ପଲିରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଲିରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡା : ରାୟଗଡା ଜ଼ିଲ୍ଲା ର ରାମନାଗୁଡ଼ା ବ୍ଲକ ରେ ପଲିରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଜୀବନ ଜୀବିକା ସମ୍ବନ୍ଦ ରେ ଗୋଷ୍ଟି ଉନ୍ନୟନ ଅଧିକାରୀ ବୁଝେଇଥିଲେ। କୁକୁଡ଼ା ଚାଷ, ଛେଳି ଚାଷ, ଗେଣ୍ଡୁ ଫୁଲ ଚାଷ, ଇତ୍ୟାଦି କରି ଅଧିକରୁ ଅଧିକ ଲାଭବାନ ହେବା ପାଇଁ କହିଥିଲେ। ଏତଦ ବ୍ୟତୀତ କଣ୍ଡାଜାମ ଠାରେ ବନ୍ଦ ହୋଇ ରହିଥିବା ସ୍କୁଲ କୁ ମିଶନ ଶକ୍ତି ମାର୍ଟ କରିବା ପାଇଁ ଆଗକୁ ଯୋଜନା କରାଯାଉଛି ଏବଂ ଏହା ଦ୍ୱାରା ଆଖପାଖ ରେ ଥିବା ଏସ ଏଚଜି ମା ମାନେ ନିଜ ନିଜ ଦ୍ୱାରା ତିଆରି ହେଉଥିବା ଜିନିଷ ଗୁଡିକ ଆଣି ଏଠାରେ ବ୍ୟବସାୟ କରିବା ନିମନ୍ତେ ସହଜ ହେବ ବୋଲି ବୁଝେଇଥିଲେ।ତହସିଲଦାର ଏବଂ ଅତିରିକ୍ତ ତହସିଲଦାର ନିଜ ନିଜ ଅଭିଭାଷଣରେ କହିଥିଲେଯେ, ବର୍ତମାନ ଘର ପଟା ଯୋଗାଇ ଦେବା ନିମନ୍ତେ ତହସିଲ ପକ୍ଷରୁ ଆବେଦନ ପ୍ରକ୍ରିୟା ଜାରି ରହିଛି।ଏଠାରେ ଉପସ୍ଥିତ ଥିବା ବ୍ୟକ୍ତି ମାନେ ମଧ୍ୟ ଆବେଦନ କରିଛନ୍ତି। ସେମାନଙ୍କୁ ମଧ୍ୟ ସର୍ଭେ ସରିବା ପରେ ପଟ୍ଟା ପ୍ରଦାନ କରାଯିବ। ଏଥି ନିମନ୍ତେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ତହସିଲ ଅଫିସ ରେ ଜାତି ପ୍ରମାଣ ପତ୍ର, ବାସସ୍ଥାନ ପ୍ରମାଣ ପତ୍ର ଆଦି ଲୋକଙ୍କୁ ଯୋଗାଇ ଦିଆଯାଉଛି। ଲୋକମାନେ ବାରମ୍ବାର ତହସିଲ ଅଫିସ କୁ ନ ଯାୟୀ ଜନସେବା କେନ୍ଦ୍ର ରେ ଆବେଦନ କରି ଧାର୍ଯ୍ୟ ସମୟ ମଧ୍ୟରେ ପାଇପାରିବେ ବୋଲି ବୁଝେଇଥିଲେ। ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ହିମିରିକା ଡ୍ରପ ଓଉଟ ରୋକିବା ନିମନ୍ତେ ବୁଝେଇଥିଲେ। ଡ୍ରପ ଓଉଟ ପିଲା ଙ୍କୁ ଘର ଘର ବୁଲି ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ଯାଏଁ 46ପିଲା ଡ୍ରପ ଓଉଟ ଥିବା ବେଳେ ସେଥିରୁ 3ଜଣ ପିଲାଙ୍କୁ ସ୍କୁଲ ରେ ଆଣି ଶିକ୍ଷା ଦାନ ଦିଆଯାଉଛି। ବଳକା ପିଲାଙ୍କୁ ମଧ୍ୟ ଯାଞ୍ଚ କରାଯାଉଥିବା କହିଥିଲେ।କୃଷି ବିଭାଗ ର ବିଶ୍ୱାଳ ମହୋଦୟ ନିଜ ବକ୍ତବ୍ୟ ରେ କହିଥିଲେ ଯେ ବର୍ତ୍ତମାନ କୃଷି ବିଭାଗରେ ଯୋଉ ସବୁ ଯୋଜନା କାର୍ଯ୍ୟକାରୀ ହୋଉଛି ସେସବୁ ର ଲାଭ ପାଇବା ନିମନ୍ତେ ଆଧାର କାର୍ଡ ର ଇ କେ ୱା ଇ ସି କରିବା ନିତ୍ୟାନ୍ତ ଜରୁରୀ। ନଚେତ କୌଣସି ଲାଭ ପାଇ ପାରିବେ ନାହିଁ ବୋଲି କହିଥିଲେ l ପରୀକ୍ଷିତି ସରପଞ୍ଚ ସୂର୍ଯ୍ୟା ରାଓ କହିଥିଲେ ଯେ, ବର୍ତ୍ତମାନ ଘର ପାଇବା ନିମନ୍ତେ ଆବେଦନ ପ୍ରକ୍ରିୟା ଜାରି ରହିଛି। ପି ଏମ ଆୱାସ ପ୍ଲୁସ 2024 ମାଧ୍ୟମରେ ପ୍ରତେକ ଆବେଦନ ଯୋଗ୍ୟ ହିତାଧିକାରୀ ନିଜେ ନିଜେ ଆବେଦନ କରିପାରିବେ। ନଚେତ ସୁପରଭାଇଜର ଙ୍କ ମାଧ୍ୟମରେ ଆବେଦନ କରିପାରିବେ। ଏ ପ୍ରକ୍ରିୟା ମାର୍ଚ୍ଚ31, 2025ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସରକାରଙ୍କ ନିର୍ଦ୍ଧେଶ ରହିଛି। ତେଣୁ ଆବେଦନ କରି ଲାଭ ଉଠାନ୍ତୁ ବୋଲି କହିଥିଲେ।ଅଙ୍ଗନବାଡି ସୁପେରଭାଇଜର ମମତା ଯୋଜନା, ବାଲ୍ୟ ବିବାହ ନିଷେଧ ନିମନ୍ତେ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବିଡ଼ିଓ ପ୍ରଦ୍ୟୁମ୍ନ ମଣ୍ଡଳ ରାମନାଗୁଡ଼ା,ତହସିଲଦାର ପ୍ରାଣ କୃଷ୍ଣ ପାଣିଗ୍ରାହ୍ୟ ଅତିରିକ୍ତ ତହସିଲଦାର, ବ୍ଲକ ସହକାରୀ ଯନ୍ତ୍ରୀ ସାନମୁଖ ରାଓ ସଂମ୍ମାନିତ ଅତିଥି ଭାବେ ଏ ବି ଓ ହିମିରିକା I ଅଙ୍ଗନବାଡି ସୁପରଭାଇଜର subudh i ଆର ଆଇ ରାମନାଗୁଡ଼ା,ରାଜସ୍ୱ ସୁପରଭାଇଜର ଶିବାନନ୍ଦ ଦାଶ ମଂଚାସୀନ ଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *