ପଶୁ ଶିକାର ବେଳେ ୪ ଶିକାରୀ ଗିରଫ, ବନ୍ଧୁକ ଜବତ ଆର,ଉଦୟଗିରି(ମନୋଜ କୁମାର ପିଢୀ)-: ପାରଳାଖେମଣ୍ଡି ବନଖଣ୍ଡ ଚନ୍ଦ୍ରଗିରି ବନାଞ୍ଚଳ ଲଖାରି ଅଭୟାରଣ୍ୟରେ ବେଆଇନି ଶିକାର କରୁଥିବା ବେଳେ ଦେଶୀ ବନ୍ଧୁକ ସହ ୪ ଶିକାରୀଙ୍କୁ ଶୁକ୍ରବାର ବନବିଭାଗ ପକ୍ଷରୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରାଯାଉଛି । ଅଭିଯୁକ୍ତମାନେ ହେଲେ ମୋହନା ବ୍ଳକ ଢେପାଗୁଡା ପଞ୍ଚାୟତ ଶ୍ରୀରାମପୁର ଗାଁର ପୂଣ୍ଣଚନ୍ଦ୍ର ମଣ୍ଡଳ, ଅଭିମନ୍ୟୁ ମଣ୍ଡଳ ଓ ତ୍ରିନାଥପୁର ଗାଁର ଦିବାକର ରଇତ ଓ ଦେବରାଜ ରଇତ । ଗତକିଛି ମାସ ହେଲା ଚନ୍ଦ୍ରଗିରି ବନାଞ୍ଚଳ ଲଖାରୀ ଅଭୟାରଣ୍ୟରେ ବେଆଇନ ବାଘ ଛାଇ ଚାଲାଣ ବୃଦ୍ଧି ପାଉଥିବା ବେଳେ ପାରଳାଖେମଣ୍ଡି ବନଖଣ୍ଡ ଅଧିକାରୀ ଏସ୍ ଆନନ୍ଦଙ୍କ ନିର୍ଦେଶ କ୍ରମେ ଚନ୍ଦ୍ରଗିରି ବନାଞ୍ଚଳ ପକ୍ଷରୁ ଲଖାରୀ ଅଭୟାଣ୍ୟରେ ପାଟ୍ରୋଲିଂକୁ କଡାକଡି କରାଯାଇଥିଲା । ତେବେ ଗୁରୁବାର ରାତିରେ ଶିକାରୀମାନେ ଅଭୟାରଣ୍ୟରେ ପଶି ଶିକାର ଉଦ୍ୟମ କରୁଥିବା ବେଳେ ବନ ବିଭାଗ ଧରିଥିଲା ।
Related Posts

ଗୁରୁ ନାନକ ପବ୍ଲିକ୍ ସ୍କୁଲ୍, ସେକ୍ଟର 21, ରାଉରକେଲାର 160 ଛାତ୍ର ଛାତ୍ରୀ ଗୃହସ୍ଥୀ ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍ କାରଖାନା ପରିଦର୍ଶନ କରିଛନ୍ତି
ଗୁରୁ ନାନକ ପବ୍ଲିକ୍ ସ୍କୁଲ୍, ସେକ୍ଟର 21, ରାଉରକେଲାର 160 ଛାତ୍ର ଛାତ୍ରୀ ଗୃହସ୍ଥୀ ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍ କାରଖାନା ପରିଦର୍ଶନ କରିଛନ୍ତି ରାଉରକେଲା, 21 ଜାନୁଆରୀ…

କଳିଙ୍ଗା ଠାରେ ଚାଷୀଙ୍କ ବହୁ ମୂଲ୍ୟବାନ ଫସଲ ନଷ୍ଟ କଲା ଦନ୍ତା ହାତୀ..
କଳିଙ୍ଗା ଠାରେ ଚାଷୀଙ୍କ ବହୁ ମୂଲ୍ୟବାନ ଫସଲ ନଷ୍ଟ କଲା ଦନ୍ତା ହାତୀ… .କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବ୍ଲକ…

ନାବାଳିକା ବଳାତ୍କାରୀ କୁ ଜରିମାନା ସହ ୨୦ ବର୍ଷ ଜେଲଦଣ୍ଡ।
ନାବାଳିକା ବଳାତ୍କାରୀ କୁ ଜରିମାନା ସହ ୨୦ ବର୍ଷ ଜେଲଦଣ୍ଡ। ବ୍ରହ୍ମପୁର ଜିଲ୍ଲା ଅଦାଲତ ପୋକ୍ସ ଅଦାଲତ ଜଜ୍ ପ୍ରଣତି ପଟନାୟକ ନାବାଳିକା କୁ ଅପହରଣ ଓ…