ଆଇସିୟୁ ଭର୍ତ୍ତି ହୋଇଥିଲେ । ଆଇସିୟୁରେ…