ପହିଲି ରଜରେ ଅରାଧ୍ୟା ମିଶ୍ରଙ୍କ ଜନ୍ମ ବାର୍ଷିକୀ ଛୋଟ ଝିଅ ପିଲାଙ୍କ ଦ୍ଵାରା ପାଳନ
ଭୁବନେଶ୍ୱର: ପବିତ୍ର ପହିଲି ରଜ ଅବସରରେ ଜୟ ମା ଭବାନୀ ଟ୍ରଷ୍ଟ ପକ୍ଷରୁ ଅଂଶୁମାନ ମିଶ୍ର ଓ ସ୍ମିତା ମହାପାତ୍ରଙ୍କ ଝିଅ ଅରାଧ୍ୟା ମିଶ୍ର ଙ୍କ ଜନ୍ମ ବାର୍ଷିକୀକୁ ଛୋଟ ଛୋଟ ଝିଅ ପିଲାମାନେ ଉଇନର ଆସୋସିଏସନ ସହିଦନଗର, ଭୁବନେଶ୍ୱର ପରିସରରେରେ ପାଳନ କରିଥିଲେ। ଏହି ଅବସରରେ ସେମାନେ ଦୋଳି ଖେଳିବା ସହ ସମସ୍ତେ ମିଶି ଭୋଜନ କରିଥିଲେ। ସେମାନଙ୍କୁ ମଧ୍ୟ ପେନ୍ ଓ ଖାତା ବଣ୍ଟନ କରାଯାଇଥିଲା। ଡ଼ ନାରାୟଣ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉମାନାଥ ମିଶ୍ର, ଅଜୟ ଚୌଧୁରୀ, ଗଣେଶ ରାଓ, ରାହୁଲ ପଳେଇ, ଶ୍ରୀନିବାସ ରାଓ ଓ ପ୍ରଭାତ ପ୍ରମୁଖ ଯୋଗ ଦେଇଥିଲେ । ଏହି ପର୍ବ ମାତୃ ଶକ୍ତି ଉପାସନା ପାଇଁ ଉଦ୍ଦିଷ୍ଟ । ଓଡ଼ିଶାର ବହୁ ପ୍ରାଚୀନ କାଳରୁ ଝଂକଡ଼ରେ ଦେବୀ ସାରଳା, ଯାଜପୁରରେ ଦେବୀ ବିରଜା, ବାଙ୍କୀରେ ଦେବୀ ଚର୍ଚ୍ଚିକା, ଚୌଷଠି ଯୋଗିନୀଙ୍କୁ ଏହି ଅବସରରେ ବିଶେଷ ପୂଜା କରାଯାଏ ଓଡିଶାର ରଜପର୍ବ ପରି ରାଜସ୍ଥାନରେ ମଧ୍ୟ ପାଳନ ହୁଏ ‘ଡାଜପତ୍ର’ ଏଥିରେ କୁମାରୀମାନେ ନୂତନ ବସ୍ତ୍ର ପରିଧାନପୂର୍ବକ ଦୋଳି ଖେଳିଥାନ୍ତି ନାଚଗୀତର ଅପୂର୍ବ ସମନ୍ୱୟରେ ଗଢ଼ିଉଠେ ନାରୀମାନଙ୍କ ଗୋଷ୍ଠୀମୟ ସାମାଜିକ ସମ୍ପର୍କ । ରକ୍ଷଣଶୀଳତା, କୁସଂସ୍କାର, ଅନ୍ଧବିଶ୍ୱାସ ଓ ମିଥ୍ୟାଚାର, ଅଶିକ୍ଷା, ଅଜ୍ଞତା ଓ ସ୍ୱାର୍ଥ ରତାକୁ ତ୍ୟାଗକରି ସମସ୍ତେ ହୋଇ ଉଠନ୍ତି ଏକାକାର । ସମୟର କଷଟି ପଥରରେ ଘୋରି ହୋଇ ଲୁପ୍ତ ହେବାକୁ ବସିଲାଣି ପୁରାତନର ମଧୁମୟ ସଂସ୍କୃତି । ଆଧୁନିକତାର କୃତ୍ରିମ ମହକରେ ବିମୋହିତ ହୋଇ ଭୁଲି ଗଲୁଣି ବୈଦିକ ପରମ୍ପରାର ମୌଳିକତା ଓ ଆତ୍ମୀୟତାକୁ । ଗ୍ରହଣ କରି ନେଲୁଣି ପାଶ୍ଚାତ୍ୟର ରଙ୍ଗରସର ରଙ୍ଗିନ ସଂସ୍କୃତିକୁ । ସମୟ ଆସିଛି ପୁଣି ସେହି ପାରମ୍ପରିକ ରଜ ମହୋତ୍ସବକୁ ସିଂହାବଲୋକନ କରିବା ପାଇଁ । ଆମକୁ ସବୁଦିନ ପାଇଁ ମନେରଖିବାକୁ ପଡ଼ିବ ଆମ ସଂସ୍କୃତିର ସ୍ୱତନ୍ତ୍ରତା, ସ୍ୱାବଲମ୍ବନତା ଓ ପ୍ରାଚୀନତାକୁ ।

